ଓଡିଶା

odisha

ETV Bharat / state

Year Ender 2022: ଏ ବର୍ଷ ଫର୍ଦ୍ଦରେ ଅପରାଧ ଦୁନିଆର କୁଇନ - କ୍ୟାମେରା ମ୍ୟାନ ମାନସକୁ ହତ୍ୟା ପଛରେ ଶର୍ମିଷ୍ଠା ରାଉତ

ବର୍ଷ 2022 ମହିଳା ଅପରାଧିଙ୍କୁ ନେଇ ଥିଲା ବେଶ ଚର୍ଚ୍ଚାରେ । ସୁନ୍ଦର ଚେହେରା ପଛରେ ଏଭଳି କାଣ୍ଡ ସବୁ ଭିଆଇଛନ୍ତି ଯାହାକୁ ଭୁଲିବନି ରାଜ୍ୟ । ସେ ଅର୍ଚ୍ଚନା ହେଉକି ଶର୍ମିଷ୍ଠା । ଏମିତି କିଛି ଲେଡି କ୍ରିମିନାଲ ବା ମହିଳା ଅପରାଧିଙ୍କୁ ନେଇ ଆମର ବିଶେଷ ଉପସ୍ଥାପନା । ଅପରାଧ ଜଗତରେ ମହିଳା

Year ender 2022
Year ender 2022

By

Published : Dec 26, 2022, 1:41 PM IST

Updated : Dec 26, 2022, 2:06 PM IST

ଭୁବନେଶ୍ବର:ଆଉ କିଛିଦିନର ଅପେକ୍ଷା, ଶେଷ ହୋଇଯିବ ବର୍ଷ ୨୦୨୨ । ପୁଣି କେତେ ନୂଆ ଆଶା, ଉଦ୍ଦିପନାକୁ ନେଇ ଆସିବ ବର୍ଷ ୨୦୨୩ । ସେହି ଦିନକୁ ଏବେ ଉତ୍ସାହର ସହ ଚାହିଁ ବସିଛନ୍ତି ବିଶ୍ବବାସୀ । ବର୍ଷ ତ ଶେଷ ହୋଇଯିବ, କିନ୍ତୁ ଲାଗିଥିବା ଦାଗ ସବୁଦିନ ପାଇଁ ମନେ ରହିବ । ଚଳିତ ବର୍ଷ ଅପରାଧ ଦୁନିଆରେ ଏମିତି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଅପରାଧ ଦୁନିଆରେ ପାଦ ଥାପି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିଲେ ଲେଡି କ୍ରିମିନାଲ । ଚୋରି, ଛିନତାଇ ଠୁ ବ୍ଲାକମେଲ, ଠକେଇ,ନିଶା କାରବାରଠୁ ଦେହ ବ୍ୟବସାୟ ଲିଙ୍କ, ହତ୍ୟା,ଡକାୟତି,ରାହାଜାନି ପରି ଘଟଣାରେ ମହିଳାଙ୍କ ଲିଙ୍କ ଥିବା ସାମ୍ନାକୁ ଆସିଥିଲା । ଏମିତିକି ସେମାନେ ମୁଖ୍ୟ ଅଭିଯୁକ୍ତ ମଧ୍ୟ ରହିଥିଲେ । ଆଉ ଏମାନଙ୍କ କାରନାମା ସମସ୍ତଙ୍କୁ କରିଥିଲା ଚକିତ । କାହିଁକି ନା ଜଣେ ମହିଳା କେତେ ଯେ ଭୟଙ୍କର ହୋଇପାରେ ତାହା ସ୍ପଷ୍ଟ ବାରି ହୋଇପଡିଥିଲା । ଅପରାଧର ଗଳିର ଲେଡି ଡନ ସାଜିଥିଲେ ଲେଡି ସଇତାନ । ନଜର ପକାନ୍ତୁ ସେମିତି କିଛି ଘଟଣା ଉପରେ । ଯେଉଁଥିଲେ ମହିଳା ସାଜିଥିଲେ ଡନ ।

