ଓଡିଶା

odisha

ETV Bharat / state

ନନ୍ଦନକାନନରେ ନୂଆ ଅତିଥି, 15ଦିନ ପରେ ଭେଟିବେ ପର୍ଯ୍ୟଟକ

ଚେନ୍ନାଇରେ ଥିବା ଏକ ପ୍ରତିଷ୍ଠିତ ପଶୁପାଳନ କେନ୍ଦ୍ରରୁ 2ଟି ବିଦେଶ ପ୍ରଜାତିର ମାଙ୍କଡକୁ ନନ୍ଦନକାନନକ ଅଣା ଯାଇଛି । ଯୋଡା କାପୁଚିନ ମାଙ୍କଡର ବୟସ ୪ ରୁ ୫ ବର୍ଷ ହୋଇଥିବା ବେଳେ ଗୁଣ୍ଡୁଚିମୂଷା ମାଙ୍କଡର ବୟସ ୩ ରୁ ୪ ବର୍ଷ ହେବ ।

By

Published : Oct 4, 2019, 8:21 PM IST

2 ବିଦେଶୀ ଅତିଥି

ଭୁବନେଶ୍ବର: ନନ୍ଦନକାନନର ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି 2 ବିଦେଶୀ ମାଙ୍କଡ। ବିଦେଶୀ ପ୍ରଜାତିର ଗୋଟିଏ ଯୋଡା କୌତୁକୀୟା ମାଙ୍କଡ କାପୁଚିନ ଏବଂ ଅନ୍ୟଟି ଗୁଣ୍ଡୁଚିମୂଷା ମାଙ୍କଡ। ଚେନ୍ନାଇରେ ଥିବା ଏକ ପ୍ରତିଷ୍ଠିତ ପଶୁପାଳନ କେନ୍ଦ୍ର ଜୟ ଫାର୍ମାସୀରୁ ଏହି ନୂଆ ଅତିଥି ଆସିଛନ୍ତି ।

2 କାପୁଚିନ ମାଙ୍କଡଙ୍କ ବୟସ ୪ ରୁ ୫ ବର୍ଷ ହୋଇଥିବାବେଳେ ଗୁଣ୍ଡୁଚି ମୂଷା ମାଙ୍କଡର ବୟସ ୩ ରୁ ୪ ବର୍ଷ ହେବ । ତେବେ ପ୍ରାଣୀ ଉଦ୍ୟାନରେ ମାଙ୍କଡ ମାନେ ରହୁଥିବା ସ୍ଥାନ ଅର୍ଥାତ୍‌ ସିମ୍ପାଜି ଖୁଆଡ ନିକଟରେ ନିର୍ମାଣ ହୋଇଛି ଏକ ନୂଆ ଏନକ୍ଲୋଜୋର । ଆସନ୍ତା ୧୫ ଦିନ ଭିତରେ ଏହି ନୂଆ ଏନକ୍ଲୋଜୋରଟିର କାମ ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଯିବ । ଏହା ପରେ ପର୍ଯ୍ୟଟକମାନେ ନୂଆ ପ୍ରଜାତିର ମାଙ୍କଡକୁ ଦେଖିପାରିବେ।

ତେବେ 2 ନୂଆ ଅତିଥିଙ୍କ ଆଗମନ ପରେ ନନ୍ଦନକାନନରେ ଜୀବଜନ୍ତୁ ପ୍ରଜାତିର ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details