ଓଡିଶା

odisha

ETV Bharat / state

Assembly Session: ବାଚସ୍ପତିଙ୍କୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, ମୋହନ-ମୁକେଶ ନିଲମ୍ବିତ - ମୋହନ ମାଝୀ ନିଲମ୍ବିତ

ବିଧାନସଭାରେ ବାଚସ୍ପତିଙ୍କ ଡାଲି ଫିଙ୍ଗି ବିଜେପି ବିଧାୟକ, ମୋହନ ମାଝି, ମୁକେଶ ମହାଲିଙ୍ଗ ନିଲମ୍ବିତ । ଅଧିକ ପଢନ୍ତୁ

Assembly session: ବାସ୍ପପତିଙ୍କୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, ମୋହନ-ମୁକେଶ ନିଲମ୍ବିତ
Assembly session: ବାସ୍ପପତିଙ୍କୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, ମୋହନ-ମୁକେଶ ନିଲମ୍ବିତ

By ETV Bharat Odisha Team

Published : Sep 28, 2023, 6:52 PM IST

Updated : Sep 28, 2023, 8:52 PM IST

ବାଚସ୍ପତିଙ୍କୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, ମୋହନ-ମୁକେଶ ନିଲମ୍ବିତ

ଭୁବନେଶ୍ବର:ଆଜି ବିଧାନସଭା ଅଧିବେଶନରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡିଅମ ଉପରକୁ ଡାଲି ଫିଙ୍ଗିଛନ୍ତି ବିରୋଧୀ ବିଜେପି ବିଧାୟକ । ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଓ ଦଳୀୟ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବିତ କରାଯାଇଛି । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ଉଭୟଙ୍କୁ ସ୍‌ସପେଣ୍ଡ କରିଛନ୍ତି ବାଚସ୍ପତି । ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଉଭୟ ନେତା ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଉଭୟ ବିଧାୟକ ପଲିଥିନରେ ଡାଲି ନେଇ ଗୃହକୁ ଆସିଥିଲେ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ପରେ ବାଚସ୍ପତିଙ୍କ ପୋଡିଅମକୁ ଉଭୟ ଡାଲି ଫିଙ୍ଗିଥିବାର ଅଭିଯୋଗ ହୋଇଥିଲା । ଏହା ପରେ ଉଭୟଙ୍କୁ ନିଲମ୍ବିତ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରସ୍ତାବ ଆଣିଥିଲେ । ବିଜେପିର ଦୁଇ ବିଧାୟକ ଗୃହ କାର୍ଯ୍ୟରେ ବାଧକ ଆଣୁଛନ୍ତି । ତେଣୁ ଗୃହ କାର୍ଯ୍ୟରୁ ସେମାନଙ୍କୁ ବାଦ ଦେବାକୁ ପ୍ରଶାନ୍ତ ମୋସନ ଆଣିଥିଲେ । ଯାହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି । ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଅଧିବେଶନର ଅବଶିଷ୍ଟ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯାଇଛି ।

କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ‘‘ସସପେଣ୍ଡ ହୋଇଥିବା ଉଭୟ ନେତାଙ୍କ ଆଚରଣ ଓ ଉଚ୍ଚାରଣରେ ଗୃହ ଖୁବ୍ଧ ହୋଇଥିଲେ । ସମ୍ବିଧାନ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗୃହର ମତ ନିଆଯାଇ ସସପେଣ୍ଡ କରାଯାଇଛି । ଯାହା ନୀତି ନିୟମ ଅଛି, ତା ଆଧାରରେ ସବୁ କରାଯାଇଛି । ଅଧିବେଶନର ବଳକା ସମୟ ପାଇଁ ସେମାନେ ନିଲମ୍ବନ ହୋଇଛନ୍ତି । ବହୁଥର ସେମାନଙ୍କୁ ଅନୁରୋଧ ଦିଆଯାଇଛି । ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କୁହାଯାଇଛି ।’’

ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ‘‘ବିରୋଧୀ ଦଳ ନେତାଙ୍କୁ ସେମାନେ ମେଣ୍ଟାଲ ଡିଜଅର୍ଡର କହିଥିଲେ । ଏହାକୁ ବିବରଣୀରୁ ବାଦ ଦେବାକୁ କହିଲୁ । କିନ୍ତୁ ବାଚସ୍ପତି ଗ୍ରହଣ କଲେନି । ବାଚସ୍ପତି ନିରପେକ୍ଷ ନୁହନ୍ତି । ତାଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ । ବାଚସ୍ପତି ଦଳର କର୍ମକର୍ତ୍ତା ଭଳି ଆଚରଣ କରୁଛନ୍ତି । ବାଚସ୍ପତି ନିଜେ ସସପେଣ୍ଡ ହେବା କଥା । ସେ କ’ଣ ସସପେଣ୍ଡ କରୁଛନ୍ତି । ଏ ସସପେଣ୍ଡକୁ ଆମେ ଭ୍ରୁକ୍ଷେପ କରୁନୁ । ଆମ ପ୍ରତିବାଦ ଜାରି ରହିବ । ବାଚସ୍ପତିଙ୍କୁ ଡାଲି ବହୁତ ଭଲ ଲାଗେ । ୨୦୧୧ରେ ଯେତେବେଳେ ସେ ମନ୍ତ୍ରୀ ଥିଲେ, ସେତେବେଳେ ଛୁଆଙ୍କ ଡାଲି ଖାଇଯାଇଥିଲେ ବୋଲି ଅଭିଯୋଗ ଅଛି । ତେଣୁ ଭାବିଲୁ ଡାଲି ଉପହାର ଦେଲେ କାଳେ ଆମ କଥା ଶୁଣିବେ, ସେଥିପାଇଁ ଡାଲି ଉପହାର ଦେଲୁ ।’’

ଏହା ମଧ୍ୟ ପଢନ୍ତୁ :-ପୂର୍ବତନ ଚିଲିକା ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ଼

2011ରେ ମନ୍ତ୍ରୀ ଥିବା ବେଳେ ବର୍ତ୍ତମାନର ବାଚସ୍ପତି ପ୍ରମିଳା ମଲ୍ଲିକ ଡାଲି ଦୁର୍ନୀତିରେ ଫସିଥିଲେ । ତେବେ ଏହାକୁ ନେଇ ବିରୋଧୀ ସଦସ୍ୟମାନେ ଡାଲି ଫିଙ୍ଗି ବାଚସ୍ପତିଙ୍କ ସମାଲୋଚନା କରିଛନ୍ତି । ପୂର୍ବରୁ ମଧ୍ୟ ଗୃହ ଭିତରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କୁ ଚପଲ ପିଙ୍ଗିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 28, 2023, 8:52 PM IST

ABOUT THE AUTHOR

...view details