ଓଡିଶା

odisha

ETV Bharat / state

Odisha Politics: ‘ଷଡଯନ୍ତ୍ର କରି ପାଣ୍ଡିଆନ କ୍ଷମତାକୁ ଆସିପାରନ୍ତି’ - ଓଡିଶା ବିଧାନସଭା ନିର୍ବାଚନ

ମୁଖ୍ୟମନ୍ତ୍ରୀ ନବୀନଙ୍କ ଉତ୍ତରାଧିକାରୀ ପ୍ରସଙ୍ଗରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ‘‘ଭି କେ ପାଣ୍ଡିଆନ ନବୀନଙ୍କ ସମ୍ପର୍କୀୟ ନୁହନ୍ତି । ସେ କାହିଁକି ସକସେସର ବା ଉତ୍ତରାଧିକାରୀ ହେବେ ? ସକସେସର ଜନମତରେ ତିଆରି ହେବେ ଯିଏ କି ଓଡିଶାକୁ ଶାସନ କରିବେ । ନବୀନଙ୍କ ପୁଅ କିମ୍ବା ପୁତୁରା ନୁହଁନ୍ତି ପାଣ୍ଡିଆନ ।" ଅଧିକ ପଢନ୍ତୁ

Odisha Politics: ‘ଷଡଯନ୍ତ୍ର କରି ପାଣ୍ଡିଆନ କ୍ଷମତାକୁ ଆସିପାରନ୍ତି’
Odisha Politics: ‘ଷଡଯନ୍ତ୍ର କରି ପାଣ୍ଡିଆନ କ୍ଷମତାକୁ ଆସିପାରନ୍ତି’

By ETV Bharat Odisha Team

Published : Nov 7, 2023, 11:01 PM IST

Odisha Politics: ‘ଷଡଯନ୍ତ୍ର କରି ପାଣ୍ଡିଆନ କ୍ଷମତାକୁ ଆସିପାରନ୍ତି’

ଭୁବନେଶ୍ବର: କିଏ ହେବେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ? ପରିବାରରୁ କିଏ ଆସିବେ କି ? ନା ପାର୍ଟିରୁ କିଏ ଆବିର୍ଭାବ ହେବେ? ନା ଚର୍ଚ୍ଚା ଅନୁସାରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ହେବେ ନବୀଙ୍କ ସକସେସର? ନିର୍ବାଚନ ଯେତେ ପାଖେଇ ଆସୁଛି, ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀକୁ ନେଇ ସେତେ ଉତ୍କଣ୍ଠା ବଢୁଛି। ଉତ୍କଣ୍ଠା ମଧ୍ୟରେ ପୁଣି 5ଟି ଅଧ୍ୟକ୍ଷଙ୍କ ସ୍ବେଚ୍ଛାକୃତ ଅବସର ଉନ୍ମାଦନା ବଢାଉଛି । ପ୍ରଶ୍ନ ଉଠୁଛି ପାଣ୍ଡିଆନଙ୍କ ହାତରେ ରହିବ କି ବିଜେଡି କମାଣ? ଏହାକୁ ନେଇ ବିଜେପି କଂଗ୍ରେସ ଜବାବ ରଖିଥିବା ବେଳେ ରାଜନୈତିକ ସମୀକ୍ଷକ ମଧ୍ୟ ଭିନ୍ନ ଆକଳନ କରୁଛନ୍ତି ।

ଅଧିକ ପଢନ୍ତୁ- ଶାସନ ବ୍ୟବସ୍ଥାକୁ ନେଇ ପ୍ରଦୀପଙ୍କ ଟାର୍ଗେଟ: କହିଲେ ସରକାରଙ୍କ ଅବସର ନେବା ସମୟ ଆସିଛି

ନବୀନଙ୍କ ଉତ୍ତରାଧିକାରୀ ପ୍ରସଙ୍ଗରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ‘‘ଭି କେ ପାଣ୍ଡିଆନ ନବୀନଙ୍କ ସମ୍ପର୍କୀୟ ନୁହନ୍ତି । ସେ କାହିଁକି ସକସେସର ବା ଉତ୍ତରାଧିକାରୀ ହେବେ ? ସକସେସର ଜନମତରେ ତିଆରି ହେବେ ଯିଏ କି ଓଡିଶାକୁ ଶାସନ କରିବେ । ନବୀନଙ୍କ ପୁଅ କିମ୍ବା ପୁତୁରା ନୁହଁନ୍ତି ପାଣ୍ଡିଆନ । ତେଣୁ ସକସେସର ହେବାର ପ୍ରଶ୍ନ ଉଠୁନାହିଁ । ଲୋକମତ ହିଁ କହିବ କିଏ ହେବ ସକସେସର । କାରଣ ଗଣତନ୍ତ୍ରରେ ପରିବାରବାଦ ଚାଲେନାହିଁ, ଲୋକମତ ଚାଲେ ।"

