ଓଡିଶା

odisha

ETV Bharat / state

ବଦଳିଲା ପାଗ; ଆରମ୍ଭ ହେଲା ବର୍ଷା, ଭିଜିଲା ରାଜଧାନୀ - ରାଜଧାନୀରେ ପ୍ରବଳ ଛେଚୁଛି ବର୍ଷା

ରାଜ୍ୟରେ ପୁଣି ଫେରିଲା ବର୍ଷା । ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦୁର୍ବଳ ହୋଇଥିବା ମୌସୁମୀ ପୁଣି ଥରେ ସକ୍ରିୟ ହେବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂଚନା

By

Published : Jul 11, 2023, 9:01 PM IST

ପାଣିପାଗ ସୂଚନା

ଭୁବନେଶ୍ବର: ବଦଳିଲା ପାଗ, ଆରମ୍ଭ ହେଲା ବର୍ଷା । ପୁଣି ଭିଜିଲା ଉପକୂଳରୁ ଆଭ୍ୟନ୍ତରିଣ । ଓଡ଼ିଶାକୁ ଛୁଇଁ ଦୁର୍ବଳ ହୋଇଥିବା ମୌସୁମୀ ପୁଣି ଥରେ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ରାଜଧାନୀରେ କିଛିକିଛି ଅଞ୍ଚଳରେ ତୀବ୍ର ବୃଷ୍ଟିପାତ ହେଉଛି । ଘଣ୍ଟାପ୍ରତି ୨ରୁ ୩ ସେମି ବର୍ଷା ରେକର୍ଡ ହୋଇଛି । ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ ଅନୁସାରେ ୧୪ ତାରିଖରୁ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ରହିଛି।


ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ଯଶେଲମେରରୁ ବାହାରି ସିକର, ଓରାଇ, ସୁଲତାନପୁର, ପାଟନା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବଦିଗରେ ଅରୁଣାଚଳ-ପ୍ରଦେଶ ଯାଏଁ ଲମ୍ବିଛି । ଏହା ବାୟୁମଣ୍ଡଳରେ ୦.୯ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ପାଇଁ ୧୪ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ଉତ୍ତର ଭାରତ ପିଛା ଛାଡୁନି ବର୍ଷା, ଆହୁରି ବର୍ଷିବା ନେଇ IMDର ଆକଳନ


ଶ୍ରାବଣରେ ଭଲ ବର୍ଷା ହେଉ ନଥିବାରୁ ବଡ଼ବ ର୍ଷାକୁ ଅପେକ୍ଷା କରି ରହିଛନ୍ତି ଚାଷୀ । ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାମ ପଛେଇ ଯାଇଛି । ଭଲ ବର୍ଷା ହେଉ ନଥିବାରୁ ଚାଷ ଜମି ଫାଟି ଗଲାଣି । ୧୭ ଜିଲ୍ଲାର ସ୍ଥିତି ସାଂଘାତିକ ଥିବା ବେଳେ ଚଳିତ ମୌସୁମୀ ଋତୁରେ , ୧ ଜୁନ ରୁ ୧୧ ଜୁଲାଇ ମଧ୍ୟରେ ୨୩୨.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୩୧୪ ମିମି ତୁଳନାରେ ୨୬ ପ୍ରତିଶତ କମ ରହିଛି । ଏହି ପରିଧି ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୫୬.୮ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୪୫% ଅଧିକ ରହିଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୬.୫ ମିମି ସହ ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୪% କମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details