ଓଡିଶା

odisha

ETV Bharat / state

ଆଦିବାସୀ ପରିବାରଙ୍କୁ ସହଯୋଗର ହାତ ବଢାଇଲା ସ୍ବେଚ୍ଛାସେବା ସଙ୍ଗଠନ - Coronavirus latest news

ଆଦିବାସୀ ପରିବାରଙ୍କୁ ସହଯୋଗର ହାତ ବଢ଼ାଇଲେ ସ୍ବେଚ୍ଛାସେବା ସଙ୍ଗଠନ । ସାରାଦେଶ ୨୧ ଦିନପାଇଁ ଲକଡାଉନ ହେବାପରେ ଜନଜୀବନ ଠପ ହୋଇପଡିଛି । ଠିକ ଏହି ସମୟରେ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଅସହାୟ ଗରିବଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଅଧିକ ପଢନ୍ତୁ...

voluntary-organization-helping-hand-to-the-tribal-families-in-khurdha-over-lockdown
ଆଦିବାସୀ ପରିବାରଙ୍କୁ ସହଯୋଗର ହାତ ବଢାଇଲା ସ୍ଵେଛସେବୀ ସଂଗଠନ

By

Published : Apr 6, 2020, 11:03 AM IST

ଖୋର୍ଦ୍ଧା: ଆଦିବାସୀ ପରିବାରଙ୍କୁ ସହଯୋଗର ହାତ ବଢ଼ାଇଲେ ସ୍ବେଚ୍ଛାସେବା ସଙ୍ଗଠନ । କୋରୋନା ପାଇଁ ସାରାଦେଶ ୨୧ ଦିନପାଇଁ ଲକଡାଉନ ହେବାପରେ ଜନଜୀବନ ଠପ ହୋଇପଡିଛି । ଠିକ ଏହି ସମୟରେ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଅସହାୟ ଗରିବଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ଖୋର୍ଦ୍ଧାର ଜିଲ୍ଲାର ବାଙ୍କୀ କଳାପଥର ଅଞ୍ଚଳରେ ଥିବା ଶବରସାହି, ଖଳିପଲି ଶବରସାହି, କେନ୍ଦୁପଲ୍ଲି ,ଜଗନ୍ନାଥ ପୁର, ବଳଭଦ୍ରପୁର ତିନୋଟି ପଞ୍ଚାୟତ ରହିଛି । ୭ଟି ଶବର ସାହିର ପ୍ରାୟ ପାଞ୍ଚ ସାହରୁ ଉର୍ଦ୍ଧ୍ବ ଦିନ ମଜୁରିଆ ଓ ଅସହାୟ ପରିବାରଙ୍କୁ ରହିଛନ୍ତି । କଳାପଥର ପୂର୍ଣ୍ଣ ଉତ୍କଳ ଫାଉଣ୍ଡେସନ ପକ୍ଷରୁ ଶୁଖିଲା ଖାଦ୍ୟ ସହିତ କିଭଳି ସାମାଜିକ ଦୂରତା ରକ୍ଷା ସଚେତନତା କରିବା । ଏହା ସହିତ କିଭଳି ସଫାସୁତରା ରହିବା ଓ ଘରୁ ବାହାରକୁ ନ ବାହାରିବା ନେଇ ସଙ୍ଗଠନର ସଭ୍ୟମାନେ ଲୋକଙ୍କୁ ସଚେତନ କରାଇଛନ୍ତି । ତେବେ ଏଭଳି ଅସହାୟ ଗରିବ ପରିବାରକୁ ଖୋଜି ଶୁଖିଲା ଖାଦ୍ୟ ଠାରୁ ଆରମ୍ଭ କରି ରନ୍ଧାଖାଦ୍ୟ ଦିଆଯାଇଛି ।

ଆଦିବାସୀ ପରିବାରଙ୍କୁ ସହଯୋଗର ହାତ ବଢାଇଲା ସ୍ଵେଛସେବୀ ସଂଗଠନ

ତେବେ ଏହି ଲକଡାଉନ ସମୟରେ ଏଭଳି ଶୁଖିଲା ଖାଦ୍ୟ ସହିତ ରନ୍ଧା ଖାଦ୍ୟ ଯୋଗେଇ ଦେବାର ବ୍ୟବସ୍ଥା ରହିଛି ବୋଲି ସଂଗଠନର ସଭାପତି ପ୍ରକାଶ କରିଛନ୍ତି। ସେପଟେ ସଂଗଠନର ଏଭଳି ପ୍ରୟାସକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଇଥିବା ବେଳେ ପୂର୍ଣ୍ଣ ସହଯୋଗ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details