ଓଡିଶା

odisha

By ETV Bharat Odisha Team

Published : Sep 14, 2023, 10:27 PM IST

Updated : Sep 14, 2023, 10:39 PM IST

ETV Bharat / state

ଇରାନୀ ହନିଟ୍ରାପ ମାମଲାର ଫିଟୁଛି ଗୁମର, ମୋବାଇଲରେ ରହିଛି ଅଶ୍ଳୀଳ ଫଟୋ

ଧୀରେ ଧୀରେ ଇରାନୀ ହନିଟ୍ରାପ ମାମଲାରେ ଫିଟୁଛି ଗୁମର । ମୋବାଇଲରେ ରହିଛି ଅଶ୍ଳୀଳ ଫଟୋ । ଅଧିକ ପଢନ୍ତୁ

Irani honey trap case
Irani honey trap case

ଇରାନୀ ହନିଟ୍ରାପ ମାମଲାର ଫିଟୁଛି ଗୁମର, ମୋବାଇଲରେ ରହିଛି ଅଶ୍ଳୀଳ ଫଟୋ

ଭୁବନେଶ୍ବର: ଧୀରେ ଧୀରେ ଇରାନୀ ହନିଟ୍ରାପ ମାମଲାରେ ଫିଟୁଛି ଗୁମର । ଇରାନୀ ହନିଟ୍ରାପ ଓ ବ୍ଲାକମେଲିଂରେ ଫସିଛନ୍ତି ବଡ଼ବଡ଼ ବ୍ୟବସାୟୀ, ରାଜନେତା, ଛାତ୍ର ଓ ଡାକ୍ତର । ସମସ୍ତଙ୍କୁ ଫସାଇବାର ପ୍ରକ୍ରିୟା ଥିଲା ସମାନ । ଇରାନୀ ପାତ୍ର ଗ୍ୟାଙ୍ଗରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିଶିକାନ୍ତଙ୍କୁ ତମାଣ୍ଡୋ ଥାନା ପୋଲିସ ୪ ଦିନିଆ ରିମାଣ୍ଡରେ ଆଣିବା ଲାଗି ଯୋଜନା କରୁଛି । ଇରାନୀ ଗ୍ୟାଙ୍ଗ ଧରା ପଡିବା ପରେ ୨ ଦିନରେ ତମାଣ୍ଡୋ ଥାନାରେ ୫ଟି ମାମଲା ରୁଜୁ ହୋଇଛି ।

ଏହି ଗ୍ୟାଙ୍ଗ ପ୍ରଥମେ ଫେସବୁକରେ ବନ୍ଧୁତା କରି ଚାଟିଂ କରୁଥିଲା । ସମ୍ପର୍କ ଘନିଷ୍ଠ ହେବା ପରେ ତମାଣ୍ଡୋର ନାରଗୋଦା ଘରକୁ ଡାକି ଆରମ୍ଭ ହେଉଥିଲା ବ୍ଲାକମେଲିଂ ଓ ଲୁଟପାଟ । ତେବେ ଏହି ବ୍ଲାକମେଲିଂରେ ଇରାନୀ ପାତ୍ର ଗ୍ୟାଙ୍ଗରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ହନିଟ୍ରାପ କ୍ବିନଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପି । ସେଥିପାଇଁ ନିଶିକାନ୍ତଙ୍କୁ ୪ଦିନିଆ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରିଛି ତମାଣ୍ଡୋ ଥାନା ପୋଲିସ । ଯାଜପୁରରୁ ଭୁବନେଶ୍ବର ଲମ୍ବିଛି ଇରାନୀର ହନିଟ୍ରାପ ରାକେଟ।

ଏହା ବି ପଢନ୍ତୁ- ଯାତ୍ରା ପାର୍ଟି ଆଙ୍କରରୁ ଲେଡି ବ୍ଲାକମେଲର, ଇରାନୀ ପାତ୍ର ଗ୍ୟାଙ୍ଗର ଖୋଲୁଛି ଗୁମର

