ଓଡିଶା

odisha

ETV Bharat / state

ଟ୍ରେନରୁ ଖସି ଯୁବକ ମୃତ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଳଷ୍ଟେସନ ନିକଟରେ ଅଘଟଣ । ଟ୍ରେନରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

By

Published : May 26, 2019, 5:30 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: କରମଣ୍ଡଳ ଟ୍ରେନରୁ ଖସି ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲୁଗାଁ ରେଳଷ୍ଟେସନ ନିକଟରେ । ମୃତକ ହେଲେ ଭଦ୍ରକ ଜିଲ୍ଲା ସୋହଡା ଗାଁର ମନୋଜ ପଲେଇ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ, ରବିବାର ମନୋଜ ତାଙ୍କ ପରିବାର ସହ ଭଦ୍ରକ ରାଜମନ୍ଦିରକୁ ଯାଉଥିଲେ । ହେଲେ ବାଲୁଗାଁ ଷ୍ଟେସନ ନିକଟରେ ଅସାବଧାନତା ବଶତଃ ଟ୍ରେନରୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ଆରପିଏଫ ଓ ନିରାକାରପୁର ଜିଆରପି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details