ନୂଆଦିଲ୍ଲୀ: ଚର୍ଚ୍ଚାରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ । ଜବାହାରଲାଲ ନେହେରୁ (ଜେଏନୟୁ) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଓଡିଶାର ଗୌରବମୟ ଗାଥା ଉପରେ ରଖିଲେ ଅଭିଭାଷଣ । ମଗଧ ସମ୍ରାଟ ଅଶୋକ କଳିଙ୍ଗଯୁଦ୍ଧ ପରେ କେମିତି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ ଏହା ଉପରେ ଜ୍ଞାନ ପ୍ରଦାନ ଛାତ୍ରଛାତ୍ରୀଙ୍କୁ ଗବେଷଣା କରିବାକୁ ଦେଇଛନ୍ତି ଆହ୍ବାନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି (ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ) ର ସମାବର୍ତ୍ତନ ଉତ୍ସବରେ କହିଛନ୍ତି ‘‘ସେତେବେଳେ କଳିଙ୍ଗରେ ରାଜା କେହି ନଥିଲେ । ଜନପ୍ରତିନିଧିଙ୍କ ସମୂହ ବସି ସମସ୍ତ ନିର୍ଣ୍ଣୟ ନେଉଥିଲେ । ଯୁଦ୍ଧରେ ଲକ୍ଷେ ଓଡିଆଙ୍କ ଜୀବନ ଯାଇଥିଲା । ଓଡିଆ ଭାବରେ ଏହି ଯୁଦ୍ଧରେ ଓଡିଆ ଜାତିର ପରାଜୟ ନୁହେଁ ବିଜୟର ଅଦମ୍ୟ ସାହାସକୁ ଦୁନିଆଁ ଅନୁଭବ କରିଛି । 22 ଶହ ବର୍ଷ ପୂର୍ବ କଳିଙ୍ଗଯୁଦ୍ଧ ପ୍ରଶାସନିକ ଢାଞ୍ଚା, ନିର୍ଣ୍ଣୟ ପ୍ରକ୍ରିୟା ନିଶ୍ଚିତ ଭାବେ ଆଜି ଦିନରେ ଗବେଷଣାର ବିଷୟ ପାଲଟିଛି । ’’ ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆହ୍ବନ ଦେଇ ଧର୍ମେନ୍ଦ୍ର କହିଛନ୍ତି ଭାରତର ଲୋକ ଚରିତ୍ରରେ ପ୍ରଜାତନ୍ତ୍ର ରହିଛି । ଲୋକ କୁହନ୍ତି ପାଶ୍ଚାତ୍ୟ ଦେଶରୁ ଗଣତନ୍ତ୍ର ଆସିଛି । କିନ୍ତୁ ମୁଁ ଆପଣଙ୍କୁ ପ୍ରମାଣର ସହ କହିଲି ଭାରତରେ ଗଣତନ୍ତ୍ର ଥିଲା । ଧର୍ମେନ୍ଦ୍ରଙ୍କର ଏହି ପ୍ରଭାବୀ ଅଭିଭାଷଣ ଏବେ ବେଶ ଚର୍ଚ୍ଚାରେ ରହିଛି । ବିଶେଷ କରି ଦେଶର ଶିକ୍ଷାମନ୍ତ୍ରୀ ଭାବେ ଜେଏନୟୁ ପରି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଯେଉଁଭଳି ଭାବେ ଦେଶ ତଥା ରାଜ୍ୟର ଇତିହାସ ଓ ଗୌରବମୟ ଗାଥାକୁ ଉପସ୍ଥାପନା କରିଛନ୍ତି ତାହା ପ୍ରଶଂସନୀୟ ।