ଭୁବନେଶ୍ବର:ବିଭିନ୍ନ ଦାବି ନେଇ ରାଜଧାନୀରେ ଭୋକେସନାଲ ଟ୍ରେନରଙ୍କ ଗଣଧାରଣା, ସମାନ କାମକୁ ସମାନ ଦରମା ସହ ପୂର୍ଣ୍ଣ ଶିକ୍ଷ୍ୟକତା ଦାବି ନେଇ ଆଜି ଭୋକେସଲାନ ସଂଘ ତରଫରୁ ଧାରଣା ଦିଆଯାଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି ଭୋକେସନାଲ ସଂଘର ସଭାପତି ।
ରାଜ୍ୟରେ ବିଭିନ୍ନ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ମାଧମିକ ୧ହଜାର ୨୨ ଶହ ସ୍କୁଲରେ ୨୦୪୪ ଭୋକେସନାଲ୍ ଟ୍ରେନ୍ର ଦୀର୍ଘ ଦିନ ହେଲା ପ୍ରାଇଭେଟ୍ କମ୍ପାନୀ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି । କିନ୍ତୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କମ୍ପାନୀର ଅତ୍ୟଧିକ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି ଭୋକେସନାଲ ଟ୍ରେନର । ତେଣୁ ସେମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ଶିକ୍ଷାନୀତି ଆଣିବା ନେଇ ଦାବି କରିଛି ଭୋକେସନାଲ ସଂଘ ।