ଓଡିଶା

odisha

By

Published : Apr 14, 2023, 10:07 AM IST

ETV Bharat / state

ଆଜିଠୁ 2 ଦିନିଆ ୟୁଥ୍ ୨୦ କନ୍ସଲଟେସନ ମିଟ୍

ଆଜିଠୁ ରାଜଧାନୀ ଭୁବନେଶ୍ବରର ଦୁଇ ଦିନିଆ ୟୁଥ୍ 20 କନ୍ସଲଟେସନ ମିଟ୍ ଆରମ୍ଭ ହେବ । ଏଥିରେ 20ଟି ଦେଶର ପ୍ରତିନିଧି ଦଳ ଯୋଗ ଦେବେ । ଅଧିକ ପଢନ୍ତୁ

ଆଜି ଭୁବନେଶ୍ୱରରେ ୟୁଥ୍ ୨୦ କନ୍ସଲଟେସନ ମିଟ୍
Youth 20 Consultation meet in bhubaneswar

ଆଜି ଭୁବନେଶ୍ୱରରେ ୟୁଥ୍ ୨୦ କନ୍ସଲଟେସନ ମିଟ୍

ଭୁବନେଶ୍ବର: ଆଜିଠୁ (ଶୁକ୍ରବାର) ଭୁବନେଶ୍ବରରେ ୟୁଥ ୨୦ କନ୍ସଲଟେସନ ମିଟ ଆରମ୍ଭ ହେବ । ଏଥିରେ 20ଟି ଦେଶର ପ୍ରତିନିଧି ଦଳ ଯୋଗ ଦେବେ । ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଏହି ଦୁଇଦିନିଆ ମିଟ୍ ଆୟୋଜନ ହେବାକୁ ଯାଉଛି । କେନ୍ଦ୍ର କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, ଖାଉଟି କଲ୍ୟାଣ ଓ ପରିବେଶ ମନ୍ତ୍ରୀ ଅଶ୍ବିନୀ ଚୌବେ ଏବଂ ଯୁକ୍ତରାଷ୍ଟ୍ର ଆମେରିକା, କୋରିଆ , ବ୍ରିଟେନ, ଜର୍ମାନୀ ସ୍ୱିଜରଲ୍ୟାଣ୍ଡ ଆଦି ପ୍ରମୁଖ ଜି- ୨୦ ଦେଶର ସରକାରୀ ପ୍ରତିନିଧି ଦଳ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ଜି- ୨୦ ଦେଶର ସରକାରୀ ପ୍ରତିନିଧି ଦଳ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ।

ଭବିଷ୍ୟତ ଉଦ୍ୟୋଗ, ଉଦ୍ଭାବନ ଓ ଏକବିଂଶ ଶତାଦ୍ଧୀର କୌଶଳ ଥିମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏନେଇ ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜି- ୨୦ ଯୁବଗୋଷ୍ଠୀର କୋଷାଧ୍ୟକ୍ଷ ଓମ ପ୍ରିୟଦର୍ଶୀ ଛୋଟରାୟ । ଏହି କାର୍ଯକ୍ରମରେ ଭାରତ ଓ ଅନ୍ୟ ଜି-୨୦ ରାଷ୍ଟ୍ର ଗୁଡିକରୁ ବିଭିନ୍ନ ବିଭାଗରେ ଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା 300 ଯୁବ ପ୍ରତିନିଧିମାନେ ମଧ୍ୟ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି । ଏପ୍ରିଲ ୨୩ ତାରିଖ ରୁ ୨୯ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ବର ଠାରେ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ଜି-୨୦କୁ ନେଇ ବିଭିନ୍ନ ପ୍ରଦର୍ଶନୀ ଆୟୋଜିତ କରାଯିବ । ଯେଉଁଥିରେ ଓଡିଆର ଖାଦ୍ୟ ସ୍ଥାନ ପାଇବ । ଏନେଇ ଜି- ୨୦ ଯୁବଗୋଷ୍ଠୀ କୋଷାଧ୍ୟକ୍ଷ ଓମ ପ୍ରିୟଦର୍ଶୀ ଛୋଟରାୟ କହିଛନ୍ତି ।

ଏହା ବି ପଢନ୍ତୁ...ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧି ଏକତା ପାଇଁ ପ୍ରୟାସ, ରାହୁଲଙ୍କୁ ଭେଟିଲେ ଶରଦ ପାୱାର

ସୂଚନା ଅନୁଯାୟୀ, ଏପ୍ରିଲ 1 ତାରିଖରୁ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶିକ୍ଷା ଓ ଗବେଷଣକୁ ନେଇ ହେଉଛି ଆଲୋଚନା। ଆସନ୍ତା ୨୩ ତାରିଖରେ G 20 ଦେଶମାନଙ୍କ ବୈଠକ ହେବ । ୨୦ ଦେଶର ପ୍ରତିନିଧି ଯୋଗ ଦେବେ । ଏଥିରେ ରାଜ୍ୟର ସମସ୍ତ ସ୍କୁଲ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟର ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଉଛି ।

ତେବେ ଆସନ୍ତା ମାସ ୨୩ ତାରିଖ ରୁ ୨୯ ତାରିଖ ମଧ୍ୟରେ ବିଦେଶୀ ପ୍ରତିନିଧି ଭୁବନେଶ୍ବରରେ ପହଞ୍ଚିବେ । ଓଡ଼ିଶାକୁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆଲୋଚନା ପାଇଁ ଏକ ବଡ଼ ସୁଯୋଗ ମିଳିଛି । ଜି ୨୦ ଶିକ୍ଷା ସମ୍ପର୍କିତ ୩ୟ ବୈଠକ ଓଡ଼ିଶାରେ ହେବାକୁ ଯାଉଛି । ଶିକ୍ଷା ଓ ଗବେଷଣା ଆଦି କ୍ଷେତ୍ରର କିଭଳି ଭାବରେ ଆଗକୁ ପଢିବ ସେ ନେଇ ରୂପରେଖ ପ୍ରସ୍ତୁତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details