ଓଡିଶା

odisha

By

Published : Jan 17, 2020, 6:50 AM IST

ETV Bharat / state

ବେଗୁନିଆରେ ହେବ ଆଦିବାସୀ ଆବାସିକ ହଷ୍ଟେଲ: ଆଦିବାସୀ କଲ୍ୟାଣ ମନ୍ତ୍ରୀ

ଖୋର୍ଦ୍ଧା ଜିଲ୍ଲାର ଅଟ୍ରି ଉଷ୍ମ ପ୍ରସ୍ରବଣ ସ୍ଥଳୀରେ ପଞ୍ଚମ ବର୍ଷରେ ପହଞ୍ଚିଛି ମକର ମହୋତ୍ସବ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

st & sc
ବେଗୁନିଆରେ ହେବ ଆଦିବାସୀ ଆବାସିକ ହଷ୍ଟେଲ

ଖୋର୍ଦ୍ଧା: ବାର ମାସରେ ତେର ପର୍ବ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଭିତରେ ବାନ୍ଧି ହୋଇ ରହିଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଉଷ୍ମ ପ୍ରସ୍ରବଣ ସ୍ଥଳୀରେ ପଞ୍ଚମ ବର୍ଷରେ ପହଞ୍ଚିଛି ମକର ମହୋତ୍ସବ । ଗୁରୁବାର ଏହି ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିଲେ ।

ବେଗୁନିଆରେ ହେବ ଆଦିବାସୀ ଆବାସିକ ହଷ୍ଟେଲ

ଏହି ପ୍ରରିପେକ୍ଷିରେ ବେଗୁନିଆରେ ଏକ ଆଦିବାସୀ ଆବାସିକ ହଷ୍ଟେଲ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ । ସେହିପରି ଏହି ମହୋତ୍ସବର ଐତିହ୍ୟ ପରମ୍ପରା ସବୁଠାରୁ ଭିନ୍ନ ବୋଲି କହିଛନ୍ତି । ମକର ମହୋତ୍ସବରେ କଲିକତାରୁ ଆସିଥିବା ଡ୍ୟାନ୍ସ ଗ୍ରୁପ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିବା ବେଳେ ଶୀତୁଆ ସନ୍ଧ୍ୟାରେ ବହୁ ଦର୍ଶକ ଏହି ମହୋତ୍ସବକୁ ମନଭରି ଉପଭୋଗ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details