ଓଡିଶା

odisha

ETV Bharat / state

ବେଗୁନିଆ ନିର୍ବାଚନୀ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସରପଞ୍ଚ ଗିରଫ

ଖୋର୍ଦ୍ଧା ବେଗୁନିଆରେ ନିର୍ବାଚନୀ ହିଂସା । ଏହି ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

By

Published : Mar 13, 2022, 1:49 PM IST

ବେଗୁନିଆ ନିର୍ବାଚନୀ ହିଂସା: ୨ଜଣକୁ ବାନ୍ଧିଲା ପୋଲିସ
ବେଗୁନିଆ ନିର୍ବାଚନୀ ହିଂସା: ୨ଜଣକୁ ବାନ୍ଧିଲା ପୋଲିସ

ଖୋର୍ଦ୍ଧା: ବେଗୁନିଆ ପଞ୍ଚାୟତ ସମିତିରେ ଶନିବାର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ନିର୍ବାଚନ ହାରିବା ପରେ ବିପକ୍ଷ ଗୋଷ୍ଠୀ ପକ୍ଷରୁ ବେଗୁନିଆ ବ୍ଲକ ଭିତରେ ପଶି ପୋଲିସ ଉପସ୍ଥିତିରେ ହିଂସାକାଣ୍ଡ ଘଟାଇଥିଲେ । ଏହି ଘଟଣାରେ ଆଜି (ରବିବାର)ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପାହି ।

ବେଗୁନିଆ ନିର୍ବାଚନୀ ହିଂସା: ୨ଜଣକୁ ବାନ୍ଧିଲା ପୋଲିସ

ସମ୍ବିତ କୁମାର ମହାଭୋଇଙ୍କ ଅଭିଯୋଗକୁ ଭିତ୍ତି କରି ୧୬ ଜଣ ଅଭିଯୁକ୍ତଙ୍କ ନାମରେ ୧୧ଟି ସଙ୍ଗୀନ ଦଫା ଲଗାଯାଇ ମାମଲା ରୁଜ୍ଜୁ କରାଯାଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ବେଗୁନିଆ ପଞ୍ଚାୟତର ସରପଞ୍ଚ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡିର ଉପ ସଭପତି ସତ୍ୟ ନାରାୟଣ ପ୍ରଧାନ ଏବଂ ସୁରେନ୍ଦ୍ର ପାଲଟାସିଂହକୁ ବେଗୁନିଆ ପୋଲିସ ଗିରଫ କରିଥିବା ଏସପି ଅଲେଖ ଚନ୍ଦ୍ର ପାହି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Election Violence: ବେଗୁନିଆରେ ଗାଡି ଭଙ୍ଗାରୁଜା, ପ୍ରତିବାଦରେ ରାସ୍ତାରୋକ

ଅନ୍ୟପଟେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନେଇ ବେଗୁନିଆ ବଜାରରେ ୧୪୪ ଧାରା ଜାରି କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details