ଓଡିଶା

odisha

By

Published : May 2, 2023, 9:20 PM IST

ETV Bharat / state

ଉତ୍କଳରେ ହ୍ରାସ ପାଇଲା NAAC ମାନ୍ୟତା, ସରକାରଙ୍କୁ ଦାୟୀ କଲେ ପୂର୍ବତନ କୁଳପତି

ନାକ୍‌ ମାନ୍ୟତା ହ୍ରାସ କଲା ରାଜ୍ୟର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଉତ୍କଳ ୟୁନିଭର୍ସିଟି । ଗତଥର A+ ଗ୍ରେଡ ପାଇଥିବା ବେଳେ ଚଳିତ ବର୍ଷ ଏହା A ଗ୍ରେଡକୁ ହ୍ରାସ ପାଇଛି ।

Etv Bharat
Etv Bharat

ଉତ୍କଳରେ ହ୍ରାସ ପାଇଲା NAAC ମାନ୍ୟତା

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ଉତ୍କଳ ବିଶ୍ବ ବିଦ୍ୟାଳୟର ମାନ୍ୟତା ହ୍ରାସ ପାଇଛି । ଏଥର ନାକ ଟିମ ଦେଇଛି ଗ୍ରେଡ A । ୭ ବର୍ଷ ପରେ ବି ସଜାଡି ହୋଇପାରିଲା ନାହିଁ ଉତ୍କଳ । ୨୦୧୬ ଉତ୍କଳ ହାତେଇଥିଲା A+ ଗ୍ରେଡ। ହେଲେ ଚଳିତ ବର୍ଷ ମାନ୍ୟତା ହ୍ରାସ ପାଇ A ଗ୍ରେଡ ହୋଇଛି । ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ A++ ପାଇଁ ଆଶା ରଖିଥିଲେ ମଧ୍ୟ ଏହା ବିଫଳ ହୋଇଛି । ଏହାକୁ ନେଇ ସରକାର ଓ ବ୍ୟୁରୋକ୍ରାଟଙ୍କୁ ଦାୟୀ କରିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ ।

ଉତ୍କଳ ବିଶ୍ବବିଦ୍ୟାଳୟରେ ବ୍ୟୁରୋକ୍ରାଟଙ୍କ ଅହେତୁକ ହସ୍ତକ୍ଷେପ ସହ ଏକାଡେମୀରେ ବ୍ୟୁରୋକ୍ରାଟ ନିଯୁକ୍ତ ହେବା ପରେ ପାଠପଢା ବାତାବରଣ ନଷ୍ଟ ହୋଇଛି । ଯଦି ବ୍ୟୁରୋକ୍ରାଟଙ୍କ ହସ୍ତକ୍ଷେପ ନ ହଟେ ଆହୁରି ତଳକୁ ଯିବ ବିଶ୍ଵବିଦ୍ୟାଳୟର ମାନ୍ୟତା ବୋଲି ବିନାୟକ କହିଛନ୍ତି । ଏହା ସହ ବିଶ୍ଵବିଦ୍ୟାଳୟରେ ନୂତନ ଭାବରେ ବିଲ୍ଡିଂ କରିଦେଲେ ହେବନାହିଁ। ଏହା ପାଇଁ ଆବଶ୍ୟକ ଗବେଷଣା, ଆନ୍ତର୍ଜାତୀୟ କନଫରେନ୍ସ, ଭିତ୍ତିଭୂମି ପାଠପଢା ସମେତ ବିଶ୍ଵବିଦ୍ୟାଳୟରେ କେତେ ଅଧ୍ୟାପକ ଅଧ୍ୟାପିକା ରହିଛନ୍ତି ତାହା ଦେଖାଯାଉଛି। ଯାହା ଫଳରେ କେଉଁଠି ନା କେଉଁଠି ବିଶ୍ଵବିଦ୍ୟାଳୟ ପକ୍ଷରୁ ଅନେକ ମାତ୍ରାରେ ଭୁଲ ରହିଛି।

ସେ ଆହୁରି ସେ କହିଛନ୍ତି, "କିଛି ମାସ ପୂର୍ବରୁ ବାତ୍ୟା ହେବା ସହ କୋଭିଡ ମଧ୍ୟରେ ଗତି କରିଥିଲା ଶିକ୍ଷାନୁଷ୍ଠାନ। ବାତ୍ୟା ସମୟରେ ବିଶ୍ଵବିଦ୍ୟାଳୟରେ ଲାଗିଥିବା ହଜାର ହଜାର ଗଛ ଭାଙ୍ଗି ଯାଇଥିଲା । ଏପରିକି ଉତ୍କଳ ବିଶ୍ବବିଦ୍ୟାଳୟକୁ A ଗ୍ରେଡ ମାନ୍ୟତାକୁ ହ୍ରାସ ପାଇବା ଏକ ଦୁଃଖଦାୟକ ବିଷୟ।" ଏପଟେ ଛାତ୍ର ବିଶ୍ବଜିତ୍ ପାତ୍ର ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ସରକାରଙ୍କ ଅପାରଗତା ପାଇଁ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟର ନାକ୍‌ ମାନ୍ୟତା ହ୍ରାସ ପାଇଛି। ଏପଟେ ରାଜ୍ୟ ସରକାର ଶିକ୍ଷାକୁ ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ତାହାର ରେଜଲ୍ଟ ଦେଖିବାକୁ ମିଳିଛି ଉତ୍କଳ ବିଶ୍ଵବିଦ୍ୟାଳୟର ନାକ୍‌ ମାନ୍ୟତା ।"