ମଡେଲ ସୌମ୍ୟଙ୍କ ମୃତ୍ୟୁ ପଛରେ କଣ୍ଠଶିଳ୍ପୀ ସୋନାଲିଙ୍କ ହାତ

ସୋନାଲି

ବର୍ଷ ଆରମ୍ଭରୁ ଜାନୁଆରୀ ୩୧ରେ ସାମ୍ନାକୁ ଆସିଥିଲା ମଡେଲ ସୌମ୍ୟଙ୍କ ମୃତ୍ୟୁ ଘଟଣା । କଣ୍ଠଶିଳ୍ପୀ ସୋନାଲି ନନ୍ଦଙ୍କ ଠାରୁ ପ୍ରେମରେ ଧୋକା ପାଇବା ପରେ ଜୀବନ ହାରିଥିଲେ ସୌମ୍ୟ । ଇନଫୋସିଟି ଥାନା ପଟିଆ ଅଞ୍ଚଳରେ ଭଡ଼ାଘରେ ଜୀବନ ହାରିଥିଲେ ସୋମ୍ୟ ପାଣିଗ୍ରାହୀ । ଏହି ମାମଲାରେ ବିବାଦରେ ଛନ୍ଦି ହୋଇଥିଲେ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ସୋନାଲି ନନ୍ଦ । ଗତ ଏପ୍ରିଲ ୨୦ତାରିଖରେ ହାଇକୋର୍ଟ ନିର୍ଦ୍ଦେଶକ୍ରମେ ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ କରିଥିଲା କମିଶନରେଟ ପୋଲି। ଆତ୍ମହତ୍ୟା ପାଇଁ ଉସୁକାଇବା ସଙ୍ଗୀନ ଦଫା ରୁଜୁ କରିଥିଲା ପୋଲିସ । ପ୍ରେମ ବିଚ୍ଛେଦରୁ ଘଟିଥିଲା ଏହି ଘଟଣା ।

କ୍ୟାମେରା ମ୍ୟାନ ମାନସକୁ ହତ୍ୟା ପଛରେ ଶର୍ମିଷ୍ଠା ରାଉତ

ଶର୍ମିଷ୍ଠା ରାଉତ

ଚଳିତ ବର୍ଷ ୧୭ ମାର୍ଚ୍ଚରେ ସାମ୍ନାକୁ ଆସିଥିଲା କ୍ୟାମେରା‌ ମ୍ୟାନ ମାନସ ନାୟକ ହତ୍ୟାକାଣ୍ଡ । ଭୁବନେଶ୍ୱରରେ ହତ୍ୟା ପରେ ନୟାଗଡ଼ରେ ଲୁଣ ଦେଇ ମାଟିତଳେ‌ ପୋତିଥିଲେ ଅପରାଧି । ଏହାପଛରେ ମାଷ୍ଟର ମାଇଣ୍ଡ ଥିଲେ ଲେଡି ମର୍ଡରର ତଥା ଓ୍ବେବ ସାମ୍ବାଦିକା ଶର୍ମିଷ୍ଠା ରାଉତ । ଯେକି ନିଜର କିଛି ସହଯୋଗୀଙ୍କ ଜରିଆରେ ଅପହରଣ ପରେ ଅତି ବୀଭତ୍ସ ଭାବରେ ହତ୍ୟା କରି ମାଟି ତଳେ ଲୁଣ ଦେଇ ପୋତି ଦେଇଥିଲେ । ଯାହାର କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ଶର୍ମିଷ୍ଠା ରାଉତର ଲିଙ୍କ । ଯାହା ସେତେବେଳେ ଦୋହଲାଇ ଦେଇଥିଲା ପୁରା ରାଜ୍ୟ ରାଜନୀତିକୁ ।

