ଓଡିଶା

odisha

ETV Bharat / state

Fake Certificate:ପୁଣି 2 ଜଣଙ୍କୁ ବାନ୍ଧିଲା ପୋଲିସ, ପୂର୍ବରୁ ଗିରଫ ହୋଇଥିଲେ ଅଧ୍ୟାପକ - fake certificate case

ଜାଲ ସାର୍ଟିଫିକେଟ କାରବାରରେ ପୁଣି ଦୁଇଜଣଙ୍କୁ ଗିରଫ କରିଛି ପୋଲିସ। ଜାତୀୟ ମୁକ୍ତ ବିଦ୍ୟାଳୟ ନାମରେ ନକଲି ଯୁକ୍ତଦୁଇ ପ୍ରମାଣପତ୍ର ବିକ୍ରି ଅଭିଯୋଗରେ ପୂର୍ବରୁ ଜଣେ ଅଧ୍ୟାପକ ଗିରଫ ହୋଇଥିଲେ। ଅଧିକ ପଢନ୍ତୁ

ନକଲି ସାର୍ଟିଫିକେଟ କାରବାରରେ ପୁଣି 2 ଗିରଫ
ନକଲି ସାର୍ଟିଫିକେଟ କାରବାରରେ ପୁଣି 2 ଗିରଫ

By

Published : Aug 11, 2023, 4:34 PM IST


ଖୋର୍ଦ୍ଧା :ଜାଲ ସାର୍ଟିଫିକେଟ କାରବାରରେ ପୁଣି 2 ଜଣଙ୍କୁ ବାନ୍ଧିଲା ପୋଲିସ। ଜାତୀୟ ମୁକ୍ତ ବିଦ୍ୟାଳୟ ନାମରେ ନକଲି ଯୁକ୍ତଦୁଇ ପ୍ରମାଣପତ୍ର ପ୍ରସ୍ତୁତ କରି ବିକ୍ରି କରିବା ମାମଲାରେ 2 ଜଣ ଗିରଫ ହୋଇଛନ୍ତି। ଗତ 5 ତାରିଖରେ ସଦର ଥାନା ପୁଲିସ କାଇପଦର ସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଜଣେ ଅଧ୍ୟାପକ ତପନ କୁମାର ପୃଷ୍ଟିଙ୍କୁ ଗିରଫ କରିଥିବାବେଳେ ଗୁରୁବାର ଅନ୍ୟ 2 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ଗୁରୁବାର ଖୋର୍ଦ୍ଧା ଏସ୍‌ଡିପିଓ ଦିଲ୍ଲୀପ ଦାସ ଏନେଇ ଏକ ବିବୃତ୍ତିରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଜାଲ ସାର୍ଟିଫିକେଟ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ସଦର ଥାନାର ଅଧିକାରୀ କାହ୍ନୁଚରଣ ପୃଷ୍ଟିଙ୍କ ନେତୃତ୍ବରେ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଏଥିରେ ଗୁରୁବାର ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଧୀନ ଚୁଆଁପୁର ଗ୍ରାମର କାର୍ତ୍ତିକ ବରିହା ଓ ଜଟଣୀ ଥାନା ଅଧୀନ ରାମଚନ୍ଦ୍ରପୁରର ମହମ୍ମଦ ସାଜିଦ ହୁସେନ ।"

ଏହା ବି ପଢନ୍ତୁ...Fake Certificate: ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ

ତେବେ କାର୍ତ୍ତିକ ଭୁବନେଶ୍ବର ଖଣ୍ଡଗିରିରେ ରହୁଥିବାବେଳେ ମହମ୍ମଦ ସାଜିଦ ଭୁବନେଶ୍ବର ଏୟାରଫିଲ୍‌ଡ ଥାନା ଅଞ୍ଚଳ କଣ୍ଟିଲୋକୁହାଠାରେ ରହୁଥିଲେ। ପଚରାଉଚରା ସମୟରେ ଉଭୟ ଏଭଳି ନକଲି ମାଟ୍ରିକ ଓ ଯୁକ୍ତ ଦୁଇ ପ୍ରମାଣ ପତ୍ର ଶତାଧିକ ଲୋକଙ୍କୁ ଦେଇଥିବା ସ୍ବୀକାର କରିଛନ୍ତି । "ମାମଲାର ତଦନ୍ତ ଜାରି ରହିଥିବାବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଖୁବଶୀଘ୍ର ଧରାଯିବ" ବୋଲି ଏସଡିପିଓ କହିଛନ୍ତି ।

ସୂଚନା ଅନୁସାରେ, କାଇପଦର ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଫେଲ ହୋଇଥିବା ଛାତ୍ର ଅଭିଷେକ ସାମନ୍ତରାୟଙ୍କ ଠାରୁ 33 ହଜାର ଟଙ୍କା ନେଇଥିଲେ ସେହି ମହାବିଦ୍ୟାଳୟର ଅଧ୍ୟାପକ ତପନ କୁମାର ପୃଷ୍ଟି । ମୁକ୍ତ ବିଦ୍ୟାଳୟର ଯୁକ୍ତ ଦୁଇ ପାସ ପ୍ରମାଣପତ୍ର ଦେବା ନେଇ ପ୍ରତିଶୃତି ଦେବା ସହ 33ହଜାର ଟଙ୍କା ନେଇଥିଲେ ଅଧ୍ୟାପକ ।

ଏନେଇ ପ୍ରମାମପତ୍ର ଦେବା ପରେ ଏହି ସାର୍ଟିଫିକେଟ ନକଲି ଥିବା ଜଣାଯାଇଥିଲା । ଏହି ଘଟଣାରେ ଗତ 3 ତାରିଖରେ ଖୋର୍ଦ୍ଧା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଗତ 5 ତାରିଖରେ ଉକ୍ତ ଅଧ୍ୟାପକଙ୍କୁ ଗିରଫ କରିଥିଲା ପୋଲିସ। ଏହାପରେ ଏକ ସ୍ୱତନ୍ତ୍ର ଟିମ୍ ସାହାଯ୍ୟରେ ଅପରେସନ କରାଯାଇ ଏହି ଜାଲ ସାର୍ଟିଫିକେଟ କାରବାରରେ ସଂପୃକ୍ତ ଥିବା ଅନ୍ୟ 2 ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details