ଓଡିଶା

odisha

ETV Bharat / state

ଉପକୂଳରେ ବୃଦ୍ଧି ପାଉଛି ଲମ୍ପି ମାମଲା, ସତର୍କ ନରହିଲେ ଘାତକ ହେବ କହିଲେ ପ୍ରାଣୀ ଚିକିତ୍ସକ - ଉପକୂଳରେ ବୃଦ୍ଧି ପାଉଛି ଲମ୍ପି ମାମଲା

Veterinary Doctor on Lumpy Skin Disease: ଉପକୂଳରେ ଲମ୍ପି ମାମଲା ବୃଦ୍ଧି ପାଉଥିବା ବେଳେ ସତର୍କ ନରହିଲେ ଘାତକ ହେବ କହିଲେ ପ୍ରାଣୀ ଚିକିତ୍ସକ ସିମ୍ଫୋନି ମହାନ୍ତି । ଅଧିକ ପଢନ୍ତୁ

Veterinary Doctor on Lumpy Skin Disease
Veterinary Doctor on Lumpy Skin Disease

By ETV Bharat Odisha Team

Published : Dec 26, 2023, 5:09 PM IST

Veterinary Doctor on Lumpy Skin Disease

ଭୁବନେଶ୍ବର:ଅନେକ ସମୟରେ ଲମ୍ପି ଭାଇରସ ଯୋଗୁଁ ଅନେକ ଗାଈ ଗୋରୁଙ୍କ ମୃତ୍ୟୁ ହୋଇଥାଏ।ତେବେ ବିଶେଷ ଭାବରେ ଉପକୂଳ ଓଡ଼ିଶାରେ ଚର୍ମ ବିଣ୍ଡି ଯୋଗୁଁ ଅଧିକ ଗାଈଗୋରୁଙ୍କ ମୃତ୍ୟୁ ହୋଇଥାଏ। ବର୍ତ୍ତମାନ ଦେଶର ଅନେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଲମ୍ପି ଚର୍ମ ରୋଗ ଚିହ୍ନଟ ହେଉଥିବା ବେଳେ ସତର୍କ ନରହିଲେ ଲମ୍ପି ଭାଇରସ ଘାତକ ସାଜିବ ବୋଲି କହିଛନ୍ତି ପ୍ରାଣୀ ଚିକିତ୍ସକ ସିମ୍ଫୋନି ମହାନ୍ତି।

ଓଡିଶାରେ ଲମ୍ପି ସ୍ଥିତି ଭଲ:ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ରହିଥିବା ନେଇ ପ୍ରାଣୀ ଚିକିତ୍ସକ କହିଛନ୍ତି। ଓଡ଼ିଶାରେ ବର୍ତ୍ତମାନ 21 ଟି ଗାଈଗୋରୁ ଲମ୍ପି ଯୋଗୁଁ ମୃତ୍ୟୁବରଣ କରିଛନ୍ତି। ତେବେ ବିଶେଷ ଭାବରେ ଉପକୂଳ ଓଡ଼ିଶାରେ ଲମ୍ପିଂ ସ୍କିନରେ ଗାଈଗୋରୁମାନେ ସର୍ବାଧିକ ଭାବରେ ମୃତ୍ୟୁ ହୋଇଛନ୍ତି। ବର୍ତ୍ତମାନ ଦେଶର ଅନେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଲମ୍ପି ଚର୍ମ ରୋଗ ଚିହ୍ନଟ ହେଉଛନ୍ତି। ଲମ୍ପି ସ୍କିନ ଏକ ଭୂତାଣୁ ଜନିତ ରୋଗ (Lumpy Skin Disease)।

ଗତ ୨୦୧୯ ମସିହାରେ ଜୁନ ମାସ ପରେ ଭାରତରେ ଦେଖାଦେଇଥିଲା। ଏପଟେ ରାଜ୍ୟରେ ପ୍ରଥମେ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିଲା ଏହି ସଂକ୍ରମଣ। ପରବର୍ତ୍ତୀ ସମୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଗାଈ ଓ ଛୋଟ ବାଛୁରିମାନଙ୍କ ଦେହରେ ଏହି ରୋଗ ଚିହ୍ନଟ ହୋଇଥିଲା। ଦେହରେ ଫଳିବା, ଗୋଡ ଗୁଡିକ ଫୁଲିବା, ଘା’ ହେଲା ପରେ ସେଠାରୁ ପ୍ରଚୁର ରକ୍ତ ବାହାରିବା ଏପରି ବିଭିନ୍ନ ଲକ୍ଷଣ ଦେଖାଯାଇଥିଲା। ବର୍ତ୍ତମାନ ଦେଶର ୧୨ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଲମ୍ପି ଚର୍ମ ରୋଗ ଏହାର ପାଦ ବିସ୍ତାର କରିଛି। ପାଖାପାଖି ୧୧ ଲକ୍ଷରୁ ଅଧିକ ଗାଈ ଗୋରୁ ଏପର୍ଯ୍ୟନ୍ତ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ 1 ଲକ୍ଷ 68 ହଜାର 526 ଟି ଗାଈଗୋରୁ ମୃତ୍ୟୁବରଣ କରିଥିବା ବେଳେ ଓଡିଶାରେ ଏହାର ସଂଖ୍ୟା 21 ରେ ରହିଛି। ଯଦି କହିବା ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସ୍ଥିତି ଭଲ ରହିଛି।