ଚନ୍ଦୁ ହତ୍ୟା ଘଟଣାରେ ଲେଡି ଡ୍ରଗ୍ସ ମାଫିଆ ଗିରଫ

ରଞ୍ଜୁ ନାୟକ

ସେହିପରି ସେପ୍ଟେମ୍ବର ୯ତାରିଖରେ ୟୁନିଟ୮ ଡିଏଭି ସ୍କୁଲ ପଛପଟେ ଡ୍ରଗସ୍ ଡିଲକୁ ନେଇ ଚନ୍ଦୁ ହତ୍ୟା ଘଟଣାରେ ଗିରଫ ହୋଇଥିଲା ଲେଡି ଡ୍ରଗସ୍ ମାଫିଆ ରଞ୍ଜୁ ନାୟକ ଓ ତାର‌ ସ୍ବାମୀ । ସେତେବେଳେ ସାମ୍ନାକୁ ଆସିଥିଲା ଲେଡି ଡନ ରଞ୍ଜୁର କଳା କାରନାମା ଓ କ୍ରାଇମ୍ ସିଣ୍ଡିକେଟର କଳା କାହାଣୀ ।

ଚୋରି ଛିନତାଇ କରି ସହରରେ ଆତଙ୍କ ମଚାଉଥିଲେ ମହିଳା

ରାଜେଶ ସାମନ୍ତରାୟଙ୍କ ମା’

ଚୋରି‌, ଛିନତାଇ,ଡକାୟତି ଏସବୁ ପଛରେ ଥିଲା ଲେଡି ମାଷ୍ଟର ମାଇଣ୍ଡ । ପୁଅ ଗଢ଼ିଥିଲା ଗ୍ୟାଙ୍ଗ ମାଆ କରୁଥିଲା ସହଯୋଗ। ୨୪ମେ ରେ ସାମ୍ନାକୁ ଆସିଥିଲା ଦୁର୍ଦ୍ଦାନ୍ତ ଅପରାଧି ରାଜେଶ ସାମନ୍ତରାୟ ମାଆର କଳା କାହାଣୀ । ସହରରେ ଚୋରି ଛିନତାଇ ରାହାଜାନି ଡକାୟତି ହେଉଥିବା ସୁନାକୁ ବିକିବା ଆଉ ସେଇ ଟଙ୍କାରେ କ୍ରିମିନାଲଙ୍କୁ ପ୍ରୋତ୍ସାହନ ଦେଇ ସହରରେ ଅପରାଧ ଆତଙ୍କ ମଚାଇଥିବା ଥିଲା ଏହି ଗ୍ୟାଙ୍ଗର କାରନାମା । ଯାହା ଅପରେଟ ହେଉଥିଲା ଜଣେ ଲେଡିଙ୍କ ସହଯୋଗରେ । ଏନେଇ ସେହି ଲେଡିଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ନିଶା ବେପାରରେ ଲେଡି ସ୍ମଗଲର

ଡ୍ରଗସ୍ ହେଉ ବା ଗଞ୍ଜେଇ ଅବା ମଦ । ଓଡ଼ିଶାର ବିଭିନ୍ନ ସ୍ଥାନରେ ପୁରୁଷଙ୍କ ତୁଳନାରେ ମହିଳା ସାମିଲ ହୋଇଥିଲେ ନିଶା କାରବାରରେ। ଯାହାର ଅନେକ ଘଟଣା ଦେଖିବାକୁ ମିଳିଥିଲା ଅଗଷ୍ଟ ୧୨ ତାରିଖରେ । ଭୁବନେଶ୍ଵରରୁ ଅବକାରୀ ଟିମ୍ ହାତରେ ଧରାପଡ଼ିଥିଲା ୨୨ଲକ୍ଷ ଟଙ୍କାର ୨୨୪ଗ୍ରାମ ବ୍ରାଉନସୁଗା୍ର ସହ ସୁଷମା ନାୟକ ହୋଇଥିଲେ ଗିରଫ । ସେହିପରି ନଭେମ୍ବର ୨୧ରେ ବାଲେଶ୍ବରରୁ ଅବକାରୀ ଟିମ୍ ହାତରେ ଧରାପଡ଼ିଥିଲା ୧୩ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଭଗବତି ସାମଲ ନାମକ ଲେଡି ।

ଏହା ମଧ୍ୟ ପଢନ୍ତୁ-Year Ender 2022: ଅସହ୍ୟ ହେଲା ଯନ୍ତ୍ରଣା, ମୃତ୍ୟୁର ରାସ୍ତା ପାଲଟିଥିଲା ଶେଷ ଠିକଣା

