ନିଆଳି:ଭୋଟ ଗଣତି ତ୍ରୁଟିକୁ ନେଇ ରାସ୍ତାରୋକ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା ପରେ ପୁନଃ ଗଣତିରେ ପରାଜୟ ଘୋଷଣା କରିଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ବେଣିପୁର ଗ୍ରାମପଞ୍ଚାୟତ ପାଇଁ ସମିତି ସଭ୍ୟ ପ୍ରାର୍ଥୀ ଦୁର୍ଯୋଧନ ପରିଡ଼ା ନିର୍ବାଚନ ଲଢୁଥିଲେ। ବାଲିଅନ୍ତା ବ୍ଲକ ପରିସରରେ ଭୋଟ ଗଣତିରେ ଦୁର୍ଯ୍ୟୋଧନ ପରିଡ଼ାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଏହି ପଞ୍ଚାୟତର ପୁନଃ ଭୋଟ ଗଣତି ପାଇଁ ବ୍ଲକ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପ୍ରତିଦ୍ବନ୍ଦୀ ଲିଖିତ ଆକାରରେ ଜଣାଇଥିଲେ । ପୁନର୍ବାର ଭୋଟ ଗଣତିରେ ନମିତା ପରିଡ଼ାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।