ଖୋର୍ଦ୍ଧା: ପ୍ରେମରେ ବିଫଳ ହେବା ପରେ ଯୁବକଙ୍କ ଆତ୍ମହତ୍ୟା । ହାତ କାଟି ରକ୍ତ ନିଗାଡିବା ପରେ ଟ୍ରେନ ଲାଇନରେ ଶୋଇଗଲେ ଯୁବକ । ବିଗତ କିଛି ଦିନ ହେଲା ରାଜ୍ୟରେ ଅନେକ ପ୍ରେମଜନିତ ଆତ୍ମହତ୍ୟା ଘଟଣା ଜନମାନସକୁ ଆନ୍ଦୋଳିତ କରିଥିବା ବେଳେ ଏବେ ଖୋର୍ଦ୍ଧାରୁ ଆଉ ଜଣେ ପ୍ରେମୀ ନିଜ ଜୀବନ ହାରିଛନ୍ତି । ମୃତ ଯୁବକ ହେଉଛନ୍ତି ଖୋର୍ଦ୍ଧା ଅଣ୍ଡା-ବାଜପୁରର ସୌମ୍ୟରଞ୍ଜନ ପରିଡା । ସେ ଧଉଳିମୁହଁ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଛନ୍ତି । ରେଳ ଧାରଣାରୁ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ପୋଲିସ ।
ସହିପାରିଲେନି ପ୍ରେମରେ ଧୋକା: ହାତି କାଟି ଟ୍ରେନ ଲାଇନରେ ଶୋଇଗଲେ ଯୁବକ - ଟ୍ରେନ ଲାଇନରେ ଯୁବକଙ୍କ ଆତ୍ମହତ୍ୟା
ପ୍ରେମରେ ବିଫଳ ହେବା ପରେ ଯୁବକଙ୍କ ଆତ୍ମହତ୍ୟା । ହାତ କାଟିବା ପରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ । ଅଧିକ ପଢନ୍ତୁ

ସୂଚନା ଅନୁଯାୟୀ, ସୌମ୍ୟ ରଞ୍ଜନ ବେଙ୍ଗାଲୁରୁରେ ଆମାଜନ ସଂସ୍ଥାରେ ଚାକିରି କରିଥିଲେ । ପାଞ୍ଚ ଦିନ ତଳେ ସାଙ୍ଗର ବାହାଘରରେ ଯୋଗଦେବାକୁ ଗାଁକୁ ଆସିଥିଲେ । କିନ୍ତୁ ଗତକାଲି(ଗୁରୁବାର) ରାତିରେ ସେ ଭଲ ପାଉଥିବା ଝିଅ ସହ କୌଣସି କାରଣକୁ ନେଇ ତାଙ୍କ ମନୋମାଳିନ୍ୟ ହୋଇଥିଲା । ଏହାପରେ ସେ ନିଜ ହାତ କାଟି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେ ଆତ୍ମହତ୍ୟା କରିବା ପୂର୍ବର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସୌମ୍ୟ ନିଜ ହାତ କାଟିଥିବାର ଦେଖାଯାଇଛି । ସେପଟେ ଖବର ପାଇ ଥାନା ପୋଲିସ ଓ ଜିଆରପି ତଦନ୍ତ ଆରମ୍ଭ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