ଓଡିଶା

odisha

ETV Bharat / state

ଦୀର୍ଘ 22 ବର୍ଷ ଧରି ମାର୍ଶଲ ଆର୍ଟ୍ସ ପ୍ରଶିକ୍ଷଣ ଦେଉଛନ୍ତି ଉମାକାନ୍ତ, ଜାତୀୟ ସ୍ତରରେ ପହଞ୍ଚିଲେଣି ପ୍ରଶିକ୍ଷାର୍ଥୀ - ଖୋର୍ଦ୍ଧା ଜିଲ୍ଲା ଖବର

କୀଡ୍ରାର ବିକାଶ ପାଇଁ ସଂଗ୍ରାମ ଜାରି ରଖିଛି ଉମା ମାର୍ଶଲ ଆର୍ଟ୍ସ । 22 ବର୍ଷରେ ତିଆରି ହୋଇଛନ୍ତି ଅନେକ ପ୍ରତିଭା । ମିଳିଛି ଅପୂର୍ବ ସଫଳତା । ଅଧିକ ପଢନ୍ତୁ

ଦୀର୍ଘ 22 ବର୍ଷ ଧରି ମାର୍ଶଲ ଆର୍ଟ୍ସ ପ୍ରଶିକ୍ଷଣ ଦେଉଛନ୍ତି ଉମାକାନ୍ତ, ଜାତୀୟ ସ୍ତରରେ ପହଞ୍ଚିଲେଣି ପ୍ରଶିକ୍ଷାର୍ଥୀ
ଦୀର୍ଘ 22 ବର୍ଷ ଧରି ମାର୍ଶଲ ଆର୍ଟ୍ସ ପ୍ରଶିକ୍ଷଣ ଦେଉଛନ୍ତି ଉମାକାନ୍ତ, ଜାତୀୟ ସ୍ତରରେ ପହଞ୍ଚିଲେଣି ପ୍ରଶିକ୍ଷାର୍ଥୀ

By

Published : May 7, 2023, 7:15 PM IST

ଦୀର୍ଘ 22 ବର୍ଷ ଧରି ମାର୍ଶଲ ଆର୍ଟ୍ସ ପ୍ରଶିକ୍ଷଣ ଦେଉଛନ୍ତି ଉମାକାନ୍ତ, ଜାତୀୟ ସ୍ତରରେ ପହଞ୍ଚିଲେଣି ପ୍ରଶିକ୍ଷାର୍ଥୀ

ନିଆଳି: ସକାଳ 6ଟାରୁ ଆରମ୍ଭ ହୋଇ 8 ଟାରେ ଶେଷ ହେଉଛି ପ୍ରଶିକ୍ଷଣ । କୀଡ୍ରାର ବିକାଶ ଏବଂ ଗ୍ରାମାଞ୍ଚଳର ପ୍ରତିଭାଙ୍କୁ ସୃଷ୍ଟି କରିବା ଲକ୍ଷ୍ୟ ନେଇ 2000 ମସିହାରୁ ଉମା ମାର୍ଶଲ ଆର୍ଟ୍ସ ନାମକ ଏହି ଅନୁଷ୍ଠାନ ଚଳାଇ ଆସିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ବାଳକାଟି ମାହାଲୋ ସାହିର 50 ବର୍ଷିୟା ଉମାକାନ୍ତ ବେହେରା । ଉମାକାନ୍ତ ଭାର୍ଗବୀ ନଦୀପଠାରେ ଜାରି ରଖିଛନ୍ତି ପ୍ରଶିକ୍ଷଣ । 22 ବର୍ଷରେ ସୃଷ୍ଟି ହେଲେଣି ଅନେକ ପ୍ରତିଭା । କୀଡ଼ାର ବିକାଶ ପାଇଁ ସଂଗ୍ରାମ ଜାରି ରଖିଛି ଉମା ମାର୍ଶାଲ ଆର୍ଟସ ।

ଉମାକାନ୍ତ 1994 ମସିହାରେ ଭୁବନେଶ୍ୱର ଭଞ୍ଜମଣ୍ତପରୁ ଟାଇଗୋଣ୍ତ ପ୍ରଶିକ୍ଷଣ ନେଇଥିଲେ । ନିଜ ଗାଁ ବାଳକାଟିକୁ ଫେରି ପ୍ରତିଭା ତିଆରିରେ ଲାଗି ପଡଲେ । 2000 ମସିହାରେ ପ୍ରଥମେ ଦୁଇଟି ପିଲାଙ୍କୁ ନେଇ ଆରମ୍ଭ କରିଥିଲେ ମାର୍ଶଲ ଆର୍ଟ୍ସ ପ୍ରଶିକ୍ଷଣ କେନ୍ଦ୍ର । ଏବେ ଏହି ସଂଖ୍ୟା 100ରୁ ଊର୍ଦ୍ଧ୍ବରେ ପହଞ୍ଚି ସାରିଲାଣି । ଅଢେଇ ବର୍ଷରୁ ଉଭୟ ପୁଅ ଓ ଝିଅ ଉମାକାନ୍ତଙ୍କ ଠାରୁ ନେଉଛନ୍ତି ପ୍ରଶିକ୍ଷଣ । ବାଲିପାଟଣା, ବାଲିଅନ୍ତା, ଭୁବନେଶ୍ୱର, ପିପିଲି ଅଞ୍ଚଳରୁ ଉମା ମାର୍ଶଲ ଆର୍ଟ୍ସରେ ପ୍ରଶିକ୍ଷଣ ନେଉଛନ୍ତି । 22 ବର୍ଷର ଆକ୍ରାନ୍ତ ପରିଶ୍ରମ ବଳରେ 15ରୁ ଅଧିକ ଉଭୟ ଯୁବକ ଓ ଯୁବତୀ ଦେଶ, ବିଦେଶ, ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି ।


