ଓଡିଶା

odisha

ETV Bharat / state

VK Pandian VRS: ଚାକିରୀ ସହ ରାଜନୀତିକୁ ବିରୋଧ କରିଥିଲୁ, ବ୍ୟକ୍ତି ବିଶେଷକୁ ନୁହେଁ: ବିଜେପି ସଭାପତି - ଭିକେ ପାଣ୍ଡିଆନଙ୍କ ଇସ୍ତଫା

5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଭିଆରଏସ ସମ୍ପର୍କରେ ବିଜେପି ସଭାପତି କହିଛନ୍ତି, ‘‘ବିଗତ ଦିନରେ ରାଜ୍ୟରେ ଯାହା ଯାହା ଘଟିଲା ତାହା ଓଡିଶା କି ଦେଶ ପାଇଁ ଶୁଭଙ୍କର ନୁହେଁ । ଅନେକ ଲୋକ ରାଜନୀତିକୁ ଆସିବେ, ରାଜନୀତିରୁ ଯିବେ । ଅତୀତରେ ପ୍ୟାରୀ ବାବୁ ଆସି ବିଜେଡିରେ ସକ୍ରିୟ ହେଲେ, ବିଜୟ ପଟ୍ଟନାୟକ ଅବସର ପରେ ରାଜନୀତିକୁ ଆସିଲେ ।" ଅଧିକ ପଢନ୍ତୁ

VK Pandian VRS: ଚାକିରୀ ସହ ରାଜନୀତିକୁ ବିରୋଧ କରିଥିଲୁ, ବ୍ୟକ୍ତି ବିଶେଷକୁ ନୁହେଁ: ବିଜେପି ସଭାପତି
VK Pandian VRS: ଚାକିରୀ ସହ ରାଜନୀତିକୁ ବିରୋଧ କରିଥିଲୁ, ବ୍ୟକ୍ତି ବିଶେଷକୁ ନୁହେଁ: ବିଜେପି ସଭାପତି

By ETV Bharat Odisha Team

Published : Oct 24, 2023, 5:03 PM IST

VK Pandian VRS: ଚାକିରୀ ସହ ରାଜନୀତିକୁ ବିରୋଧ କରିଥିଲୁ, ବ୍ୟକ୍ତି ବିଶେଷକୁ ନୁହେଁ: ବିଜେପି ସଭାପତି

ଭୁବନେଶ୍ବର: ଚାକିରୀ ସହ ରାଜନୀତିକୁ ଆମେ ବିରୋଧ କରୁଥିଲୁ। ଚାକିରୀ ଛାଡି ସମସ୍ତେ ରାଜନୀତି କରିପାରିବେ। ଭାରତର ନାଗରିକ ହିସାବରେ ରାଜନୀତି କରିପାରିବେ। ଏବେ ରାଜନୀତି କରନ୍ତୁ। ବିଜେଡି ଦାୟିତ୍ବ ଦେଉ, ସେଥିରେ କୌଣସି ଅସୁବିଧା ନାହିଁ। ବିଜେପି ତାର ନୀତି ଆଦର୍ଶକୁ ନେଇ ନିର୍ବାଚନ ଲଢିବ। ଜନ ଅସନ୍ତୋଷ ବିରୋଧରେ ନିର୍ବାଚନ ଲଢିବ। ସ୍ବାଗତ ବିଜେପି କାହିଁକି କରିବ, ରାଜନୀତି କରିବାରେ ସମସ୍ତଙ୍କର ଅଧିକାର ରହିଛି। ଯେଉଁମାନେ ଆସିବେ ସେମାନେ ରାଜନୀତି କରିବେ କାହାକୁ ମନା ନାହିଁ। ଭାରତ ବର୍ଷର କୌଣସି ରାଜ୍ୟରେ ଏଭଳି ରାଜନୀତି ହୋଇନଥିଲା। ଯାହା ଓଡିଶାରେ ଚାଲିଛି, ତାହାକୁ ଆମେ ନିନ୍ଦା କରିଥିଲୁ। ବିରୋଧ କରିଥିଲୁ। ଆମେ ବ୍ୟକ୍ତିକୁ ନୁହେଁ ବ୍ୟବସ୍ଥାକୁ ବିରୋଧ କରିଥିଲୁ। ଗତକାଲି 5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ପରେ ଆଜି ଏମିତି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଅଧିକ ପଢନ୍ତୁ- VK Pandian Takes VRS: VRS ନେଲେ VK Pandian, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା

5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଭିଆରଏସ ସମ୍ପର୍କରେ ବିଜେପି ସଭାପତି ସାମଲ ଆହୁରି କହିଛନ୍ତି, ‘‘ ବିଗତ ଦିନରେ ରାଜ୍ୟରେ ଯାହା ଯାହା ଘଟିଲା ତାହା ଓଡିଶା କି ଦେଶ ପାଇଁ ଶୁଭଙ୍କର ନୁହେଁ। ଅନେକ ଲୋକ ରାଜନୀତିକୁ ଆସିବେ, ରାଜନୀତିରୁ ଯିବେ। ଅତୀତରେ ପ୍ୟାରୀ ବାବୁ ଆସି ବିଜେଡିରେ ସକ୍ରିୟ ହେଲେ, ବିଜୟ ପଟ୍ଟନାୟକ ଅବସର ପରେ ରାଜନୀତିକୁ ଆସିଲେ । ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଚାକିରୀ ଛାଡି ରାଜନୀତିକୁ ଆସିଥିଲେ। ଚାକିରୀ କରି ରାଜନୀତି କରିବାକୁ ଆମେ ବିରୋଧ କରିଥିଲୁ ।"

