ଓଡିଶା

odisha

ETV Bharat / state

NAAC ଟିମ୍‌ ଅନୁଧ୍ୟାନରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ A ଗ୍ରେଡ, 2016 ତୂଳନାରେ ମାନ୍ୟତାରେ ହ୍ରାସ - ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ପେସାଲ ଷ୍ଟାଟସ

ଉତ୍କଳ ବିଶ୍ୱବିଦ୍ୟାଳୟର ମାନ୍ୟତାରେ ହ୍ରାସ । NAAC ଟିମ୍‌ ଅନୁଧ୍ୟାନରେ ଏଥର ମିଳିଲା ମାତ୍ର ଗ୍ରେଡ A । 2016ରେ ମିଳିଥିଲା A+ । ଅଧିକ ପଢନ୍ତୁ

ମଉଳିଲା ଉତ୍କଳ ବିଶ୍ୱବିଦ୍ୟାଳୟ A++ ଗ୍ରେଡ ଆଶା
ମଉଳିଲା ଉତ୍କଳ ବିଶ୍ୱବିଦ୍ୟାଳୟ A++ ଗ୍ରେଡ ଆଶା

By

Published : May 1, 2023, 10:07 PM IST

ଭୁବନେଶ୍ବର: ରଜ୍ୟର ସର୍ବପୁରାତନ ଓ ଶିକ୍ଷା ଭିତ୍ତିଭୂମିର ଦର୍ପଣ କୁହାଯାଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ମାନ୍ୟତାରେ ହ୍ରାସ । ଏଥର ମଧ୍ୟ ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ପ୍ରତ୍ୟାୟନ ପରିଷଦ (NAAC) ଟିମ ଅନୁଧ୍ୟାନରେ ବିଶ୍ବବିଦ୍ୟାଳୟକୁ ମିଳିଛି ଗ୍ରେଡ-A । ଯାହା ପୂର୍ବଥର (2016 ଅନୁଧ୍ୟାନ) ତୂଳନାରେ ନୈରାଶ୍ୟଜନକ । ୭ ବର୍ଷ ପରେ NAAC ଟିମ୍‌ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ କରିଥିଲେ । କ୍ୟାମ୍ପସର ଭିତ୍ତିଭୂମି ଓ ଅନ୍ୟାନ୍ୟ ଶୈକ୍ଷିକ ମାପଦଣ୍ଡରେ ଏଥର କ୍ୟାମ୍ପସ A++ ଗ୍ରେଡ ପାଇବା ନେଇ ଆଶା ରଖାଯାଇଥିବା ବେଳେ ଆଶା କେବଳ ଆଶାରେ ରହିଛି ।

୨୦୧୬ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଆୟୋଗର ଅଟୋନମସ ବଡି ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ପ୍ରତ୍ୟାୟନ ପରିଷଦ (NAAC) ପ୍ରତିନିଧି ଟିମ କ୍ୟାମ୍ପସ ପରିଦର୍ଶନ କରିଥିଲେ । ସେତେବେଳେ କ୍ୟାମ୍ପସକୁ A+ ଗ୍ରେଡ ମିଳିଥିଲା । ଏଥର ପୂର୍ବ ଭିତ୍ତିଭୂମିରେ ଉତ୍ତମ ପ୍ରଦର୍ଶନ ସ୍ବରୂପ କ୍ୟାମ୍ପସ A++ କୁ ଉନ୍ନିତ ହେବା ନେଇ ଆଶା ରଖାଯାଇଥିଲା । ହେଲେ ଫଳାଫଳ ବୀପରିତ ହେବା ସହ ଗ୍ରେଡ-A ରେ ଖସିଛି ।


