ଭୁବନେଶ୍ବର: ଆଜିଠୁ କମିବ ବର୍ଷାର ବିସ୍ତୃତି ଏବଂ ପରିମାଣ । ସକ୍ରିୟ ଲଘୁଚାପ କ୍ଷେତ୍ର ଧୀରେଧୀରେ ଛତିଶଗଡ଼ ମୁହାଁ ହେଉଥିବାରୁ ଆଜିଠୁ ରାଜ୍ୟରେ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଯାଏଁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ।
ଏହା ମଧ୍ୟ ପଢ଼ନ୍ତୁ:Weather Update: ରାଜ୍ୟରେ ଆଜିଠୁ କମିବ ବର୍ଷା !
ରାଜ୍ୟରେ ଦୁର୍ବଳ ହୋଇଛି ଲଘୁଚାପ l ଏହାର ପ୍ରଭାବରେ ଆଜିଠାରୁ କମିଛି ବର୍ଷା l ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନାହିଁ l ଆଗାମୀ ୩ ଦିନ ଧରି ଅର୍ଥାତ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିବ l ଅନ୍ୟପଟେ ୨୩ରେ ବର୍ଷାର ପରିମାଣ ବଢ଼ିବ । ଉତ୍ତର ଓଡ଼ିଶାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଏହାର ପ୍ରଭାବରେ ବିସ୍ତୃତି ବର୍ଷା ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ କେଉଁ ସ୍ଥାନରେ ସୃଷ୍ଟି ହେବ ତାହା ଦେଖିବା ପରେ କେଉଁ ଜିଲ୍ଲାରେ ଅଧିକ ବର୍ଷା ହେବ ସେନେଇ ଆକଳନ କରିହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।