ଖୋର୍ଦ୍ଧା: ଆଜି ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ । କିନ୍ତୁ କୋରୋନା ପାଇଁ ଏହି ଉତ୍ସବ ଗାଁ ଗାଁରେ ଫିକା ପଡିଯାଇଛି । ସଂକ୍ରମଣର ଦ୍ବିତୀୟ ଲହର ପାଇଁ ସବୁଠି କୋକୁଆ ଭୟ । କିନ୍ତୁ ଆଜିର ଏହି ପବିତ୍ର ଦିନକୁ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଯୁବକ ମାନେ ନିଆରା ଢଙ୍ଗରେ ପାଳନ କରିଛନ୍ତି ।
ପଣା ସହ ମାସ୍କ ବାଣ୍ଟି ଲୋକଙ୍କୁ ସଚେତନ କଲେ ଯୁବକ - pana sankranti celebrated in khordha
ଓଡ଼ିଆ ନବବର୍ଷରେ ଯୁବକଙ୍କ ନିଆରା ପ୍ରୟାସ । ପଣା ସହ ମାସ୍କ ବାଣ୍ଟି ଲୋକଙ୍କୁ କଲେ ସଚେତନ । ଅଧିକ ପଢନ୍ତୁ...
ଓଡ଼ିଆ ନବବର୍ଷରେ ଯୁବକଙ୍କ ନିଆରା ପ୍ରୟାସ : ପଣା ସହ ମାସ୍କ ବାଣ୍ଟି ଲୋକଙ୍କୁ କଲେ ସଚେତନ
ଲୋକଙ୍କୁ ପଣା ବାଣ୍ଟିବା ସହ ଯୁବଗୋଷ୍ଠୀ ଲୋକଙ୍କୁ କୋରୋନା ସମ୍ପର୍କରେ ସଚେତନତା କରି ମାସ୍କ ବାଣ୍ଟିଛନ୍ତି । ସଂକ୍ରମଣକୁ ହରାଇବାକୁ ହେଲେ ଏକମାତ୍ର ଅସ୍ତ୍ର ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ବୋଲି ଲୋକଙ୍କୁ ବୁଝାଇଛନ୍ତି ଯୁବଗୋଷ୍ଠୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା,ଇଟିଭି ଭାରତ