ଓଡିଶା

odisha

Nandankanan: ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ, ୬୩୦ ଜୀବଜନ୍ତୁ ହେଲେ ପୋଷ୍ୟ

By

Published : Oct 25, 2022, 8:56 PM IST

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରତି ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ । ନନ୍ଦନକାନନରୁ ଏଯାବତ ପ୍ରାୟ ୬୩୦ଟି ଜୀବଜନ୍ତୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Nandankanan: ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ, ୬୩୦ ଜୀବଜନ୍ତୁ ହେଲେ ପୋଷ୍ୟ
Nandankanan: ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ, ୬୩୦ ଜୀବଜନ୍ତୁ ହେଲେ ପୋଷ୍ୟ

ଭୁବନେଶ୍ବର:ରାଜ୍ୟର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ (Nandankanan Zoological Park)ରେ ବଢିବାରେ ଲାଗିଛି ପୋଷ୍ୟ ଜୀବଜନ୍ତୁଙ୍କ ସଂଖ୍ୟା । ବର୍ତ୍ତମାନ ସୁଧା ୬୩୦ଟି ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିସାରିଛନ୍ତି ପର୍ଯ୍ୟଟକ । ନନ୍ଦନକାନନର ଜୀବଜନ୍ତୁଙ୍କୁ ବିଭିନ୍ନ ସଂସ୍ଥା ଓ ସାଧାରଣ ଲୋକେ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ଆଗେଇ ଆସୁଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର ପର୍ଯ୍ୟଟକମାନେ ମଧ୍ୟ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି । ନିଜ ପସନ୍ଦର ଜୀବଜନ୍ତୁଙ୍କୁ ଆଦରି ନେଇଛନ୍ତି । ଅନଲାଇନ ମାଧ୍ୟମରେ ନିଜ ପସନ୍ଦର ଜୀବଜନ୍ତୁଙ୍କୁ ଆଦରି ନେଉଛନ୍ତି ପଶୁ ପ୍ରେମୀ । ବର୍ତ୍ତମାନ ସୁଧା ୬୩୦ଟି ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇଛି । ୨୦୧୯ ମସିହା ନଭେମ୍ବର ମାସରୁ ପୋଷ୍ୟ ଭାବରେ ଗ୍ରହଣ କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମ କରି ୨୦୧୯ ନଭେମ୍ବର ୪ ତାରିଖରେ ଏକ ନୀଳ ରଙ୍ଗର ଶୁଆକୁ କଟକର ଜୟନ୍ତ କୁମାର ଦାସ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ। ତେବେ ବର୍ତ୍ତମାନ ଅକ୍ଟୋବର ୨୩ ତାରିଖ ମଧ୍ୟରେ ୬୩୦ଜଣ ପୋଷ୍ୟ ଭାବରେ ଗ୍ରହଣ କରିସାରିଛନ୍ତି।

ଏହା ବି ପଢନ୍ତୁ- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ପ୍ରଥମ ଥର ଚାଲିଲା AC ସଫାରୀ ବସ

ଏପରିକି ଅନେକ ଲୋକ ଜୀବଜନ୍ତୁଙ୍କୁ ଏକ ମାସ ପୋଷ୍ୟ ଭାବରେ ଗ୍ରହଣ କରୁଥିବା ବେଳେ ଆଉ କେହି ୬ ମାସ ଏବଂ ୧ ବର୍ଷ ପାଇଁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି । ପୁରୀର ଅନ୍ଵେଷା ପଣ୍ଡା ୧ ବର୍ଷ ପାଇଁ Alexandrine parakeet କୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ସେହିପରି ଭାବରେ ନୂଆଦିଲ୍ଲୀର ରଶ୍ମିରେଖା ଦାସ Hippopotamus କୁ ୬ ମାସ ପାଇଁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଖୋର୍ଦ୍ଧାର ନିଖିଳ କୁମାର ଅଗ୍ରୱାଲା ଦେଶୀ ଶୁଆକୁ ୧ ବର୍ଷ ପାଇଁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି।

ଏହା ବି ପଢନ୍ତୁ- ନନ୍ଦନକାନନରେ ମନପସନ୍ଦର ପଶୁପକ୍ଷୀ ଏବେ ପର୍ଯ୍ୟଟକଙ୍କ ପୋଷ୍ୟ, ଏଯାଏଁ 439 ସାମିଲ

ବେଙ୍ଗାଲୁରର ଏକ ପାର୍କ ହରିଣ ସହ ଏକ ଶୁଆକୁ ୧ ବର୍ଷ ପାଇଁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଭୁବନେଶ୍ବରର ଏକ ଘରୋଇ ସଂସ୍ଥା ୧ ବର୍ଷ ପାଇଁ ଧଳା ବାଘକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ହେଲେ ପର୍ଯ୍ୟଟକଙ୍କୁ ଜନ୍ତୁଙ୍କ ଖର୍ଚ୍ଚ ବାବଦକୁ ଅର୍ଥ ଦେବାକୁ ପଡି଼ଥାଏ । ନନ୍ଦନକାନନରେ ପାଖାପାଖି ୩ ହଜାରରୁ ଅଧିକ ଜୀବଜନ୍ତୁ ରହିଛନ୍ତି । ପ୍ରାଣୀ ଉଦ୍ୟାନରେ ୧୫୮ ପ୍ରଜାତିର ୩,୭୮୭ ବନ୍ୟପ୍ରାଣୀ ୨୧୨ ଖୁଆଡ଼ ମଧ୍ୟରେ ରହିଛନ୍ତି ।

ବିଭିନ୍ନ ପ୍ରକାର ପଶୁ, ପକ୍ଷୀ ଓ ସରୀସୃପଙ୍କ ଆବାସ ସ୍ଥଳୀରେ ମଧ୍ୟ ପରିଣତ ହୋଇଛି । ଏହା ପରିସରରେ ୧୩ ପ୍ରଜାତିର ସ୍ତନ୍ୟପାୟୀ, ୧୫ ପ୍ରଜାତିର ସରୀସୃପ, ୭୧ ପ୍ରଜାତିର ପକ୍ଷୀ, ୨୦ ପ୍ରଜାତିର ଉଭୟଚର, ୮୫ ପ୍ରକାର ପ୍ରଜାପତି ଓ ୨୧ ପ୍ରକାର ବୁଢ଼ିଆଣୀ ଚିହ୍ନଟ ହୋଇଛନ୍ତି । ଦେଶର ଅନ୍ୟ ଚିଡ଼ିଆଖାନା ତୁଳନାରେ ଏଠାରେ ମୃତ୍ୟୁହାର କମ୍ ରହିଛି । ତେବେ ଅଧିକରୁ ଅଧିକ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ଆହ୍ଵାନ ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details