ବାଳକାଟି ବସନ୍ତପେଟି ଗ୍ରାମର ଶ୍ରୀଲିପ୍ତା ଆଚାର୍ଯ୍ୟ 2020 ରୁ 2022 ମସିହା ମଧ୍ୟରେ ତିନୋଟି ସ୍ବର୍ଣ୍ଣ ପଦକ, ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଚ ପଦକ ହାସଲ କରିସାରିଛନ୍ତି । ଶ୍ରୀଲିପ୍ତା ହାଇଦ୍ରାବାଦ ଏସିଆନ ଚମ୍ପିଆନ ଥାଇବକ୍ସିଂରେ ଗୋଲ୍ଡ ମେଡାଲ ହାସଲ କରିଥିଲେ ।‌ ସେହିପରି କରାଟେରେ ସେ ମଧ୍ୟ କୃତିତ୍ୱ ଅର୍ଜନ କରିଛନ୍ତି । ଆଗକୁ ବିଦେଶ ମାଟିରେ ଖେଳିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଶ୍ରୀଲିପ୍ତା । ସେହିପରି ପରି ବାଳକାଟି ପଣ୍ତାସାହିର ସାଇଦୀପ 2017 ମସିହାରେ କରାଟେ, ଟାଇକୋଣ୍ତ, ଥାଇବକ୍ସିଂରେ ଗୋଲ୍ଡ, ରୌପ୍ୟ ଏବଂ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ମାହାଲସାହିର ଶୁଭଲକ୍ଷ୍ମୀ ସାହୁ 2021 ରୁ 2023 ମସିହା ମଧ୍ୟରେ ଗୋଟିଏ ଗୋଲ୍ଡ ମେଡାଲ ଏବଂ ଚାରୋଟି ସିଲିଭର ମେଡାଲ ହାସଲ କରିଛନ୍ତି ।

ସେହିପରି ଶିଶୋଲ ଅଞ୍ଚଳର ଚିତ୍ତରଞ୍ଜନ ପ୍ରଧାନ 2022 ଓ 2023ରେ ଗୋଟିଏ ଗୋଲ୍ଡ ଓ ଚାରୋଟି ସିଲିଭର ମେଡାଲ୍‌ ହାସଲ କରିଛନ୍ତି । ସେହିପରି ପରି ହୀରାପୁରର ରେଶ୍ମା ଦାସ ଗୋଟିଏ ଗୋଲ୍ଡ ମେଡାଲ ହାସଲ କରିଥିବା ବେଳେ ବାଳକାଟି ମଦନ ସାହିର ଶାସ୍ବତ ମୁଖାର୍ଜୀ 2022 ମସିହାରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଉମାକାନ୍ତ ବେହେରାଙ୍କଠାରୁ ପ୍ରଶିକ୍ଷଣ ନେଇ ଦେଶ, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଟାଇକୋଣ୍ତ, କରାଟେ, ଥାଇବକ୍ସିଂ, କିଙ୍ଗ୍‌ ବକ୍ସିଂରେ ସଫଳତା ଅର୍ଜନ କରିଛନ୍ତି ।

ଗ୍ରାମାଞ୍ଚଳର କୀଡ଼ାର ବିକାଶ ଏବଂ ଗରିବ ମେଧାବୀ ପ୍ରତିଭାମାନଙ୍କୁ ରାଜ୍ୟ ସରକାର ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କ୍ରୀଡ଼ା ଉପକରଣ ଏବଂ ଭିତ୍ତିଭୂମି ଯୋଗାଇଦେଲେ କ୍ରୀଡ଼ାର ବିକାଶ ହେବା ସହ ବହୁ ପ୍ରତିଭା ଦେଶ ପାଇଁ ଖେଳିବା ପାଇଁ ସୁଯୋଗ ପାଆନ୍ତେ ବୋଲି କହିଛନ୍ତି ପ୍ରତିଭା ଏବଂ ଅଭିଭାବକ । ଉମାକାନ୍ତ ବେହେରାଙ୍କ କହିବା କଥା ଗ୍ରାମାଞ୍ଚଳର ପିଲା ପାରିଶ୍ରମିକ ବାବଦକୁ ଯାହା ଦିଅନ୍ତି ତାଙ୍କର କୌଣସି ଆପତ୍ତି ନଥାଏ ବରଂ ଲକ୍ଷ୍ୟ ହେଉଛି ଅଞ୍ଚଳରେ କ୍ରୀଡ଼ାର ବିକାଶ ତାଙ୍କର ପ୍ରଥମ ଲକ୍ଷ୍ୟ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details