ଭୁବନେଶ୍ବର:ନୂଆପଡାରେ ଆତଙ୍କ ରଚିଛି କଲରାପତରିଆ ବାଘ । ମଣିଷଠୁ ନେଇ ଗୃହପାଳିତ ପଶୁ ସମସ୍ତେ ବାଘର ଶିକାର ହେଲେଣି । ଏହା ମଧ୍ୟରେ ଗୋଟିଏ ବାଘ ଟ୍ରାପ କରାଯାଇଥିବା ବେଳେ ଆଉ ଏକ ବାଘ ବୁଲୁଥିବା କହିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ନୂଆପଡାରେ ମଣିଷ ଖିଆ ବାଘର ବ୍ୟବହାରର ଯାଞ୍ଚ ହେବା ନେଇ କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ଭେଟନାରୀ ଟିମ ସମେତ ବିଶେଷଜ୍ଞ କରିବେ ଏହି ଯାଞ୍ଚ କରିବେ ।
କିଛି ଦିନ ହେବ ନୂଆପଡ଼ାରେ ଆତଙ୍କ ସୃଷ୍ଟି କରିଛି କଲରାପତରିଆ ବାଘ । ଗୋଟିଏ ବାଘକୁ ଟ୍ରାପ କରାଯାଇଥିବା ବେଳେ ଆଉ ଗୋଟେ ବାଘ ବୁଲୁଥିବା ଖବର ମିଳିଛି । ଗ୍ରାମରେ ଏକାଧିକ ବାଘ ରହିଥିବା ନେଇ ଗ୍ରାମବାସୀ କହୁଥିବା ବେଳେ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଦୁଇଟି ମଣିଷର ଜୀବନ ନେଇଥିବା କଲରା ପତରିଆ ବାଘକୁ ଧରା ହେବା ପରେ ତାର ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଛି । ବାଘଟି ଖାଉଛି ଓ ପାଣି ପିଉଛି । ହେଲେ କାହିଁକି ଅସ୍ୱାଭାବିକ ବ୍ୟବହାର ଦେଖାଇଲା ତାହା ଯାଞ୍ଚ କରାଯାଉଛି । ବାଘର ବ୍ୟବହାର ଜାଣିବା ପାଇଁ ଦେବ୍ରିଗଡ଼ ଡିଏଫଓ ଓ ଭେଟନାରୀ ଟିମ ସହ ସମ୍ବଲପୁର ଚିଡ଼ିଆଖାନାରୁ ଜଣେ କଲରାପତରିଆ ବାଘ ବିଶେଷଜ୍ଞଙ୍କୁ ନୂଆପଡା ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ।
ଏହାମଧ୍ୟ ପଢନ୍ତୁ..ବାଘ ଆତଙ୍କରେ ଛାନିଆ ନୂଆପଡ଼ାବାସୀ: ପୁଣି ଜଣେ ନାବାଳକକୁ ଝାମ୍ପିଲା ବାଘ