ବେଆଇନ ଗର୍ଭପାତ ମାମଲାରେ ଲେଡି ଡକ୍ଟରଙ୍କୁ ସଜ୍ଜା

ଡାକ୍ତରାଣୀ ନବନୀତ ପାଢୀ

ଅଗଷ୍ଟ ୨୫ତାରିଖରେ ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୂପଣ ମାମଲାରେ JMFC କୋର୍ଟ ଶୁଣାଇଥିଲେ ସଜ୍ଜା । ଭୁବନେଶ୍ୱରର ପ୍ରତିଷ୍ଠିତ କ୍ଲିନିକର ଡାକ୍ତରାଣୀ ନବନୀତ ପାଢୀଙ୍କୁ ଅଢେଇ ବର୍ଷ ଜେଲ ସଜା ଶୁଣାଇଥିଲେ କୋର୍ଟ । ୨୦୧୯ମସିହାରେ ଏକ ସ୍ବତନ୍ତ୍ର ଡ୍ରାଇଭ୍ ବେଳେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ଠାବ କରିଥିଲେ ରାଜଧାନୀରେ ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୂପଣ କରୁଥିବା ଡାକ୍ତରାଣୀ ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

ରାଜ୍ୟର ସବୁଠୁ ଚର୍ଚ୍ଚିତ ହନିଟ୍ରାପ ମାମଲା । ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗ ଘଟଣା । ସେପ୍ଟେମ୍ବର ୨୯ତାରିଖରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅଭିଯୋଗ ପରେ ସାମ୍ନାକୁ ଆସିଥିଲା ବ୍ଲାକ ମେଲ ଓ ହନିଟ୍ରାପ ସେକ୍ସରାକେର୍ଟ କାରବାରର ଅସଲ ଚିତ୍ର । ୨୦୧୬ର ସାଧାରଣ ଲେଡିରୁ ୨୦୨୨ରେ ହୋଇଯାଇଥିଲେ କୋଟିପତି ଲେଡି ହନିଟ୍ରାପ କୁଇନ । ଯେକି ରାଜନେତା ଅଫିସର ଓ ବ୍ୟବସାୟୀଙ୍କୁ ହନିଟ୍ରାପ କରି ଟଙ୍କା ଇନକମ କରୁଥିଲେ ଲେଡି ବ୍ଲାକ ମେଲର । ଯାହାଙ୍କୁ ଅକ୍ଟୋବର ୫ରେ ଗିରଫ କରିଥିଲା କମିଶନରେଟ ପୋଲିସ ।

ଘରମାଲିକଙ୍କୁ ବାଲମେଲ କରୁଥିଲେ ଭଡାଟିଆ ମହିଳା

ସେପ୍ଟେମ୍ବର ୧୧ବଲାଙ୍ଗୀର ଟାଉନ ପୋଲିସ ହାତରେ ଧରାପଡିଥିଲେ ଲେଡି ବ୍ଲାକମେଲର ଲଳିତା ବାରିକ ଓ ସହଯୋଗୀ ବିଶ୍ଵାମିତ୍ର ନାୟକ । ଯେକି ଘରଭଡ଼ା ନେଇ ଘରମାଲିକର ଅଶ୍ଳୀଳ ଭିଡିଓ କରି କରୁଥିଲେ ବ୍ଲାକମେଲ । ୩ଲକ୍ଷ ଟଙ୍କା ଦାବି ସହ ମାଗଣା ରହିବାକୁ ବାଧ୍ୟ କରୁଥିଲେ ।

ଚାକିରି ଦେବା ଆଳରେ ୨କୋଟି ଠକେଇ

ନିଶା କସ୍ୟପ

ଜଣେ ମହିଳା ଚାକିରି ଦେବା ଆଳରେ ୨କୋଟି ଠକେଇ କରିଥିଲେ । ୧୯ ଅଗଷ୍ଟ ରେ ଲେଡି ଠକ ନିଶା କସ୍ୟପ ନାଁରେ ଲୁଟ ଆଉଟ ଜାରି କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ । ଯେକି ମାଲେସିଆରେ ଲୁଚିଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ୍ । ନିଶା କସ୍ୟପ ଗଞ୍ଜାମର ଠକ ଭିକୁ ବିଶୋଇର ପତ୍ନୀ ବୋଲି ଜାଣାପଡିଛି । ଦେଖି ମଣିକନ୍ଦନ ନାମକ ତାମିଲ ଠକ ସହ ମିଶି ଓଡ଼ିଶାରୁ କୋରୋନା ସମୟରେ ଠକିଥିଲେ ୨କୋଟି ଟଙ୍କା । ତେବେ ନିଶା କସ୍ୟପ ପଞ୍ଜାବ ପୋଲିସ ପାଇଁ ମଧ୍ୟ ମୋଷ୍ଟ ଓ୍ବାଣ୍ଟେଡ ରହିଛି ।

