ଖୋର୍ଦ୍ଧା: ଖୋର୍ଦ୍ଧାରେ ବ୍ରାଉନସୁଗାର, ଚୋରା ମଦ, ଗଞ୍ଜେଇ ବ୍ୟାପକ ମାତ୍ରାରେ ବିକ୍ରି ହେଉଛି । ଗାଁର ପାନ ଦୋକାନଠାରୁ ଆରମ୍ଭ କରି ତେଜରାତି ଦୋକାନରେ ଏହି ନିଶାଦ୍ରବ୍ୟ ଅବାଧରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏହାର ପ୍ରତିବାଦ କରି କିଛି ମହିଳା ଆଜି (ଗୁରୁବାର) ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।
ଦିନକୁ ଦିନ ନିଶା କାରବାର ଏତେ ବଢିଯାଇଛି ଯେ ଆଇନ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହାଇଛି । ସେପଟେ ଏଥିଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ଓ ମଦମୃତ୍ୟୁ ହେବା ଆଶଙ୍କା ମଧ୍ୟ ରହିଛି । ତେବେ ଚୋରା ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ପୋଲିସ ଓ ଅବକାରୀ ବିଭାଗ ଅନୁକମ୍ପା ଦେଖାଉଛି । ଏହାର ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁସୁମାଟି ଓ ଛଣଘର ଗ୍ରାମର ମହିଳା ମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।