ଓଡିଶା

odisha

ETV Bharat / state

ପ୍ରାଣୀଙ୍କ ଯତ୍ନ ଓ ସ୍ୱାସ୍ଥ୍ୟରକ୍ଷା ଉପରେ ନିର୍ଭର କରେ ଚାଷୀଙ୍କ ରୋଜଗାର: ମୁଖ୍ୟମନ୍ତ୍ରୀ

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ପ୍ରାଣୀଙ୍କ ଯତ୍ନ ଓ ସ୍ୱାସ୍ଥ୍ୟରକ୍ଷା ଉପରେ ଚାଷୀଙ୍କ ରୋଜଗାର ନିର୍ଭର କରେ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

By

Published : Apr 30, 2023, 7:34 AM IST

World Veterinary Day
World Veterinary Day

World Veterinary Day

ଭୁବନେଶ୍ବର: ଲୋକସେବା ଭବନରେ ଆୟୋଜିତ ହୋଇଯାଇଛି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ । ପ୍ରାଣୀଙ୍କ ଯତ୍ନ ଓ ସ୍ୱାସ୍ଥ୍ୟରକ୍ଷା ଉପରେ ଚାଷୀ ତଥା ଗରିବ ଲୋକଙ୍କର ରୋଜଗାର ନିର୍ଭର କରିଥାଏ । ତେଣୁ ପ୍ରାଣୀଙ୍କର ଉପଯୁକ୍ତ ଯତ୍ନ ଓ ଚିକିତ୍ସା ସୁବିଧାର ବିକାଶ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଉଦ୍ୟମ ତଥା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କର ନିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

World Veterinary Day

ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ''ପ୍ରାଣୀପାଳନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହା କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ପାଇଁ ଏକ ଅଭିବୃଦ୍ଧି ଇଞ୍ଜିନ ଭାବରେ ପରିଗଣିତ ହୋଇଛି । ରାଜ୍ୟରେ ୫୪୧ଟି ପ୍ରାଣୀ ଚିକିତ୍ସାଳୟ ଏବଂ ୩୨୩୯ଟି ପ୍ରାଣୀସଂପଦ ସହାୟକ କେନ୍ଦ୍ର ମାଧ୍ୟମରେ କୃଷକ, ଉଦ୍ୟୋଗୀ ଏବଂ ପ୍ରାଣୀପାଳକଙ୍କୁ ପ୍ରାଣୀ ସ୍ୱାସ୍ଥ୍ୟ ସେବା, ପ୍ରଜନନ ଓ ପରାମର୍ଶ ସେବା ଯୋଗାଇ ଦିଆଯାଉଛି । ସେହିପରି ରାଜ୍ୟରେ ୩୧୪ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ ମାଧ୍ୟମରେ ଚାଷୀଙ୍କ ଦ୍ୱାରଦେଶରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।''

''ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟ୍ରିକ ଟନରୁ ୨୦୨୧ରେ ୨୩.୭୩ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମାଂସ ଉତ୍ପାଦନ ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ୩୮.୩୮ ହଜାର ମେଟ୍ରିକ ଟନରୁ ୨୦୨୧ ମସିହାରେ ଏହା ୨୧୩.୦୯ ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ୭୩୦୧.୦୪ ଲକ୍ଷ ଅଣ୍ଡାରୁ ୨୦୨୧ ମସିହାରେ ୨୪୨୪୨.୬୭ ଲକ୍ଷ ଅଣ୍ଡାକୁ ବୃଦ୍ଧି ପାଇଛି ।''

ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ, ''କୃତ୍ରିମ ପ୍ରଜନନ ମାଧ୍ୟମରେ ଗୋ-ପ୍ରଜାତିର ଜେନେଟିକ ଉନ୍ନତିକରଣ ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ଏକ ମିଶନ ଭାବରେ ନିଆଯାଇଛି । ପ୍ରାଣୀସଂପଦ ସହାୟକ କେନ୍ଦ୍ର ସ୍ତରରେ କୃତ୍ରିମ ପ୍ରଜନନ କାର୍ଯ୍ୟ ପାଇଁ ଲିଙ୍ଗ ନିରୂପିତ ଶୁକ୍ର ଉପଲବ୍ଧ ଅଛି । ଯାହା କେବଳ ୯୦ ପ୍ରତିଶତ ମାଈ ବାଛୁରି ଜନ୍ମ ହେବାରେ ସହାୟକ ହେବ । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ । ଛେଳିଙ୍କ ଆନୁବଂଶିକ ଗୁଣରେ ଉନ୍ନତି ଆଣିବା ପାଇଁ ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରାଣୀ ସ୍ୱାସ୍ଥ୍ୟ ସେବା, ପ୍ରାଣୀ କଲ୍ୟାଣ ଏବଂ ପ୍ରାଣୀପାଳନରେ ପ୍ରାଣୀ ଚିକିତ୍ସକ ଓ ସହାୟକ କର୍ମଚାରୀଙ୍କ ପ୍ରମୁଖ ଭୂମିକା ରହିଛି ।''

''ରାଜ୍ୟର ଅଗ୍ରଣୀ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ପ୍ରାଣୀପାଳନରେ ସଫଳତା ପାଇଁ ସମ୍ମାନିତ କରାଯାଇଛି । ସେହିଭଳି ପ୍ରାଣୀ ଚିକିତ୍ସା ସେବାରେ ଉଲ୍ଲେଖନୀୟ ସଫଳତା ପାଇଁ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ପ୍ରାଣୀ ଚିକିତ୍ସକ ଏବଂ ବୈଷୟିକ କର୍ମଚାରୀଙ୍କୁ ସମ୍ମାନିତ କରାଯିବା ସହ ପ୍ରାଣୀ ପାଳନରେ ଶ୍ରେଷ୍ଠ ଜିଲ୍ଲା ଗୁଡ଼ିକୁ ମଧ୍ୟ ପୁରସ୍କୃତ କରାଯାଇଛି । ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଷ୍ଟିୱାର୍ଟ ସ୍କୁଲ ଛକରୁ ଭେଟେରିନାରୀ କଲେଜ ପର୍ଯ୍ୟନ୍ତ ଏକ ରାଲି ଆୟୋଜନ କରାଯାଇଛି । ରାଲିରେ ଶତାଧିକ ଛାତ୍ରଛାତ୍ରୀ, ପ୍ରାଣୀ ଚିକିତ୍ସକ ଭାଗ ନେଇଛନ୍ତି । ଏନସିସି ପକ୍ଷରୁ ଘୋଡ଼ା ସବାରମାନେ ରାଲିରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଭେଟେରିନାରୀ କଲେଜ ପରିସରରେ ଏକ ପେଟ-ଶୋର ଆୟୋଜନ କରାଯାଇଛି । ''

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ କାର୍ଯ୍ୟକ୍ରମରେ ମଧ୍ୟରେ ଭୁବନେଶ୍ୱରର ମେୟର ସୁଲୋଚନା ଦାସ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଭେଟେରିନାରୀ କଲେଜର ଡିନ ଓ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟର ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ସଦସ୍ୟା ଓ ପ୍ରାଣୀପାଳକ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details