ଓଡିଶା

odisha

ETV Bharat / state

ଗୋଣ୍ଡୱାନା ଛକକୁ ବୀର କରୁଣାକର ସିଂହ ଛକ ନାମିତ କରିବାକୁ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି - ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଝାରସୁଗୁଡା ଗୋଣ୍ଡୱାନା ଛକକୁ ବୀର କୁରଣାକର ସିଂହ ନାଏକ ଛକ ନାମରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

dharmendra pradhan writes to cm
ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

By

Published : Feb 23, 2023, 2:12 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡାର ଗୋଣ୍ଡୱାନା ଛକକୁ ବୀର କରୁଣାକର ସିଂହ ନାଏକ ଛକରେ ନାମିତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଅନୁରୋଧ କରିଛନ୍ତି । ଓଡିଶାର ଐତିହାସିକ, ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ଜନଜାତି ସମୁଦାୟର ପ୍ରତିନିଧିତ୍ବ କାହିଁ କେଉଁ କାଳରୁ ରହି ଆସିଛି । ଜନଜାତିକୁ ବାଦ ଦେଇ ଓଡ଼ିଆ ସଭ୍ୟତାର ପରିକଳ୍ପନା ଅସମ୍ଭବ । ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା କୋଲାବିରାର ଗଣ୍ଡ ଗଉଁତିଆ ଶହୀଦ କରୁଣାକର ସିଂହ ନାଏକ ଥିଲେ ଗଣ୍ଡ ସମୁଦାୟର ଅନ୍ୟତମ ମୁଖିଆ । ଗୋଣ୍ଡୱାନା ଛକକୁ ବିପ୍ଳବୀ ବୀର ତଥା ଶହୀଦ କରୁଣାକର ସିଂହ ନାଏକଙ୍କ ନାଁରେ ନାମିତ କରାଗଲେ ଏହି ମହାନାୟକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଚିଠିରେ ଉଲ୍ଲେଖ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ବି ପଢନ୍ତୁ...ମୁଁ ଆଉ ନିର୍ବାଚନ ଲଢିବେନି, ଏଥର ପୁଅ ଲଢିବ: ସୁର ରାଉତରାୟ

ଭାରତୀୟ ମୁକ୍ତି ସଂଗ୍ରାମରେ ଗଣ୍ଡ ସମାଜର ତ୍ୟାଗ ଏବଂ ବଳିଦାନ ଅବିସ୍ମରଣୀୟ । ଓଡ଼ିଶାରେ ବିଶେଷ କରି ପଶ୍ଚିମାଞ୍ଚଳର ଜନଜାତି ଅଧିନାୟକମାନଙ୍କୁ ସର୍ବଭାରତୀୟ ପାଠ୍ୟଖସଡ଼ାରେ ସ୍ଥାନ ଦେବା ପାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୧୧ ତାରିଖରେ ଝାରସୁଗୁଡାର କଟାପାଲି ଷ୍ଟାଡିୟମ ଠାରେ ‘ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ପଞ୍ଚଦଶ ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇ ସ୍ଥାନୀୟ ସମାଜର ଦାବି କ୍ରମେ ଗୋଣ୍ଡୱାନା ଛକକୁ ବୀର କରୁଣାକର ସିଂହ ନାଏକ ଛକ ଭାବେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ନେଇ ମତ ରଖିଥିଲେ । ଲୋକଙ୍କ ଦାବି କ୍ରମେ ଗୋଣ୍ଡୱାନା ଛକକୁ ବୀର କରୁଣାକର ସିଂହ ନାଏକ ଛକରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ।

ଚିଠିରେ ଆହୁରି ଉଲ୍ଲେଖ ରହିଛି, ଦେଶ ଅମୃତ ମହୋତ୍ସବ ପାଳନ କରୁଛି । ଜନଜାତି ସମାଜର ସଂଗ୍ରାମୀ ବୀର-ବୀରୀଙ୍ଗନାମାନଙ୍କର ଅକୁହା ଅଲେଖା କଥା କାହାଣୀକୁ ଲୋକଲୋଚନକୁ ଆଣିବାର ଗୁରୁ ଦାୟିତ୍ବ ତୁଲାଉଛେ । ଓଡିଶାର ବିଶେଷ କରି ପଶ୍ଚିମାଞ୍ଚଳ ଜନଜାତି ଅଧିନାୟକମାନଙ୍କୁ ସର୍ବଭାରତୀୟ ପାଠ୍ୟଖସଡାରେ ଯଥାସ୍ଥାନ ଦେବା ନିମନ୍ତେ ଆମେ ବଦ୍ଧପରିକର ଏଥିପାଇଁ ଆପଣଙ୍କ ସହଯୋଗ ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details