ଓଡିଶା

odisha

ETV Bharat / state

ବେଆଇନ ମାଙ୍କଡାପଥର ବୋଝେଇ ଟ୍ରକ-ଟ୍ରାକ୍ଟର ଜବତ, ଜଣେ ଅଟକ

ମାଙ୍କଡା ପଥର ଚୋରାଚାଲଣ ବେଳେ ଖୋର୍ଦ୍ଧା ଆଦର୍ଶ ଥାନା ଅଧିନ ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସର ଚଢ଼ାଉ । ଗୋଟିଏ ଟ୍ରକ ଓ ଗୋଟିଏ ଟ୍ରାକ୍ଟର ଜବତ । ଜଣେ ଅଟକ । ଅଧିକ ପଢନ୍ତୁ...

By

Published : Jun 1, 2021, 8:43 AM IST

ବେଆଇନ ମାଙ୍କଡା ବୋଝେଇ ଟ୍ରକ-ଟ୍ରାକ୍ଟର ଜବତ, ଜଣେ ଅଟକ
ବେଆଇନ ମାଙ୍କଡା ବୋଝେଇ ଟ୍ରକ-ଟ୍ରାକ୍ଟର ଜବତ, ଜଣେ ଅଟକ

ଖୋର୍ଦ୍ଧା: କୋରୋନା ପାଇଁ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ ଏବଂ ସଟଡାଉନ ପଥର ମାଫିଆଙ୍କ ପାଇଁ ପାଲଟିଛି ସୁବର୍ଣ୍ଣ ସୁଯୋଗ । କୋରୋନା ପାଇଁ ପୋଲିସ ଓ ତହସିଲ କର୍ମଚାରୀ ଚେକିଂ ଓ ବ୍ଲକିଂରେ ବ୍ୟସ୍ତ ରହୁଥିବା ଏହାର ସୁଯୋଗ ନେଇ ପଥର ମାଫିଆ ମାନେ ସକ୍ରିୟ ହୋଇଛନ୍ତି ।

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଟାଙ୍ଗରା ଭୂଇଁକୁ କାଟି ଲୁଟି ନେଉଛନ୍ତି ରାଜସ୍ବ । ସୋମବାର ବେଆଇନ ଭାବେ ଚୋର ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ସମୟରେ ଖୋର୍ଦ୍ଧା ଆଦର୍ଶ ଥାନା ଅଧିନ ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ ଚଢ଼ାଉ କରି ମାଙ୍କଡା ପଥର ବୋଝେଇ ଗୋଟିଏ ଟ୍ରକ ଓ ଗୋଟିଏ ଟ୍ରାକ୍ଟରକୁ ଜବତ କରି ଜଣଙ୍କୁ ଅଟକ ରଖିଛି । ତେବେ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଆଦର୍ଶ ଥାନା ଅଧିକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details