ଓଡିଶା

odisha

ETV Bharat / state

Cash for query row:‘ଅନ୍ୟ କେହି ସମ୍ପୃକ୍ତ ଥିଲେ ତଦନ୍ତରେ ସତ ସାମ୍ନାକୁ ଆସିବ’ - ଟିଏମସି ସାଂସଦ ମହୁଆ ମୌଇତ୍ରା

ସଂସଦରେ ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ମୋଇତ୍ରାଙ୍କୁ ସାନି ସମନ ଜାରି କରାଯାଇଛି । ଅନ୍ୟ କେହି ସମ୍ପୃକ୍ତ ଥିଲେ ଜେରା ବେଳେ ସତ ସାମ୍ନାକୁ ଆସିବ କହିଲେ ସାଂସଦ ତଥା ସଂସଦ ଏଥିକ୍ସ କମିଟି ସଦସ୍ୟା ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

Cash for query row: ‘ଯେ କେହି ସମ୍ପୃକ୍ତ ଥିଲେ ତଦନ୍ତରେ ସତ ସାମ୍ନାକୁ ଆସିବ ’
Cash for query row: ‘ଯେ କେହି ସମ୍ପୃକ୍ତ ଥିଲେ ତଦନ୍ତରେ ସତ ସାମ୍ନାକୁ ଆସିବ ’

By ETV Bharat Odisha Team

Published : Oct 29, 2023, 5:33 PM IST

Cash for query row: ‘ଯେ କେହି ସମ୍ପୃକ୍ତ ଥିଲେ ତଦନ୍ତରେ ସତ ସାମ୍ନାକୁ ଆସିବ ’

ଭୁବନେଶ୍ବର:ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ସାଙ୍ଘାତିକ ‘କ୍ୟାସ ଫର କ୍ବାରୀ ବା ଲାଞ୍ଚ ନେଇ ପ୍ରଶ୍ନ ପଚାରିବା’ ଅଭିଯୋଗରେ ଏବେ ସଂସଦ ସଦାଚାର କମିଟି ତଦନ୍ତ କରୁଛି । ଆସନ୍ତା ମାସ ଦୁଇ ତାରିଖରେ ପ୍ୟାନେଲରେ ହାଜର ହେବାକୁ ମୋଇତ୍ରାଙ୍କୁ ସାନି ସମନ ମଧ୍ୟ ଜାରି କରାଯାଇଛି । ତେବେ ଏହି ମାମଲାରେ ଅନ୍ୟ ଯିଏ କେହି ସମ୍ପୃକ୍ତ, ଜେରା ବେଳେ ସେମାନଙ୍କ ଭୂମିକା ପଦାକୁ ଆସିବା ନେଇ କହିଛନ୍ତି ଭୁବନେଶ୍ବର ସାଂସଦ ତଥା ସଂସଦ ସଦାଚାର କମିଟି ସଦସ୍ୟା ଅପରାଜିତା ଷଡଙ୍ଗୀ ।

ଆଜି(ରବିବାର) ଭୁବନେଶ୍ବରରେ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅପରାଜିତା କହିଛନ୍ତି ,‘‘ଏଥିକ୍ସ କମିଟିର ବୈଠକ 26 ତାରିଖ ଅନୁଷ୍ଠିତ ହୋଇଥିଲା । ଆମେ ଉଭୟ ଅଭିଯୋଗକାରୀ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ ଓ ସାଂସଦ ନିଶିକାନ୍ତ ଦୁବେଙ୍କ ପକ୍ଷ ଶୁଣିବା ପରେ 31 ତାରିଖରେ ମହୁଆ ମୋଇତ୍ରାଙ୍କୁ ଡାକିଥିଲୁ । ତେବେ ସେ ମନା କରିଦେଇ ଥିବାରୁ ପୁନର୍ବାର ଆସନ୍ତା 2 ତାରିଖ ତାଙ୍କୁ ହାଜର ହେବା ପାଇଁ ଡକାଯାଇଛି । ପ୍ୟାନେଲର ପ୍ରୋସିଡିଂ ଏକ ଗୋପନୀୟ ପ୍ରକ୍ରିୟା । ସେ ବିଷୟରେ କିଛି କହିବା ଉଚିତ୍‌ ହେବନି । କିନ୍ତୁ ଯେ କେହି ମଧ୍ୟ ଏଥିରେ ସମ୍ପୃକ୍ତ ଥିବେ, ଜେରା ସମୟରେ ସବୁ ସତ ସାମ୍ନାକୁ ଆସିବ ।’’

