ଓଡିଶା

odisha

ETV Bharat / state

ମଙ୍ଗୁଳି ଜେନା ହତ୍ୟା ଘଟଣା, 2 ଅଟକ

ଖୋର୍ଦ୍ଧା ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆଜିଠାରୁ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ତତ୍ତ୍ବାବଧାନରେ ତଦନ୍ତ ହେବ।

By

Published : Apr 16, 2019, 6:28 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଖୋର୍ଦ୍ଧା ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆଜିଠାରୁ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ତତ୍ତ୍ବାବଧାନରେ ତଦନ୍ତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ସେହିପରି ଦୁଇ ଜଣ ଯୁବକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖି ଥିବାବେଳେ ଘଟଣା ପଛରେ ପୂର୍ବ ଶତ୍ରୁତା ନା ରାଜନୈତିକ କାରଣ ରହିଛି, ତାହା ତଦନ୍ତ ପରିସରଭୁକ୍ତ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ 14 ତାରିଖ ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିଲା। ଦୁର୍ବୃତ୍ତମାନେ ଗୁଳିମାଡ କରି ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ। ତେବେ ଏହି ଘଟଣାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କ ମୃତ୍ୟୁ ହୋଇଥିଲା।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details