ଖୋର୍ଦ୍ଧା:ରୋଡ୍ ରେଳବାଇ ତାପଙ୍ଗ ଷ୍ଟେସନରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ମାଲବାହୀ ଟ୍ରେନରେ ଚଢି ସେଲ୍ଫି ନେବା ମହଙ୍ଗା ପଡିଛି ଯୁବତୀଙ୍କୁ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବତୀ ଗୁରୁତର ହୋଇଛନ୍ତି । ତେବେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଅନୁସାରେ, ପ୍ରାତଃ ଭ୍ରମଣରେ ଜଣେ ଯୁବତୀ ଷ୍ଟେସନ ମଧ୍ୟରେ ବୁଲିବା ସମୟରେ ସେଠାରେ ଥିବା ଏକ ମାଲବାହୀ ଟ୍ରେନ ଉପରେ ଚଢିଯାଇଥଲା । ଏହା ଦେଖି ଲୋକମାନେ ବାରଣ ସତ୍ତ୍ୱେ ଟ୍ରେନ ଉପରେ ସେଲ୍ଫି ନେଇଥବା ସମୟରେ ଉପରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଶରୀରର ଅଧିକାଂଶ ଅଶଂ ପୋଡ଼ି ଯାଇଥିବା ଜଣାପଡଛି ।