ଏହା ବି ପଢନ୍ତୁ- ୨୯ରେ ଉତ୍କଳ ବିଶ୍ବବିଦ୍ୟାଳୟ ଆସିବ NAAC ଟିମ୍, A++ ମାନ୍ୟତା ପାଇଁ ଚାଲିଛି ପ୍ରୟାସ

ଉତ୍କଳ ବିଶ୍ଵବିଦ୍ୟାଳୟର ପୁରାତନ ଛାତ୍ର ତଥା ଉଚ୍ଚ ଶିକ୍ଷା ବିଭାଗର ଉପଦେଷ୍ଟା ତନ୍ମୟ ସ୍ବାଇଁ କହିଛନ୍ତି, "୨୦୧୬ ମସିହାରେ ଉତ୍କଳ ପାଇଥିଲା A+ ମାନ୍ୟତା । ହେଲେ ୭ ବର୍ଷ ପରେ ମାନ୍ୟତା ହ୍ରାସ ପାଇଛି। ଅନେକ କ୍ଷେତ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟ ଉନ୍ନତି ଘଟିଛି । ଯେଭଳି ଭାବରେ ଲାଇବ୍ରେରୀ, ସ୍ପୋର୍ଟସ, ଏକାଡେମିକ ଓ ବିଭିନ୍ନ କ୍ଷେତ୍ରରେ ଅନେକ ଗୁଡ଼ିଏ ଉନ୍ନତି ଘଟିଛି। ଆମେମାନେ କିଛି ପଏଣ୍ଟ ପାଇଁ A+ ମାନ୍ୟତାରୁ ହ୍ରାସ ପାଇଛି। ବିଶ୍ଵବିଦ୍ୟାଳୟର ମାନ୍ୟତା ହ୍ରାସ ପରେ ଏକ ଟିମ୍ ସେନେଇ ଆଲୋଚନା କରୁଛି। ଯଦି ଆବଶ୍ୟକ ହୁଏ ତେବେ ଆଉ ଥରେ ଅପିଲ କରାଯିବ ।"

ସୂଚନା ଥାଉ କି ଉତ୍କଳ ବିଶ୍ଵବିଦ୍ୟାଳୟର ମାନ୍ୟତାରେ A+ରୁ Aକୁ ହ୍ରାସ ପାଇଛି ଓଡ଼ିଶାର ଏକ ଅଗ୍ରଣୀ ଉତ୍କଳ ବିଶ୍ବବିଦ୍ୟାଳୟ। ତେବେ ଚଳିତ ବର୍ଷ ଉତ୍କଳ ବିଶ୍ବବିଦ୍ୟାଳୟକୁ ମିଳିଛି ୩.୧୬ ସ୍କୋର। ଫଳରେ ଏହା ‘A’ ଗ୍ରେଡରେ ରହିଛି। ଅନ୍ୟପଟେ ୨୦୧୬ ମସିହାରେ ୩.୫୩ ସିଯିପିଏ ସ୍କୋର ରହିଥିଲା ଯାହା A+ ମାନ୍ୟତା ପାଇଥିଲା । ଗତମାସ ୧୯ ତାରିଖରୁ ୨୧ ତାରିଖରେ ନାକ୍ ଟିମ୍‌ କ୍ୟାମ୍ପସରେ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା । ଆଗକୁ ନାକ୍‌ ଗ୍ରେଡ ହ୍ରାସ ପାଇଥିବାରୁ ଆଗକୁ ବିଶ୍ଵବିଦ୍ୟାଳୟ ଉପରେ ଏହାର ପ୍ରଭାବ ପଡିପାରେ। ଶିକ୍ଷା, ଗବେଷଣା ଓ କ୍ୟାମ୍ପସକୁ ନେଇ ମଧ୍ୟ ହୋଇପାରେ ପ୍ରଭାବିତ।

ଏପ୍ରିଲ ୧୯ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ନାକ୍‌ର ଉତ୍କଳ ବିଶ୍ଵବିଦ୍ୟାଳୟ ପରିଦର୍ଶନ କରିଥିଲେ। ୫ ଜଣିଆ ନାକ ଦଳର ତିନିଦିନିଆ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏଥର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ‘A++’ ମାନ୍ୟତା ମିଳିବ ବୋଲି ଆଶା ରଖିଥିଲେ। ବିଶ୍ବବିଦ୍ୟାଳୟର ଉନ୍ନତି ଏବଂ ଗୁଣାତ୍ମକ ଶିକ୍ଷା ଦେବାରେ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସଫଳତା ହାସଲ କରିଥିବାରୁ ଏଥର ରାଙ୍କ ପୂର୍ବାପେକ୍ଷା ଭଲ ରହିବ ବୋଲି ଆଶା ରଖିଥିଲା ବିଶ୍ଵବିଦ୍ୟାଳୟ। ତେବେ ୩ଦିନ ମଧ୍ୟରେ ନାକ୍‌ ଦଳ ଏକାଡେମିକ, ଆଡମିନିଷ୍ଟ୍ରେସନ, ଭିତ୍ତିଭୂମି ଯାଞ୍ଚ କରିବା ସହ ବିଭାଗଗୁଡ଼ିକରେ ପାଠପଢା କିଭଳି ହେଉଛି, କେତେ ପିଲା ଗବେଷଣା କରୁଛନ୍ତି, ନୂଆ ଗବେଷଣାଗତ ଭିତ୍ତିଭୂମି, ବିଭାଗ ଗୁଡ଼ିକର ଭିତ୍ତିଭୂମି ଉନ୍ନତିକରଣ ବିଷୟ ତଦାରଖ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details