ଓଡିଶା

odisha

ETV Bharat / state

ଜନତା ମାଗୁଛି ହକ୍, ପ୍ରତିଶ୍ରୁତି ପୁରା ନହେଲେ ଏଥର ଭୋଟ ବର୍ଜନ - ଭୁବନେଶ୍ବର

ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଏହାକୁ ଆଖି ଆଗରେ ରଖି ସବୁ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି। ମାତ୍ର ଏଥର ସାଧାରଣ ଜନତା ଭାବିଚିନ୍ତି ଦେବେ ଭୋଟ। କାରଣ ପ୍ରତିଶୃତି ଯେତେବେଳେ ପ୍ରତିଶୃତିରେ ରହିଯାଏ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ୱର

By

Published : Mar 27, 2019, 10:36 PM IST

ଭୁବନେଶ୍ବର: ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଏହାକୁ ଆଖି ଆଗରେ ରଖି ସବୁ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି। ମାତ୍ର ଏଥର ସାଧାରଣ ଜନତା ଭାବିଚିନ୍ତି ଦେବେ ଭୋଟ। କାରଣ ପ୍ରତିଶୃତି ଯେତେବେଳେ ପ୍ରତିଶୃତିରେ ରହିଯାଏ, ସେତେବେଳେ ନେତା ମନ୍ତ୍ରୀଙ୍କ ଆଡୁ ମୁହଁ ଫେରାଇଥାନ୍ତି ଜନତା। ତେବେ ଚାଲନ୍ତୁ ଦେଖିବା ଏମିତି ଏକ ରିପୋର୍ଟ ଯେଉଁଠାରେ ଜନତା ତାର ହକ ମାଗୁଛି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ୱର

ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ରାଜଧାନୀ ସାଇନ୍ସ ପାର୍କ ପାଖ କିଛି ବସ୍ତିର ମହିଳାମାନେ। ନିଜର ମୁଣ୍ଡର ଓଢଣାକୁ ସମ୍ଭାଳିବା ସହ ପୁରୁଷଙ୍କ ଭଳି ନିଜକୁ ସ୍ବାବଲମ୍ବୀ କରିବା ତାକତ ବି ଏମାନଙ୍କ ନିକଟରେ ଦେଖିବାକୁ ମିଳିଛି। ଏମାନେ ଉଚ୍ଚଶିକ୍ଷିତ ନହେଲେ ବି ନିଜର ପ୍ରଚେଷ୍ଟା ବଳରେ ଗଢିଛନ୍ତି ଏକ ହୋଟେଲ। ପ୍ରଥମେ ଏକଜୁଟ ହୋଇ ଏକ ଭେଣ୍ଡିଂ ଜୋନ କରିଥିଲେ। ନେତା ମନ୍ତ୍ରୀ ବି ଆସିଥିଲେ। ହେଲେ ବିନା ନୋଟିସରେ ଏହାକୁ ଭାଙ୍ଗି ଦେଇଥିଲା ବିଏମସି।

ସବୁଠାରୁ ବଡ କଥା ହେଲା ଏହି ଭେଣ୍ଡିଂଜୋନକୁ ନିଜେ ମନ୍ତ୍ରୀ ଓ ନେତାମାନେ ଆସି ଉଦଘାଟନ କରିଥିଲେ। ମାତ୍ର ବିନା ନୋଟିସରେ କେମିତି ଭେଣ୍ଡିଂ ଜୋନ ଭଙ୍ଗାଗଲା, ତାହା ଏବେ ବଡ ପ୍ରଶ୍ନ। ଅନ୍ୟପଟେ ଏମାନଙ୍କୁ ଅନ୍ୟତ୍ର ଥଇଥାନର ବ୍ୟବସ୍ଥା କରାଇ ଦିଆଯିବ ବୋଲି ପ୍ରତିଶୃତି ମଧ୍ୟ ମିଳିଥିଲା, ହେଲେ ପ୍ରତିଶୃତି ପାଣିର ଗାର ହୋଇଗଲା। ହେଲେ ଏବେ ଜାଗ୍ରତ ହୋଇଛନ୍ତି ଜନତା। ଯଦି ଏମାନଙ୍କୁ ଥଇଥାନ କରାନଯାଏ, ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ମହିଳାମାନେ। ତେବେ ଏହାକୁ ନେଇ ବିରୋଧୀ ବି ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇନାହାଁନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details