ଓଡିଶା

odisha

ETV Bharat / state

ନିର୍ବାଚନକୁ ମଦମୁକ୍ତ କବିବା ଅଭିଯାନ: ବିଦେଶୀ ମଦ ଜବତ, ଜଣେ ଗିରଫ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ୱରେ ଧଳାପଥର ଗ୍ରାମର ମହିମା ଢ଼ାବାରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ପୋଲିସ।

By

Published : Mar 30, 2019, 5:07 AM IST

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଚଳିତ ନିର୍ବାଚନକୁ ଅବାଧ ଓ ମଦମୁକ୍ତ କରିବାପାଇଁ ଅଣ୍ଟା ଭିଡିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ମାତ୍ରାରେ ମଦ ଜବତ କରାଯାଇଛି।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ୱରେ ଧଳାପଥର ଗ୍ରାମର ମହିମା ଢ଼ାବାରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ପୋଲିସ। ଚଢ଼ାଉ ସମୟରେ ଢ଼ାବା ମାଲିକ ଫେରାର ହୋଇଯାଇଥିବା ବେଳେ ଉକ୍ତ ଢ଼ାବାରେ କାମ କରୁଥିବା ମିହିର କୁମାର ସିଂ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details