ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ଆଳରେ ଟ୍ରାଫିକ ପୋଲିସ ଓ ଏମଭିଆଇ ଆତଙ୍କ ରାଜ ଚଳାଉଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି । ଟ୍ରକ ଚାଳକଙ୍କ ଠାରୁ ବି ଏମଭିଆଇ ହେଲମେଣ୍ଟ ପିନ୍ଧିନଥିବା ଅଭିଯୋଗରେ ଫାଇନ୍ କଟାଯାଇଛି ।
ହେଲମେଟ ନାହିଁ ବୋଲି ଜରିମାନା ଦେଲେ ଟ୍ରକ ଡ୍ରାଇଭର - ଫାଇନ୍
ଟ୍ରକ ଡ୍ରାଇଭର ପିନ୍ଧିନଥିଲା ହେଲମେଟ । ଆଉ ଏହି ଭୁଲ ପାଇଁ ଏମଭିଆଇ କାଟିଲା ଚାଲଣ । ଖୋର୍ଦ୍ଧା ଠାରେ ପଶ୍ଚିମବଙ୍ଗର ଏକ ଟମାଟୋ ବୋଝେଇ ଟ୍ରକକୁ ଅଟକାଇ ୩୫ ହଜାର ୫୦୦ ଟଙ୍କାର ଫାଇନ୍ କଟାଯାଇଛି। ତେବେ କିଭଳି ଏହି ନୂଆ ମୋଟର ଯାନ ଆଇନକୁ ଦେଖି ଆଚମ୍ବିତ ଲୋକ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଖୋର୍ଦ୍ଧା ନିକଟରେ ପଶ୍ଚିମବଙ୍ଗର ଏକ ଟମାଟୋ ବୋଝେଇ ଟ୍ରକକୁ ଅଟକାଇ ୩୫ ହଜାର ୫୦୦ ଟଙ୍କାର ଫାଇନ୍ କଟାଯାଇଛି । ଏହି ୧୦ ଚକିଆ ଟ୍ରକ ଚାଳକଙ୍କ ଉପରେ ଯେଉଁ ୯ଟି ଫାଇନ୍ ପଡିଛି ସେଥିରେ ୮ ନମ୍ବର ଫାଇନ ପଡିଛି ଡ୍ରାଇଭର ହେଲମେଟ ପିନ୍ଧିନଥିଲେ। ପ୍ରଶ୍ନ ଉଠୁଛି ଜଣେ ଟ୍ରକ ଡ୍ରାଇଭର କାହିଁକି ହେଲମେଟ ପିନ୍ଧିବ? ଏଭଳି ନୂଆ ମୋଟର ଯାନ ଆଇନ ବାବଦରେ ଜାଣିବା ପରେ ଆଚମ୍ବିତ ଲୋକେ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Sep 5, 2019, 9:40 PM IST