ସୂଚନାଯୋଗ୍ୟ ଯେ, ବହୁ ଆରୋପ ପ୍ରତ୍ୟାରୋପ ପରେ ଟିଏମସି ସାଂସଦ ମହୁଆ ମୋଇତ୍ରା ଶେଷରେ ସ୍ୱୀକାର କରିଛନ୍ତି ଯେ, ସେ ତାଙ୍କ ବନ୍ଧୁ ତଥା ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ସଂସଦର ଲଗଇନ୍ ଡିଟେଲ୍ସ ଦେଇଥିଲେ । ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମହୁଆ ଏହା ସ୍ୱୀକାର କରିଛନ୍ତି । ହିରାନନ୍ଦାନୀଙ୍କୁ ପାସଓ୍ୱାର୍ଡ ଦେବାନେଇ ମହିଆ କହିଛନ୍ତି ଯେ, ‘‘ମୋର ସଂସଦୀୟ କ୍ଷେତ୍ର ଏକ ଦୁର୍ଗମ ଅଞ୍ଚଳ ଅଟେ । ମୁଁ ଅଧିକାଂଶ ସମୟ ସେଠାରେ ବ୍ୟସ୍ତ ରହେ । ତେଣୁ ଜଣେ ବନ୍ଧୁ ଭାବରେ ମୋର ପ୍ରଶ୍ନ ଗୁଡିକୁ ସଂସଦ ଓ୍ବେବସାଇଟରେ ଅପଲୋଡ କରିବାକୁ ମୁଁ ହିରାନନ୍ଦାନୀଙ୍କୁ ପାସଓ୍ୱାର୍ଡ ଦେଇଥିଲି ।’’


ଏହା ମଧ୍ୟ ପଢନ୍ତୁ:- Cash for Query Row: ହୀରାନନ୍ଦାନୀଙ୍କୁ ସଂସଦ ଓ୍ବେବସାଇଟ୍‌ ଲଗଇନ୍‌ ଡିଟେଲ୍ସ ଦେଇଥିଲେ ମୋଇତ୍ରା !


ସେହିପରି ସଂସଦରେ ପ୍ରଶ୍ନ ପାଇଁ ଟଙ୍କା ଅଭିଯୋଗ ପ୍ରସଙ୍ଗରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଜଣେ ଓଡିଆ ସାଂସଦଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିଲା । ଏହାକୁ ନେଇ ପ୍ରେସମିଟ କରି ପୁରୀ ସାଂସଦଙ୍କୁ ଟାର୍ଗେଟ କରିଥିଲା ରାଜ୍ୟ ବିଜେପି । ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଖକୁ ଯାଇଥିବା ୨ କୋଟି ଟଙ୍କାର ହାୱାଲା ଚ୍ୟାନେଲ କାରବାର ଓଡିଆ ସାଂସଦଙ୍କ ଜରିଆରେ ହୋଇଥିବା ବିଜେପି ଅଭିଯୋଗ କରିଥିଲା । ଏହାଛଡା ମହୁଆ ମୋଇତ୍ରା କିଣିଥିବା ମୂଲ୍ୟବାନ ଆସବାବପତ୍ରର ବିଲ୍‌ ମଧ୍ୟ ଓଡିଆ ସାଂସଦଙ୍କ ପାଖକୁ ଯାଇଥିବା ରାଜ୍ୟ ବିଜେପି ଅଭିଯୋଗ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details