ଓଡିଶା

odisha

ETV Bharat / state

ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା । ଏହି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ଜଣେ ଯୁବକ ନିଜ ଘରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ପରିବାର ପକ୍ଷରୁ ବେଗୁନିଆ ଥାନାକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । 3/19ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

By

Published : Mar 8, 2019, 3:44 PM IST

Updated : Mar 8, 2019, 3:51 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା । ଏହି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ଜଣେ ଯୁବକ ନିଜ ଘରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ପରିବାର ପକ୍ଷରୁ ବେଗୁନିଆ ଥାନାକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । 3/19ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ମୃତ ଯୁବକ ଜଣକ ଉକ୍ତ ଗ୍ରାମର ପ୍ରଦୀପ୍ତ ମହାପାତ୍ର ବୋଲି ଜଣାପଡିଛି । ସୂଚନା ମୁତାବକ ପ୍ରଦୀପ୍ତଙ୍କ ପତ୍ନୀଙ୍କର ଗତ ଦୁଇ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ଏହି କାରଣରୁ ସେ ସବୁବେଳେ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ନ୍ୟୁଜ

Last Updated : Mar 8, 2019, 3:51 PM IST

For All Latest Updates

ABOUT THE AUTHOR

...view details