ଇରାନୀ ଓ ତାଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ୪ ବର୍ଷ ପୁର୍ବରୁ ଯାତ୍ରାପାର୍ଟିରେ ଆଙ୍କର ଭାବରେ କାମ କରୁଥିଲେ । ଯାତ୍ରା ପାର୍ଟି ମାଲିକ ଓ କର୍ମଚାରୀଙ୍କୁ ଫସେଇଥିଲେ ମଧ୍ୟ ସ୍ବାମୀ ସ୍ତ୍ରୀ । ପରେ ଯାତ୍ରା ପାର୍ଟିରୁ ବିଦା ହୋଇଥିଲେ । ଘରକୁ ଆସି ଆରମ୍ଭ କରିଥିଲେ ହନିଟ୍ରାପ । ବର୍ତ୍ତମାନ ଏହି ସବୁର ଗୁମର ପୋଲିସ ଜାଣିବାକୁ ପାଇଛି । ସେପଟେ ତମାଣ୍ଡୋ ଥାନାରେ ୨ ଦିନରେ ୫ଟି ମାମଲା ରୁଜୁ ହୋଇଛି । ପ୍ରଥମେ ୟୁନିଟ-୮ରେ ରହୁଥିବା କମ୍ପିଟେଟିଭ ଛାତ୍ର ଅଭିଯୋଗ କରିବା ପରେ ଆଜି ବୋଲଗଡ଼ର ଜଣେ ବ୍ୟବସାୟୀ ପ୍ରଶାନ୍ତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ଲକ୍ଷାଧିକ ଟଙ୍କା ଲୁଟିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକାରୀ ପ୍ରଶାନ୍ତ କହିଛନ୍ତି, "ଫେସବୁକରେ ଚାଟ କରି ଚାକିରି କରିଦେବାକୁ କହି ଡାକିଥିଲେ। ଘରକୁ ଡାକିଲେ ୨ଘଣ୍ଟାରୁ ଊର୍ଦ୍ଧ୍ବ ଗୃହବନ୍ଦୀ କରି ବ୍ଲାକମେଲ କଲେ । ମୋ ଫୋନ ବି ରଖିଲେ ପଇସା ଦେ ନହେଲେ ମାରିଦେବୁ ବୋଲି ଧମକାଇଲେ। ବହୁତ କଷ୍ଟରେ ତାଙ୍କ ଠାରୁ ମୁଁ ବଞ୍ଚିଥିଲି। ୧୦ରୁ ୧୫ ଦିନ ହେବ ତାଙ୍କ ସହ ମୋର କଥାବାର୍ତ୍ତା । ଘର ଭିତରେ ଇରାନୀ ସହ ଆଉ ୨ଜଣ ପୁରୁଷ ଥିଲେ । ଯେଉଁମାନେ ମୋତେ ବହୁତ ମାରିଛନ୍ତି ।"

ଏହା ବି ପଢନ୍ତୁ- ଆଉ ଜଣେ ଅର୍ଚ୍ଚନା ନାଗ ! ସମ୍ଭ୍ରାନ୍ତ ଘରର ଲୋକଙ୍କୁ ଫସାଉଥିଲେ, ଇରାନି ଗ୍ୟାଙ୍ଗକୁ କରୁଥିଲେ ଅପରେଟ

ସୂଚନା ଥାଉ କି ଗତ ୧୧ତାରିଖରେ ଇରାନୀ ପାତ୍ର ଦ୍ବାରା ହନିଟ୍ରାପର ଶିକାର ହୋଇଥିବା ଡାକ୍ତର ଅଭିଯୋଗ କରିବା ପରେ ଇରାନୀ ପାତ୍ର ଓ ତାଙ୍କ ସ୍ବାମୀଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ନିକଟରୁ ଜବତ ହୋଇଥିଲା ଟଙ୍କା, ସୁନା, ଛୁରୀ ଓ ଚେକବୁକ । ତେବେ ରିମାଣ୍ଡରେ ଯେତେବେଳେ ଆସିବେ ହନିଟ୍ରାପ କିଙ୍ଗ ଓ କ୍ବିନ୍‌ କାହାକୁ କାହାକୁ ଫେସେଇ ଟଙ୍କା ଆଣିଛନ୍ତି ଓ ମୋବାଇଲରେ କଣ ତଥ୍ୟ ଅଛି ତାହା ସାମ୍ନାକୁ ଆସିବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 14, 2023, 10:39 PM IST

ABOUT THE AUTHOR

...view details