୨୦୧୬ ମସିହାରେ ୩.୫୩ ସିଯିପିଏ ସ୍କୋର ରହିଥିଲା । ଯାହା ଦ୍ବାରା A+ ମାନ୍ୟତା ପାଇଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଗତମାସ ୧୯ ତାରିଖରୁ ୨୧ ତାରିଖରେ NAAC ଟିମ୍‌ କ୍ୟାମ୍ପସରେ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା । ତେବେ ଆଗକୁ NAAC ଗ୍ରେଡ ହ୍ରାସ ପାଇଥିବାରୁ ଆଗକୁ ବିଶ୍ଵବିଦ୍ୟାଳୟ ଉପରେ ଏହାର ପ୍ରଭାବ ପଡିପାରେ । ଶିକ୍ଷା, ଗବେଷଣା ଓ କ୍ୟାମ୍ପସର ଅନ୍ୟାନ୍ୟ ବ୍ୟାପାର ପ୍ରଭାବିତ ହୋଇପାରେ ।


ସୂଚନା ଅନୁଯାୟୀ, ଗତମାସ (ଏପ୍ରିଲ) ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ NAACର ୫ଜଣିଆ ପ୍ରତିନିଧି ଟିମ୍‌ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ କରିଥିଲେ । ଏଥର କ୍ୟାମ୍ପସକୁ ‘A++’ ମାନ୍ୟତା ମିଳିବ ବୋଲି ଆଶା ରଖିଥିଲେ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ । ବିଶ୍ବବିଦ୍ୟାଳୟର ଉନ୍ନତି ଏବଂ ଗୁଣାତ୍ମକ ଶିକ୍ଷା ଦେବାରେ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସଫଳତା ହାସଲ କରିଥିବାରୁ ଏଥର ରାଙ୍କ ପୂର୍ବାପେକ୍ଷା ଭଲ ରହିବ ବୋଲି ଆଶା ରଖିଥିଲା ବିଶ୍ଵବିଦ୍ୟାଳୟ । ତେବେ ୩ଦିନ ମଧ୍ୟରେ NAAC ଟିମ୍‌ ଏକାଡେମିକ, ଆଡମିନିଷ୍ଟ୍ରେସନ, ଭିତ୍ତିଭୂମି ଯାଞ୍ଚ କରିବା ସହ ବିଭାଗଗୁଡ଼ିକରେ ପାଠପଢାର ମାନ, କେତେ ପିଲା ଗବେଷଣା କରୁଛନ୍ତି, ନୂଆ ଗବେଷଣାଗତ ଭିତ୍ତିଭୂମି, ବିଭାଗଗୁଡ଼ିକର ଭିତ୍ତିଭୂମି ଓ ଉନ୍ନତିକରଣ ଆଦି ବିଭିନ୍ନ ବ୍ୟାପାରକୁ ଅନୁଧ୍ୟାନକୁ ନେଇଥିଲା ।

ଏହାବ୍ୟତୀତ କୁଳପତି, କୁଳସଚିବ, ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକ, ଉନ୍ନୟନ ଅଧିକାରୀଙ୍କ ସହିତ ମଧ୍ୟ ଏହି ସର୍ବ ଭାରତୀୟ ଟିମ୍‌ ଆଲୋଚନା କରିଥିଲେ । ବିଶ୍ବବିଦ୍ୟାଳୟ ଉନ୍ନତିକରଣ ଲାଗି କ’ଣ ସବୁ ଖସଡ଼ା ପ୍ରସ୍ତୁତ ହୋଇଛି ଓ ଆଗାମୀ ଦିନରେ ଆଉ କ’ଣ ସବୁ ଯୋଜନା କରାଯିବ ସେସବୁ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା । ପ୍ରଫେସର ଆର.ଏମ.ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି NAAC ଟିମ୍‌ରେ ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ ସଦସ୍ୟ ସଂଯୋଜକ ରହିଥିବା ବେଳେ ପ୍ରଫେସର ଜଗତ ଭୂଷଣ ନଡ଼ା, ପ୍ରଫେସର ସଞ୍ଜୟ କୁମାର ଓ ପ୍ରଫେସର ରେଣୁ ଭରଦ୍ୱାଜ ସଦସ୍ୟ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details