ଓଡିଶା

odisha

ETV Bharat / state

Aparajita On Pandian VRS: ‘ଏହି ବାବୁ ପୁରା ଶାସନ ବ୍ୟବସ୍ଥାକୁ ହାଇଜାକ କରିଛନ୍ତି’ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅପରାଜିତା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏହି ବାବୁ ଜଣକ ଜାଣିଥିଲେ ଯେ ଆଗକୁ ନିର୍ବାଚନ ଆସୁଛି । ସେଥିପାଇଁ ନିର୍ବାଚନ ଆୟୋଗ ଏହି ବାବୁଙ୍କ କାର୍ଯ୍ୟ ପ୍ରଣାଳୀକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ । କାରଣ ସେ ସରକାରୀ ଚାକିରିରେ ରହି ରାଜନୀତି କରୁଥିଲେ । ଅଧିକ ପଢନ୍ତୁ

Aparajita On Pandian VRS: ଏହି ବାବୁ ପୁରା ଶାସନ ବ୍ୟବସ୍ଥାକୁ ହାଇଜାକ କରିଛନ୍ତି: ସାଂସଦ ଅପରାଜିତା
Aparajita On Pandian VRS: ଏହି ବାବୁ ପୁରା ଶାସନ ବ୍ୟବସ୍ଥାକୁ ହାଇଜାକ କରିଛନ୍ତି: ସାଂସଦ ଅପରାଜିତା

By ETV Bharat Odisha Team

Published : Oct 27, 2023, 6:20 PM IST

Aparajita On Pandian VRS: ଏହି ବାବୁ ପୁରା ଶାସନ ବ୍ୟବସ୍ଥାକୁ ହାଇଜାକ କରିଛନ୍ତି: ସାଂସଦ ଅପରାଜିତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ମୋର ଶ୍ରଦ୍ଧା ସମ୍ମାନ ରହିଛି । କିନ୍ତୁ ଦୁଃଖର କଥା ମୁଖ୍ୟମନ୍ତ୍ରୀ ଓଡିଶା ଶାସନ ବ୍ୟବସ୍ଥାକୁ ପରିହାସ ଥଟ୍ଟାରେ ପରିଣତ କରିଦେଇଛନ୍ତି | 23 ବର୍ଷ ଶାସନ କାଳରେ ଏହି ପ୍ରକାରର ଅବଦାନ ଓଡିଶାବାସୀ ପାଇଛନ୍ତି । ଏହା ବହୁତ ଦୁଃଖର କଥା । ବିଦେଶ ଗସ୍ତରୁ ଫେରିବା ପରେ ପାଣ୍ଡିଆନଙ୍କ ଭିଆରଏସ ଓ ନୂଆ ନିଯୁକ୍ତି ନେଇ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଶାଣିତ ଆକ୍ରମଣ କରି ଏହା କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଆଜି ସାଂସଦ ଅପରାଜିତା କହିଛନ୍ତି ‘‘ ଭିଆରଏସ କାହିଁକି ଦିଆଗଲା ଏହି କଥା ସମସ୍ତେ ବୁଝିବା ଦରକାର । ବାରମ୍ବାର ଏହି ବାବୁ ଜଣଙ୍କ All India Service Rule Of Conduct ଉଲ୍ଲଘଂନ କରୁଥିଲେ । ଦଳ ମତ ନିର୍ବିଶେଷରେ ସମସ୍ତେ କହିଥିଲେ । ଓଡିଶା ଜନସାଧାରଣ ମଧ୍ୟ ବାବୁଙ୍କ କାର୍ଯ୍ୟ ପ୍ରଣାଳୀକୁ ନେଇ ଆକ୍ରୋଶ ଓ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ବାବୁଙ୍କର ଏହିଭଳି କାର୍ଯ୍ୟପ୍ରଣାଳୀ ଥିଲା । ପରିସ୍ଥିତି ଏମିତି ହେଲା ଯେ ବାଧ୍ୟ ହୋଇ ସ୍ବେଚ୍ଛାକୃତ ଅବସର ନେଲେ ।’’

