ଖୋର୍ଦ୍ଧା: ମଙ୍ଗୁଳି ଜେନା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ନେଇ ଜିଲ୍ଲାପାଳ ଅଫିସ ଘେରାଉ କଲେ ପତ୍ନୀ ଓ ସମର୍ଥକ । ଖୋର୍ଦ୍ଧା ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନା ହତ୍ୟାକାଣ୍ଡ ଘଟଣାକୁ ୧୦ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି । ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଘଟଣାର ତଦନ୍ତ ଭାର ସିବିଆଇକୁ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କହିଛନ୍ତି ମଙ୍ଗୁଳି ଜେନାଙ୍କ ପତ୍ନୀ ।
ମଙ୍ଗୁଳି ଜେନା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି - khurdha crime news
ମଙ୍ଗୁଳି ଜେନା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଘେରିଲେ ପତ୍ନୀ ଓ ସମର୍ଥକ । ଅଧିକ ସୂଚନ ପାଇଁ ପଢନ୍ତୁ ...
ସୂଚନା ଅନୁଯାୟୀ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିଲା । କିଛି ଦୁର୍ବୃତ୍ତ ସହର ଭିତରେ ତାଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିଲେ । ଘଟଣାର ତଦନ୍ତ କରୁଥିବା ଜିଲ୍ଲା ପୋଲିସ ଏଥିରେ ଫେଲ ମାରିଥିବାରୁ ତଦନ୍ତ ଭାରକୁ କ୍ରାଇମବ୍ରଞ୍ଚକୁ ହସ୍ତାନ୍ତର କରିଥିଲେ ରାଜ୍ୟ ସରକାର । ହେଲେ ଆଜକୁ 10 ମାସ ବିତିଯାଇଥିଲେ ମଧ୍ୟ ଆସାମୀ ଟେର ପାଉନି କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତର ଶିଥିଳତାକୁ ପ୍ରତିବାଦ ଜଣାଇ ମଙ୍ଗୁଳି ଜେନାଙ୍କ ପରିବାର ଓ ସମର୍ଥକଙ୍କ ପକ୍ଷରୁ ଧାରଣା ଦିଆଯାଇଥିଲା । ଅନ୍ୟପଟେ ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟାକୁ ତ୍ବରାନିତ କରିବା ପାଇଁ ଏହାର ତଦନ୍ତ ଭାରକୁ ସିବିଆଇକୁ ପ୍ରଦାନ ପାଇଁ ଦାବି କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