ଏନେଇ ପ୍ରାଣୀ ଚିକିତ୍ସାକ ଡାକ୍ତର ସିମ୍ଫୋନି ମହାନ୍ତି କହିଛନ୍ତି, "ଏହି ରୋଗକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଈଗୋରୁଙ୍କୁ ଭାକ୍ସିନେସନ କରାଯାଉଛି। 3 ବର୍ଷରୁ ଉର୍ଦ୍ଧ ଗାଈଗୋରୁ ଓ ବାଛୁରିମାନଙ୍କୁ ଭାକ୍ସିନେସନ କରାଯାଉଛି। ଯାହା ରାଜ୍ୟ ସରକାରଙ୍କ ପକ୍ଷରୁ ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଏହା ଏକ ପ୍ରକାରର ଚର୍ମ ଜନିତ ରୋଗ ଅଟେ। ଏହାର ଲକ୍ଷଣ ସାଧାରଣ ଭାବରେ ଦେହରେ ଫଟୋକା ଭଳି ଫଳିଯିବ। ପରେ ପରେ ଏହା ବଡ ବଡ ଘା' ଭଳି ହୋଇଯାଏ। ଏହା ଦ୍ବାରା ଗାଈଗୋରୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଯଦି କୌଣସି ସ୍ଥାନରେ ଏଭଳି ରୋଗ ଦେଖାଯାଉଛି ତେବେ ତୁରନ୍ତ ପଶୁ ଚିକିତ୍ସାକମାନଙ୍କ ସହ ଯୋଗାଯୋଗ କରନ୍ତୁ। ସଠିକ ଉପାଚାରରେ ଗାଈଗୋରୁମାନଙ୍କୁ ବଞ୍ଚାଇବାରେ ସଫଳ ହେବେ। ଏହି ରୋଗ ରାଜ୍ୟର ସମସ୍ତ ଜିଲ୍ଲାରେ ଦେଖାଯାଉଛି। ଯେଉଁ ଗାଈମାନଙ୍କୁ ଏହି ରୋଗ ଥରେ ହେଉଛି, ତାହା ପୁନର୍ବାର ହେଉ ନାହିଁ। କିନ୍ତୁ କ୍ଷୀର ଉପାଦାନ କମିଯାଉଥିବା ଲକ୍ଷ୍ୟ କରାଯାଉଛି। ଏହି ରୋଗରେ ବିଶେଷ ଭାବରେ ମୃତ୍ୟୁ ସଂଖ୍ୟା ଦେଖିଲେ ଉପକୂଳ ଅଞ୍ଚଳରେ ଅଧିକ ମୃତ୍ୟୁ ହେଉଥିବା ଦେଖାଯାଉଛି। ଏହାର କାରଣ ଏହି ଅଞ୍ଚଳରେ ଥିବା ଗାଈଗୋରୁଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ। ଯେଉଁ ଗାଈ ଗୋରୁମାନେ ସବୁଜ ଜାତୀୟ ଖାଦ୍ଯ ଖାଉଛନ୍ତି ସେମାନଙ୍କ ଅପେକ୍ଷା ଘରେ ରହି ଖାଉଥିବା ଗାଈଗୋରୁଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ। "

ଏହା ମଧ୍ୟ ପଢନ୍ତୁ: ଭଦ୍ରକରେ ଗୋରୁଙ୍କ ଜୀବନ ନେଉଛି ଲମ୍ପି ଭାଇରସ, ଚିନ୍ତାରେ ଗୋପାଳକ

ପରାମର୍ଶ ଏବଂ ସତର୍କତା:
ଯଦି କୌଣସି ଗାଈଗୋରୁଙ୍କ ଦେହରେ ଏହି ରୋଗ ଦେଖାଯାଏ ତେବେ ଏ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି। ଯେଉଁ ପ୍ରାଣୀ ଚିକିତ୍ସାକମାନେ ପାଖରେ ରହୁଛନ୍ତି ସେମାନଙ୍କୁ ଯୋଗାଯୋଗ କରିବା ଆବଶ୍ୟକ। ଯେଉଁମାନେ ଚିକିତ୍ସା ଜାଣିନାହାନ୍ତି ସେମାନେ ଅନେକ ଆଣ୍ଟିବାୟୋଟିକ ଦେଇଥାନ୍ତି। ଯାହା ଫଳରେ ଗାଈଗୋରୁମାନେ ଦୃବଳ ହୋଇଯାଇଥାନ୍ତ। ଯାହା ଫଳରେ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଭାବରେ ହଳଦୀ ଳିମ୍ବ ପାତ୍ର ହେଉଛି ଏହାର ଭଲ ଚିକିତ୍ସା ବୋଲି କୁହାଯାଇଛି।



ଦେଶରେ ମୋଟ ଏହି ରୋଗରେ ୧୬୮୫୨୬ ଜଣ ଗାଈଗୋରୁ ମୃତ୍ୟୁବରଣ କରିଛନ୍ତି। ଏହାରି ମଧ୍ୟରେ ରାଜସ୍ଥାନରେ ସର୍ବାଧିକ ୭୫୮୨୦ ଜଣ ଗାଈଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ମହାରାଷ୍ଟ୍ରରେ ୨୮୨୨୭, କର୍ଣ୍ଣାଟକରେ ୨୧୩୦୫, ପଞ୍ଜାବରେ ୧୭୯୩୨, ହିମାଚଳ ପ୍ରଦେଶରେ ୧୦୮୭୨, ଗୁଜୁରାଟରେ ୬୧୯୩ ମୃତ୍ୟୁବରଣ କରିଛନ୍ତି। ସେହିପରି ଭାବରେ ପଶ୍ଚିମବଙ୍ଗ, ଦିଲ୍ଲୀ ବିହାର ଝାଡଖଣ୍ଡ ଓ ଛତିଶିଗଡରେ ବର୍ତ୍ତମାନ ସୁଦ୍ଧା ଏହି ରୋଗ ଚିହ୍ନଟ ହୋଇଥିବା ନେଇ କୁହାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details