କଲେଜ ଫି ଆଳରେ ଠକେଇ

ସେହିପରି ୨୯ଏପ୍ରିଲ ତମାଣ୍ଡୋ ଥାନା ପୋଲିସ କଲେଜ ଫି ଆଳରେ ଠକେଇର ପର୍ଦ୍ଦାଫାସ କରିଥିଲା । ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜର ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ରଙ୍କୁ ଗିରଫ କରିଥିଲା ପୋଲିସ । ଯେକି ନିଜ ବୟଫ୍ରେଣ୍ଡଙ୍କ ସହ ମଉଜ ମଜଲିସ ଓ ଆଲିସାନ ଜୀବନ ବିତାଇବାକୁ ରଚିଥିଲା ଠକାମିର ବାଟ । କଲେଜରୁ ଫିକୁ ଆଦାୟ କରି ବୟଫ୍ରେଣ୍ଡ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲା । ଅର୍ଥ ଠକେଇ ଅଭିଯୋଗରେ ପୋଲିସ ଗିରଫ କରିଥିଲା ।

ଦେହ ବ୍ୟବସାୟରେ ମହିଳା

ସସ୍ମିତା

ଚେହେରା ଆଳରେ ମୋହରା । ସୁନ୍ଦରୀ ତରୁଣୀର ଲୋଭନୀୟ ଫଟୋ ଦେଖାଇ ଟଙ୍କା ଠକେଇ । ଏସକର୍ଟ ସର୍ଭିସ ନାଁରେ ଅନଲାଇରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଟଙ୍କା ଲୁଟିବାର ଜାଲ ବିଛାଇଥିଲେ ସାଇବର ଠକ(Cyber Fraud in The Name of Escort Services)। ଅକ୍ଟୋବର ୪ରେଏଭଳି ଠକେଇର ପର୍ଦ୍ଦାଫାସ କରିଥିଲା କମିଶନରେଟ ପୋଲିସ । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ପାତ୍ର ସହ‌ ତାର‌ ପତ୍ନୀ ଚଲାଇଥିଲେ ଏହି‌ ରାକେଟ । ଏହି ମାମଲାରେ ଲେଡି କୁଇନ ବା ସୁଶାନ୍ତ ପତ୍ନୀ ଫେରାର ଥିବା‌ବେଳେ ସୁଶାନ୍ତ ପାତ୍ର ସହ ଜଣେ ଲେଡି ସହଯୋଗୀ ସସ୍ମିତାକୁ ଗିରଫ କରିଥିଲା ସାଇବର ଥାନା ପୋଲିସ ।

ଏହି ତମାମ ମହିଳା ଅପରାଧିଙ୍କ ପାଇଁ ରାଜନୀତିରେ ମଧ୍ୟ ହଲଚଲ ଦେଖିବାକୁ ମିଳିଥିଲା । ଏମାନଙ୍କ ମଧ୍ୟରେ କିଛି ମହିଳା ଅପରାଧି ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲେ । ଯେଉଁମାନଙ୍କ ସୁନ୍ଦର ଚେହେରା ପଛରେ ଲୁଚିଥିଲା ସଇତାନ । ତେବେ ଭୁବନେଶ୍ୱରର ଡାଟା ଦେଖିଲେ ବିଭିନ୍ନ ଅପରାଧିକ ମାମଲାରେ ୨୦୨୨ରେ ୧୨ଜଣ ଲେଡି କ୍ରିମିନାଲଙ୍କୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 26, 2022, 2:06 PM IST

ABOUT THE AUTHOR

...view details