ଓଡିଶା

odisha

ETV Bharat / state

Weather update: ଆଗାମୀ ୩ଦିନ ଯାଏ ରାଜ୍ୟରେ ନାହିଁ ବର୍ଷା, ବଢ଼ିବ ତାପମାତ୍ରା - ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ

ଆଗାମୀ ୩ ଦିନ ଯାଏ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିବ । ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ବିଜୁଳି, ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂଚନା

By ETV Bharat Odisha Team

Published : Aug 29, 2023, 7:59 PM IST

ପାଣିପାଗ ସୂଚନା

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି l ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଯଥେଷ୍ଟ ଉତ୍ତରରେ ରହିବା ସହ ଆଜି ହିମାଳୟର ପାଦଦେଶରେ ଅବସ୍ଥାନ କରୁଛି l ଦୁର୍ବଳ ମୋୖସୁମୀ ପ୍ରବାହକୁ ନେଇ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ନଥିବା ବେଳେ ଆଗାମୀ ୩ ଦିନ ଯାଏଁ ପାଗ ଶୁଖିଲା ରହିବ । ଆକାଶ ମଧ୍ୟ ମେଘମୁକ୍ତ ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ l

ଏହା ମଧ୍ୟ ପଢ଼ନ୍ତୁ:ରାଜ୍ୟରେ ମୌସୁମୀ ଦୁର୍ବଳ, ସେପ୍ଟେମ୍ବର ପହିଲାରୁ ପୁଣି ବର୍ଷା ସମ୍ଭାବନା

ଏହା ମଧ୍ୟ ପଢ଼ନ୍ତୁ:ହିମାଚଳରେ ପ୍ରକୃତିର କୋପ: ଭୂସ୍ଖଳନରେ ମାଟିରେ ମିଶିଲା ୮ଟି ଘର

ଆଗାମୀ ୨୪ ଘଣ୍ଟାରେ ସେଭଳି କୌଣସି ବଡ ବର୍ଷା ନଥିବା ବେଳେ ୨ଦିନ ଯାଏ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନାହିଁ । ଦୁର୍ବଳ ସ୍ଥିତି ଯୋଗୁଁ ଅଗଷ୍ଟ ଶେଷ ରାଜ୍ୟରେ କାଁ-ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ପୁଣିଥରେ ମୌସୁମୀର ସକ୍ରିୟତାକୁ ନେଇ ଅଗଷ୍ଟ ୧ ରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l ସେପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସେପ୍ଟେମ୍ବର ୨ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ୩ ତାରିଖରେ ଏହା ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଉପକୂଳରୁ ଆଭ୍ୟନନ୍ତରୀଣ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।



ଏହା ମଧ୍ୟ ପଢ଼ନ୍ତୁ:ଛାଡିଲା ବର୍ଷା, ବଢ଼ିଲା ଖରା; ୧୨୬ ବର୍ଷର ରେକର୍ଡ ଛୁଇଁଲା ଅଗଷ୍ଟ ତାତି

ଏହା ମଧ୍ୟ ପଢ଼ନ୍ତୁ:ଦୁର୍ବଳ ହେଲା ମୌସୁମୀ, ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ କମ ରହିବ ବର୍ଷାର ପ୍ରଭାବ

ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୪ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୨.୧ ମିମି ତୁଳନାରେ ୯୬% କମ l ୧ ଜୁନ ଠାରୁ ୨୯ ଅଗଷ୍ଟ ପର୍ଯ୍ୟନ୍ତ ୭୮୨.୪ ବର୍ଷା ରେକର୍ଡ କରାଯାଇଛି । ଏହାର ସ୍ବାଭାବିକ ପରିମାଣ ରହିଛି ୮୯୬.୩ l ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୮ ଜିଲ୍ଲାରେ ସ୍ବାଭାବିକ ଓ ୧ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି l

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details