ଭୁବନେଶ୍ବର: ପେସା ଆଇନ କାର୍ଯ୍ୟକାରୀ କରିବା ଦାବିରେ ଲୋୟର ପିଏମଜିରେ ଗର୍ଜିଲେ ଆଦିବାସୀ । ‘ନୋ ପେସା ନୋ ଭୋଟ’ ନାରା ଦେଇ ବିଶାଳ ଆଦିବାସୀ ସମାବେଶରେ ୧୩ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ । ପଞ୍ଚାୟତ ସମ୍ପ୍ରସାରଣ ଆଇନ(ପେସା) ୧୯୯୬ ଅନୁଯାୟୀ କାର୍ଯ୍ୟକ୍ଷମ କରିବା ଦାବିରେ ଏମାନେ ଆନ୍ଦୋଳନ ଜାରି ରଖିଛନ୍ତି । ତେଣୁ ଆଜି ହଜ଼ାର ହଜ଼ାର ସଂଖ୍ୟରେ ଆଦିବାସୀ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ, ଆଦିବାସୀ ଅଧିକାର ସମ୍ପର୍କରେ ସ୍ଲୋଗାନ ଦେଇ ଭୁବନେଶ୍ୱରସ୍ଥ ବିଧାନସଭା ସାମନା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଗାମୀ ଦିନରେ ଯଦି ସରକାର ଏନେଇ ଅଧିନିୟମ ନ ଆଣନ୍ତି ତେବେ ସବୁ ଭୋଟ ବର୍ଜନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ଆଦିବାସୀ ଦଳ ।
ତେବେ ଓଡିଶା ରାଜ୍ୟ ପେସା ଓ ଗ୍ରାମସଭା ସମନ୍ୱୟ କମିଟି ରା ସଂଯୋଜନା ରେ ଅନୁଷ୍ଠିତ ଏହି ପ୍ରତିବାଦ ଶୋଭାଯାତ୍ରା ରେ ସୁନ୍ଦରଗଡ, ମୟୁରଭଞ୍ଜ , କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡା, ଅବିଭକ୍ତ କୋରାପୁଟ, କନ୍ଧମାଳ ସନେଟ ବିଭିନ୍ନ ଆଦିବାସୀ ଅଧୁଷିତ ଜିଲ୍ଲାର ପ୍ରତିନିଧିମାନେ ଯୋଗଦେଇଥିଲେ । ପେସା ଆଇନ ଆସିବାର 27ବର୍ଷ ଓ 73ତମ ସମ୍ବିଧାନ ସଂଶୋଧନର ପ୍ରଣୟନ ହେବାର 30 ବର୍ଷ ହୋଇଗଲା ପରେ ମଧ୍ୟ ରାଜ୍ୟରେ ପେସା ନିୟମ ଜାରି ହୋଇନଥିବା ନେଇ ଉଦବେଗ ପ୍ରକାଶ କରିଛି ସଂଘ ।
ଏହା ମଧ୍ୟ ପଢନ୍ତୁ..ଆଦିବାସୀ ମାନ୍ୟତା ଦାବିରେ ହରତାଳ, ଅଁଳାଯୋଡି ଷ୍ଟେସନରେ କୁଡୁମୀ ସମାଜର ରେଳରୋକ