ସେହିପରି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଅ ନା ପୁତୁରା ନା ସମ୍ପର୍କୀୟ ? ଭିଆରଏସ ନେବା ପରେ ସେ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ହୋଇଛନ୍ତି । ବିଜେଡିରେ ଯୋଗ ଦେଇନାହାଁନ୍ତି । ଷଡଯନ୍ତ୍ର କରି ସେ ହୁଏତ କ୍ଷମତାକୁ ଆସିବାକୁ ପ୍ରୟାସ କରିପାରନ୍ତି । ଏବେ ଠାରୁ କୌଣସି ଆକଳନ କରିବା ଠିକ ହେବ ନାହିଁ । କିନ୍ତୁ ତାଙ୍କୁ ଲୋକେ ଗ୍ରହଣ କରିବେ ନାହିଁ ।

ଅନ୍ୟପଟେ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ନବୀନଙ୍କ ସକସେସର ପାଣ୍ଡିଆନ ହେବେ କି ନାହିଁ ସେ ଉତ୍ତର ଦେଇହେବ ନାହିଁ। କିନ୍ତୁ ଏହା ସତ୍ୟ ଯେ 2024ରେ ନବୀନ ଯଦି ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସେଥିରେ ପାଣ୍ଡିଆନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । 2024 ନିର୍ବାଚନରେ ବଡ ଭୂମିକାରେ ଅବତୀର୍ଣ୍ଣ ହେବେ ପାଣ୍ଡିଆନ । କାରଣ ମୁଖ୍ୟମନ୍ତ୍ରୀଙ୍କର ଯଦି କାହା ଉପରେ ଅଧିକ ବିଶ୍ବାସ ରହିଛି ସେ ହେଉଛନ୍ତି ପାଣ୍ଡିଆନ । ତେଣୁ ଏକ ମହତ୍ବପୂର୍ଣ୍ଣ ଭୂମିକାରେ ଆସିବେ ଭିକେ ପାଣ୍ଡିଆନ ।

ଅଧିକ ପଢନ୍ତୁ- ଅଦ୍ବିତୀୟ ଅପରାଜେୟ ନବୀନ, 78 ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ

ତେବେ ନବୀଙ୍କ ଉତ୍ତରାଧିକାରୀ କିଏ ହେବେ ଏହି ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । 2024 ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଦେଲେଣି । ନବୀନଙ୍କ ବିକାଶ ମୂଳକ କାମରେ ସାମିଲ ହୋଇ 30 ଜିଲ୍ଲା ବୁଲିସାରିଲେଣି ପାଣ୍ଡିଆନ । ଚାକିରୀରୁ ଇଚ୍ଛାକୃତ ଅବସର ନେବା ପରେ ଫାଇବ ଟି ତଥା ଆମ ଓଡ଼ିଶା ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ମଧ୍ୟ ଅବସ୍ଥାପିତ ହୋଇସାରିଲେଣି । ତେଣୁ ଗୋଟିଏ କଥା ସ୍ପଷ୍ଟ ଯେ ପାଣ୍ଡିଆନଙ୍କ ପ୍ରତିଟି ଆକସନ ପ୍ରତି ରହିଛି ନବୀନଙ୍କ ଦୃଢ ସମର୍ଥନ । ଏହାରି ଭିତରେ ଜାତୀୟ ଗଣମାଧ୍ୟମରେ ନବୀନଙ୍କ ସକସେସର ପାଣ୍ଡିଆନ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯଦିଓ ସେ ବିଜେଡିରେ ଔପଚାରିକ ଭାବେ ଯୋଗ ଦେଇନାହାନ୍ତି । ହେଲେ ସମୟ କହିବ କିଏ ହେଉଛି ନବୀନଙ୍କ ସକସେସର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details