ଓଡିଶା

odisha

ETV Bharat / state

ସଡକ ସୁରକ୍ଷା ସଚେତନତା; ରାଜଧାନୀରେ ମହିଳା ପୋଲିସଙ୍କ ବାଇକ ରାଲି - ସଡକ ସୁରକ୍ଷା ସପ୍ତାହ

Road Safety Week: ଭୁବନେଶ୍ୱରରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ଅବସରରେ କମିଶନରେଟ୍ ପୋଲିସ ପକ୍ଷରୁ ମହିଳା ପୋଲିସଙ୍କ ବାଇକ ରାଲି ଅନୁଷ୍ଠିତ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସବୁଜ ପତାକା ଦେଖାଇ ଏହି ବାଇକ ଶୋଭାଯାତ୍ରା ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ

Road Safety week
Road Safety week

By ETV Bharat Odisha Team

Published : Jan 3, 2024, 8:52 AM IST

Road Safety week

ଭୁବନେଶ୍ବର:କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ସଡକ ସୁରକ୍ଷା ସପ୍ତାହ । 'ସଡ଼କ ସୁରକ୍ଷା ପରିବାର ରକ୍ଷା' ବିଷୟବସ୍ତୁକୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ । ତେଣୁ ସଡକ ସୁରକ୍ଷା ଦିଗରେ ସଚେତନତା ବାର୍ତ୍ତା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ମଙ୍ଗଳବାର ଭୁବନେଶ୍ବରରେ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ 200ରୁ ଅଧିକ ମହିଳା ପୋଲିସ ବାଇକରେ ସହର ପରିକ୍ରମା କରିଥିଲେ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସବୁଜ ପତାକା ଦେଖାଇ ଏହି ରାଲିର ଶୁଭ ଉଦଘାଟନ କରିଥିଲେ ।

ତେବେ ଭୁବନେଶ୍ୱର ସ୍ଥିତ କମିଶନରେଟ୍ ପୋଲିସ୍ କାର୍ଯ୍ୟାଳୟରୁ ରାଲି ବାହାରି ଜୟଦେବ ବିହାର ଦେଇ କିଟ୍ ଛକ ପର୍ଯ୍ୟନ୍ତ ଯିବା ପରେ କିଟ୍ ଛକରୁ ନାଲକୋ ଛକ, ପଟିଆ, ୧୨୦ ବାଟାଲିୟନ୍ ଦେଇ ପୁଣି ଆଚାର୍ଯ୍ୟ ବିହାର, ମାଷ୍ଟରକ୍ୟାଣ୍ଟିନ ଲୋୟର ପିଏମଜି ଦେଇ ସିପି ଅଫିସରେ ଶେଷ ହୋଇଥିଲା । ବାଇକ୍ ରାଲିରେ ମହିଳା ବାଇକର୍ ଅମିତା ସିଂ ଓ ତାଙ୍କ ଟିମ୍ ସମେତ ଟ୍ରାଫିକ୍ ଲେଡି ୱିଙ୍ଗ୍, ୱିମେନ୍ ପୋଲିସ୍ ୱିଙ୍ଗର ୨ ଶହରୁ ଊର୍ଦ୍ଧ୍ବ ମହିଳା ସାମିଲ ହୋଇଥିଲେ । ସଡକ ସୁରକ୍ଷା ପରିବାରର ରକ୍ଷା ଏହି ବାର୍ତ୍ତା ନେଇ ପ୍ଲାକାର୍ଡ ହାତରେ ଧରି ବାଇକ ରାଲି ମାଧ୍ୟମରେ ପୁରା ସହର ବୁଲିଥିଲେ ଏବଂ ଲୋକଙ୍କୁ ସଚେତନ କରାଇଥିଲେ ।

ଏହା ମଧ୍ୟ ପଢନ୍ତୁ - ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ; ୱାକାଥନ ସହ ଗଡ଼ିଲା ସଚେତନତା ରଥ

ଏହା ମଧ୍ୟ ପଢନ୍ତୁ - ହେଲମେଟ ନପିନ୍ଧିଲେ ସରକାରୀ ଅଫିସ ମନା, ସଡ଼କ ସୁରକ୍ଷା ସପ୍ତାହରେ ନୂଆ ନିୟମ

ଏନଫୋର୍ସମେଣ୍ଟ, ଏଜୁକେସନ୍ ଏବଂ ଇନଞ୍ଜିନିୟର୍ସ ଏହି ଥ୍ରୀ ଇ ହିଁ ଜୀବନକୁ ସୁରକ୍ଷା ଦେବା ସହ ରୋଡ୍ ଆକ୍ସିଡେଣ୍ଟ କମ୍ କରିପାରିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ଜାତୀୟ ସଡକ ସୁରକ୍ଷା ସପ୍ତାହ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ପାଳିବ କମିଶନରେଟ୍ ପୋଲିସ । ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ମହିଳା ଅଧିକାରୀଙ୍କୁ ନେଇ ଏହି ନିଆରା ବାଇକ ଶୋଭାଯାତ୍ରା କରାଯାଇଥିଲା । ତେବେ ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ପୋଲିସ କମିଶନରଙ୍କ ସମେତ ଅତିରିକ୍ତ ପୋଲିସ କମିଶନର ବ୍ରିଜେଶ କୁମାର ରାୟ, ଡିସିପି ପ୍ରତୀକ ସିଂହ ମହିଳା ଟ୍ରାଫିକ ଓ ଥାନା ପୋଲିସ ଅଧିକାରୀଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details