ଓଡିଶା

odisha

ETV Bharat / state

ଚର୍ଚ୍ଚାର ଅନ୍ତ: ଶେଷରେ ଶଙ୍ଖ ଫୁଙ୍କିଲେ ପାଣ୍ଡିଆନ, ଏଣିକି ବୋଲାଇବେ ବିଜେଡି ନେତା - BJDରେ ଯୋଗଦେଲେ ପାଣ୍ଡିଆନ

BJDରେ ବିଧିବଦ୍ଧ ଭାବରେ ସାମିଲ ହେଲେ ଭି କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

Pandian joins BJD
BJDରେ ସାମିଲ ହେଲେ ପାଣ୍ଡିଆନ

By ETV Bharat Odisha Team

Published : Nov 27, 2023, 10:40 AM IST

Updated : Nov 27, 2023, 12:01 PM IST

BJDରେ ସାମିଲ ହେଲେ ପାଣ୍ଡିଆନ

ଭୁବନେଶ୍ବର: BJDରେ ବିଧିବଦ୍ଧ ଭାବରେ ସାମିଲ ହେଲେ ଭି କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି । ନବୀନ ନିବାସରେ ଏନେଇ ବୈଠକ ବସିଥିଲା । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଜେଡିର ପ୍ରାଥମିକ ସଦସ୍ୟ ଭାବେ ସାମିଲ ହୋଇଛନ୍ତି । ନବୀନ ନିବାସରୁ ସେ ବର୍ତ୍ତମାନ ଶଙ୍ଖ ଭବନ ଓ ପରେ ଗଞ୍ଜାମ ଗସ୍ତରେ ଯାଇ ମା' ତାରାତାରିଣୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପୂର୍ବରୁ ପ୍ରଶାସନିକ ସେବାରୁ ସେ ସ୍ବେଚ୍ଛାକୃତ ଅବସର ନେବା ପରେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଆସୁଥିଲା ।

BJDରେ ସାମିଲ ହେଲେ ପାଣ୍ଡିଆନ

23 ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିବା ଭିକେ ପାଣ୍ଡିଆନ ଅକ୍ଟୋବର 24ରେ ସ୍ଵେଛାକୃତ ଭାବେ ଅବସର ନେଇଥିଲେ । IAS ଚାକିରୀରୁ ସ୍ଵେଛାକୃତ ଭାବେ ଅବସର ନେବା ପରେ ତାଙ୍କୁ ମିଳିଥିଲା ନୂଆ ଦାୟିତ୍ୱ । ତାଙ୍କୁ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ସହ କ୍ୟାବିନେଟ ପାହ୍ୟା ମିଳିଥିଲା । ସେ କୌଣସି ସମୟରେ ବି ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ଆଜିର ଦିନରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି ।

BJDରେ ସାମିଲ ହେଲେ ପାଣ୍ଡିଆନ
ଭି.କେ ପାଣ୍ଡିଆନ 25 ଏପ୍ରିଲ 1974 ରେ ଜନ୍ମଗ୍ରହଣ କରିଥିଲେ । ତାମିଲନାଡୁରେ ସେ ଜନ୍ମ ହୋଇଥିଲେ । ଭି. କାର୍ତ୍ତିକେୟନ ପାଣ୍ଡିଆନ ଏକ ଘରୋଇ ଉଚ୍ଚ ବିଦ୍ୟାଳୟରେ ତାଙ୍କର ପାଠପଢା ସମାପ୍ତ କରିଥିଲେ । IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ପାଣ୍ଡିଆନ ମଦୁରାଇର କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ ଏବଂ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ଉଦ୍ଭିଦ ଫିଜିଓଲୋଜିରେ ପାଠ ପଢିଥିଲେ । ପୂର୍ବରୁ ନେଭେଲି ସ୍ପୋର୍ଟସ ହଷ୍ଟେଲରେ ତାଙ୍କର ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ ।
BJDରେ ସାମିଲ ହେଲେ ପାଣ୍ଡିଆନ

ଏହା ମଧ୍ୟ ପଢନ୍ତୁ...ପାଣ୍ଡିଆନଙ୍କୁ ଗଞ୍ଜାମ ଯଦି ଗ୍ରହଣ କଲା ଓଡିଶାବାସୀ କାହିଁକି ଗ୍ରହଣ କରିବେନି: ଅମର ଶତପଥୀ

ସେ ଓଡ଼ିଶାର 2000 ବ୍ୟାଚ୍‌ର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । 2002ରୁ 2004 ପର୍ଯ୍ୟନ୍ତ ସେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିଅର । 2005ରୁ 2007 ପର୍ଯ୍ୟନ୍ତ ସେ ମୟୂରଭଞ୍ଜ ଜିଲ୍ଲାରେ କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ । 2007ରୁ 2011 ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲ୍ଲାର କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ । ପାଣ୍ଡିଆନ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ 4 ଥର ଜାତୀୟ ପୁରସ୍କାର ପାଇଛି ଗଞ୍ଜାମ । ମେ' 2 ତାରିଖ 2011ରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । 2019ରେ 5T ସଚିବ ଭାବେ ଦାୟିତ୍ବ ନେଇଥିଲେ । ଆଉ ଆଜି ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି ।

BJDରେ ସାମିଲ ହେଲେ ପାଣ୍ଡିଆନ

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 27, 2023, 12:01 PM IST

ABOUT THE AUTHOR

...view details