ଭୁବନେଶ୍ବର: କେନ୍ଦ୍ରଠାରୁ ରାଜ୍ୟକୁ ମାଗଣା ଟିକା ମିଳିବା ଆଶା ମଉଳିଲା । ଏନେଇ ସ୍ପଷ୍ଟ ଭାବେ ସଙ୍କେତ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ରାଜ୍ୟରେ ଆବଶ୍ୟକ ଅନୁଯାୟୀ ଟିକା କିଣିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, "କେନ୍ଦ୍ର ସରକାରଙ୍କ ପାଖରେ ଯେଉଁ ଟିକା ଉପଲବ୍ଧ ତାହା ସବୁ ରାଜ୍ୟ ସରକାରଙ୍କୁ ଉପଲବ୍ଧ କରାଯାଇଛି । ଏହାଛଡ଼ା ଘରୋଇ ହସ୍ପିଟାଲକୁ ବି ଟୀକାକରଣ ଲାଗି ଅନୁମତି ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ଟିକା ନେବାକୁ ଚାହାନ୍ତି, ଘରୋଇ ହସ୍ପିଟାଲକୁ ଯାଇ ମଧ୍ୟ ଟିକା ନେଇପାରିବେ ।"
ଏହା ମଧ୍ୟ ପଢ଼ନ୍ତୁ:AIIMS BBSR 4th Convocation: ଯୋଗଦେଲେ 3କେନ୍ଦ୍ରମନ୍ତ୍ରୀ, ମାଣ୍ଡବ୍ୟ କହିଲେ ସାକାର ହୋଇଛି ବାଜପେୟୀଙ୍କ ସ୍ୱପ୍ନ
ରାଜ୍ୟ ସରକାର ଯଦି ଟିକା କିଣିବାକୁ ଚାହୁଁଛନ୍ତି, ନିଜ ରାଜ୍ୟର ଆବଶ୍ୟକତା ହିସାବରେ ଟିକା କିଣି ଲୋକଙ୍କୁ ଦେଇପାରିବେ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ସୂଚନା ଅନୁଯାୟୀ, ରାଜ୍ୟରେ ଟିକା ନାହିଁ । କେନ୍ଦ୍ର ପକ୍ଷରୁ ମଧ୍ୟ ଟିକା ଦିଆଯାଇନାହିଁ । ସେପଟେ ବର୍ତ୍ତମାନ ସମୟରେ କୋରୋନାକୁ ନେଇ ବିଶ୍ୱରେ ସ୍ଥିତି ସଙ୍ଗୀନ । ଏହି ସମୟରେ ସମସ୍ତଙ୍କୁ ବୁଷ୍ଟର ଡୋଜ ଟିକା ନେବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । କାରଣ ଚତୁର୍ଥ ଲହର ଆସିବାର ସମ୍ଭାବନା ରହିଛି ।