ଅଧିକ ପଢନ୍ତୁ- VK Pandian Takes VRS: VRS ନେଲେ VK Pandian, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା

ସେହିପରି ଅପରାଜିତା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏହି ବାବୁ ଜଣକ ଜାଣିଥିଲେ ଯେ ଆଗକୁ ନିର୍ବାଚନ ଆସୁଛି । ସେଥିପାଇଁ ନିର୍ବାଚନ ଆୟୋଗ ଏହି ବାବୁଙ୍କ କାର୍ଯ୍ୟ ପ୍ରଣାଳୀକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ । କାରଣ ସେ ସରକାରୀ ଚାକିରିରେ ରହି ରାଜନୀତି କରୁଥିଲେ । ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତି । କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଭିଆରଏସ ନେଇଗଲେ ।

ଅଧିକ ପଢନ୍ତୁ- VK Pandian VRS: ଚାକିରୀ ସହ ରାଜନୀତିକୁ ବିରୋଧ କରିଥିଲୁ, ବ୍ୟକ୍ତି ବିଶେଷକୁ ନୁହେଁ: ବିଜେପି ସଭାପତି

କିନ୍ତୁ ହାସ୍ୟାସ୍ପଦ କଥା ଯିଏ ନିଯୁକ୍ତି ଚାହୁଁଥିଲେ ସେ ନିଜକୁ ନିଜେ ନିଯୁକ୍ତି ଦେଇଦେଲେ । ଯେଉଁ ପ୍ରକାରର ନିଯୁକ୍ତି ଚାହୁଁଥିଲେ ସେହି ପ୍ରକାରର ନିଯୁକ୍ତି ନେଇଗଲେ । ଏଇଟା କେଉଁ ପ୍ରକାରର ନିୟମ ? ଏହାକୁ କୁହାଯାଏ (Soft Landing In Politics) ରାଜନୀତିରେ ଧୀର ଅବତ୍ତରଣ । ଅପରାଜିତା ଅଭିଯୋଗ କରି କହିଛନ୍ତି ଏହି ବାବୁ ମହୋଦୟ ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥାକୁ ହାଇଜାକ କରିନେଇଛନ୍ତି, ଆଗରୁ ଏହା ଏଭିଯୋଗ ହେଉଥିଲା । କିନ୍ତୁ ଏହି ନୂଆ ନିଯୁକ୍ତି ପରେ ଅଭିଯୋଗ ଆହୁରି ଦୃଢିଭୂତ ହେଲା । ଏହି ଶାସନ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀଙ୍କ କୌଣସି ନିୟନ୍ତ୍ରଣ ନାହିଁ ।

ଚେତାବନୀ ଛଳରେ ଅପରାଜିତା କହିଛନ୍ତି ଓଡିଶାବାସୀ ବହୁତ ସରଳ କିନ୍ତୁ ବୁଦ୍ଧିମାନ । ସବୁ ଦେଖୁଛନ୍ତି ବୁଝୁଛନ୍ତି, ଜାଣୁଛନ୍ତି । ବିଜେଡି ନେତାଙ୍କ ଅସହାୟତା ଦେଖି ମତେ ଦୁଃଖ ଲାଗୁଛି । ଯେଉଁମାନେ ଏହି ଦଳ ପାଇଁ କଠୋର ପରିଶ୍ରମ କରିଛନ୍ତି, ଜୀବନ ଦେଇଛନ୍ତି କିନ୍ତୁ ଏବେ ଜଣେ ଉଡିକି ଆସି ନିଜକୁ ନିଜେ କ୍ୟାବିନେଟ ପାହ୍ୟା ଦେଇଦବ ଏହା ଠିକ କି ? ଏହା ତାଙ୍କ ପ୍ରତି ଅନ୍ୟାୟ । ଏହା ବିଜେଡି ନେତା କର୍ମୀଙ୍କ ପ୍ରତି ଅନ୍ୟାୟ ହୋଇଛି । ମୁଖ୍ୟମନ୍ତ୍ରୀ ଏହା ବୁଝିଥିଲେ ଭଲ ହୋଇଥାନ୍ତା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details