ଖୋର୍ଦ୍ଧା: ଭୂତକୋଠି ଓ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି ସୁଲଭ ଶୌଚାଳୟ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଏକମାତ୍ର ସୁଲଭ ଶୌଚାଳୟ ଭୂତକୋଠି ଓ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି ।
ଏହି ଶୌଚାଳୟ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବାରୁ ବହୁ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୯୯୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବେଗୁନିଆ ବିଧାୟକ ଜାନକୀ ବଲ୍ଲଭ ପଟ୍ଟନାୟକ ବେଗୁନିଆ ବ୍ଳକ ଜନସାଧାରଣଙ୍କ ସୁବିଧା ପାଇଁ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା ସୁଲଭ ଶୌଚାଳୟକୁ ଉଦଘାଟନ କରିଥିଲେ ।
ଭୂତକୋଠି ଓ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି ସୁଲଭ ଶୌଚାଳୟ ଉଦ୍ଦେଶ୍ୟ ଥିଲା ବ୍ଳକରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଡାକ୍ତରଖାନା କଲେଜ ଓ ବେସରକାରୀ ଅନୁଷ୍ଠାନକୁ ନିୟମିତ ବହୁ ଦୂରଦୂରାନ୍ତରୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଜନସାଧାରଣ ଶୌଚାଳୟକୁ ଉପଯୋଗ କରିବେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଶୌଚାଳୟ ଏବେ ଭୂତକୋଠି ଏବଂ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲିଟିଛି । ଭାଙ୍ଗି ଗଲାଣି ଝରକା କବାଟ । ଘର ଭିତରେ ଦୁର୍ମ ହୋଇ ଉଠିଛି ବରଗଛ । ଆଉ ଘର ଆଗରେ ସାଇକେଲ ଦୋକାନ ।
ଦୀର୍ଘ ୨୫ ବର୍ଷ ତଳେ ନିର୍ମାଣ ହୋଇଥିବା ଶୌଚାଳୟ ସେବେଠାରୁ କାର୍ଯ୍ୟକ୍ଷମ ହେବାର ନା ଧରିନି । ନିର୍ମାଣ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ହାତବାନ୍ଧି ବସିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଭୂତକୋଠି ପରିଣତ ହୋଇଛି । ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ସୁଲଭ ଶୌଚାଳୟଟିକୁ ହାତକୁ ନେଇ ପୁର୍ନବାର କାର୍ଯ୍ୟକ୍ଷମ କରିବାକୁ ବେଗୁନିଆ ଅଞ୍ଚଳବାସୀ ଦାବି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