ଓଡିଶା

odisha

ETV Bharat / state

ଆସନ୍ତା ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ, ୧୭ରୁ ବଢିବ ବର୍ଷାର ପରିମାଣ - ରାଜ୍ୟରେ ସକ୍ରିୟ ହେଉଛି ମୌସୁମୀ

ଆସନ୍ତା ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଆସନ୍ତା ୧୯ ତାରିଖରେ ଲଘୁଚାପ ସୃଷ୍ଟି ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂଚନା

By

Published : Jul 14, 2023, 5:46 PM IST

ପାଣିପାଗ ସୂଚନା

ଭୁବନେଶ୍ବର:ଆସୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଆହୁରି ସକ୍ରିୟ ହେବ ମୌସୁମୀ । ୧୬ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ଆସନ୍ତା ୧୯ ତାରିଖରେ ଲଘୁଚାପ ସୃଷ୍ଟି ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ୧୭ରୁ ବଢିବ ବର୍ଷାର ପରିମାଣ ।

ଆସନ୍ତା ୧୯ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ୧୭ରୁ ବର୍ଷାର ପରିମାଣ ବଢ଼ିବ । ଆଜିଠାରୁ ବର୍ଷାର ବିସ୍ତୃତି ସାମାନ୍ୟ ବଢ଼ିବ । ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିବା ସହ ପ୍ରବଳ ବର୍ଷାକୁ ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା, ବାଲାଙ୍ଗୀରରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି ।

ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ସମ୍ଭାବନା ସହ ବିଶେଷ ଭାବେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ବିସ୍ତୃତି ବର୍ଷା ନଥିବା ବେଳେ ଆର୍ଦ୍ରତାର ପରିମାଣ ଯୋଗୁଁ ଗୁଳୁଗୁଳି ଅନୁଭୂତ ହେଉଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକାନିରରୁ ବାହାରି ଅଲୱାର୍, ଗ୍ୱାଲିଅର୍, ସିଦ୍ଧି, ଡାଲଟନଗଞ୍ଜ ଏବଂ ପଶ୍ଚିମବଙ୍ଗର ଶାନ୍ତି ନିକେତନରୁ ପୂର୍ବ ଦିଗରେ ଦକ୍ଷିଣ ମିଜୋରାମ ଯାଏଁ ଲମ୍ବିଛି । ଏହା ବାୟୁମଣ୍ଡଳର ୦.୯ କିମି ଯାଏ ବ୍ୟାପିଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ବର୍ଷା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:Weather Update: ଆସୁଛି ଆଉ ଏକ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪.୫ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୫୯ ପ୍ରତିଶତ କମ ରହିଛି । ତେବେ ଚଳିତ ମୌସୁମୀ ଋତୁରେ ବର୍ତ୍ତମାନ ୨୪୮.୯ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୩୪୫.୫ ମିମି ତୁଳନାରେ ୨୮ ପ୍ରତିଶତ କମ ରହିଛି । ଏହି କ୍ରମରେ କଳାହାଣ୍ଡିରେ ୬୬ ପ୍ରତିଶତ ବର୍ଷା କମ ରହିଛି । ୧୬ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ କରାଯାଇଛି । କେବଳ ଦେବଗଡ଼ରେ ୩୭ ପ୍ରତିଶତ ଅଧିକା ବର୍ଷା ରେକର୍ଡ ହୋଇଛି । ଭଦ୍ରକର ବାସୁଦେବପୁରରେ ସର୍ବାଧିକ ବର୍ଷା ୮୪.୦ ମିମି ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details