ପାଣ୍ଡିଆନଙ୍କୁ ସବୁବେଳେ ଟାର୍ଗଟେ କରିବା ପ୍ରସଙ୍ଗରେ ବିଜେପି ସଭାପତି କହିଛନ୍ତି ବର୍ତ୍ତମାନ ସେ ଚାପ୍ଟର ଓଭର। ଏବେ ରାଜନୀତି ଖୋଲା ମୈଦାନରେ ହେବ। ଯିଏ ଯୋଉଠି ଆସୁ ଯିଏ ଯୋଉ ଦାୟିତ୍ବ ନେଉ। ଖୋଲା ରାଜନୀତି ହେବ। ଓଡିଶାର ସ୍ବାର୍ଥ ପାଇଁ ଲଢେଇ ହେବ, ଓଡିଶାର ହକ ପାଇଁ ଲଢେଇ ହେବ। ଓଡିଶାରେ ଯେଉଁମାନେ ଅନ୍ୟାୟ ଅନିତୀ ଦୁର୍ନୀତି କରିଛନ୍ତି। ନୀତି ନିୟମ ରାଜନୈତିକ ମୂଲ୍ୟବୋଧ ବୁଝିନାହାନ୍ତି ତା ବିରୋଧରେ ଲଢେଇ ହେବ। ଲୋକ ସମୀକରଣକୁ ବଦଳାଇ ଦେଇଛନ୍ତି। ଲୋକ ବିଜେପିକୁ ଭୋଟ ଦେବେ। ବିଜେଡି ଏବଂ ସରକାର ବିରୋଧରେ ଭୋଟ ଦେବେ । ଲୋକ ଏବେ ନିର୍ବାଚନର ନେତୃତ୍ବ ନେବେ, ଲୋକ ପରିବର୍ତ୍ତନ ସରକାର କରିବେ। ଶାସକ ଦଳ କଣ ଉତ୍ସାହିତ ଅଛନ୍ତି, ସେମାନେ ଘର କଣରେ ବସିଛନ୍ତି। ବିଜୁ ଜନତା ଦଳରେ ସାଂସଦ, ବିଧାୟକ ଏବଂ ନେତା ମାନେ ଯଦି ସ୍ବାଭିମାନୀ ଥିବେ ସେମାନେ କେବେ ତାଙ୍କ ସାଙ୍ଗରେ ରହିବେନି। ଯାହାର ନୈତିକତା ଥିବ, ସେମାନେ କେବେ ସେ ସଂଗଠନରେ ରହିବା ପାଇଁ ନିଜକୁ ଶ୍ରେୟ ମଣିବେ ନାହିଁ। ସେମାନେ ଉପଯୁକ୍ତ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବେ।

ଅଧିକ ପଢନ୍ତୁ- ଭି.କେ ପାଣ୍ଡିଆନକୁ ନୂଆ ଦାୟିତ୍ବ, 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ

ଅନ୍ୟପଟେ ଭିକେ ପାଣ୍ଡିଆନଙ୍କ ଇସ୍ତଫା ପ୍ରସଙ୍ଗରେ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ବିକାଶ ହେଉଛି ନବୀନ ପଟ୍ଟନାୟକଙ୍କ ମୁଖ୍ୟ ମୁଦ୍ଦା। ପାଣ୍ଡିଆନ ବି ପ୍ରଶାସନରେ ଥିବା ସମୟରେ ଓଡ଼ିଶାର କୋଣଅନୁକୋଣରେ ବିକାଶ ପହଞ୍ଚାଇଛନ୍ତି । ସେ ଜଣେ ଦକ୍ଷ ଅଫିସର ଆଗକୁ ଆହୁରି ବିକାଶ ହେବ। କାରଣ ନବୀନ ଯାହା ଉପରେ ବିଶ୍ବାସ ରଖିଛନ୍ତି, ସେ ବିକାଶ କରିଛନ୍ତି। ଅତି ବେଗରେ ସେ ବିକାଶ କରୁଥିଲେ ଯାହା ଲୋକଙ୍କ ପାଖରେ ପହଞ୍ଚୁଥିଲା। ମୁଖ୍ୟମନ୍ତ୍ରୀଙ୍କ ତାଙ୍କ ଉପରେ ବିସ୍ବାସ ଅଛି ଓ ସେ ବିଶ୍ବାସ ସହ ତାଙ୍କୁ ଏହି ନୂଆ ଦାୟିତ୍ବ ଦେଇଛନ୍ତି। ସେ ବିଜେଡିରେ ଯୋଗ ଦେବା ନେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ସଚିଵ ଭାବେ ବିକାଶ ପ୍ରକ୍ରିୟାକୁ ସେ ଅଧିକ ତ୍ବରାନ୍ବିତ କରୁଥିଲେ। ଯେଉଁଥି ପାଇଁ ବିରୋଧୀ ଅସହିଷ୍ଣୁ ହୋଇ ପଡ଼ିଥିଲେ। ତିନି ଦିନ କି ତିନି ମାସରେ VRS ଗ୍ରହଣ ହେବା କଥାର ସ୍ପଷ୍ଟୀକରଣ କେନ୍ଦ୍ର ସରକାର ଦେଇ ପାରିବେ।

ଅଧିକ ପଢନ୍ତୁ- VK Pandian Takes VRS: କୋରାପୁଟ ସାଂସଦଙ୍କ କଟାକ୍ଷ, କହିଲେ ସୁପରଫାଷ୍ଟ୍‌ ପାଣ୍ଡିଆନ

ସୂଚନାଯୋଗ୍ୟଯେ ଗତକାଲି 5ଟି ସଚିବଙ୍କ ସ୍ବେଚ୍ଛାକୃତ ଅବସର ପରେ ଆଜି ରାଜ୍ୟ ସରକାର ତାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି । 5T ଓ ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details