ଓଡିଶା

odisha

ETV Bharat / state

ମାଓ ଇଲାକାରେ ସୁରକ୍ଷା କଡ଼ାକଡ଼ି: ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ

ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ମାଓ ଅଧ୍ୟୁଷିତ ଅଞ୍ଚଳରେ ଶୃଙ୍ଖଳିତ ଓ ହିଂସାମୁକ୍ତ ମତଦାନ ପାଇଁ ଆବଶ୍ୟକୀୟତା ଠାରୁ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ।

By

Published : Apr 18, 2019, 2:19 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଓଡିଶା ପ୍ରସ୍ତୁତ । ମାତ୍ର ମାଓ-ପ୍ରବଣ ଅଞ୍ଚଳରେ ସୁରକ୍ଷିତ, ଶୃଙ୍ଖଳିତ ମତଦାନ ପୋଲିସ ପାଇଁ ଚ୍ୟାଲେଞ୍ଜ ସାଜିଛି । ଏହାକୁ ଆଖିଆଗରେ ରଖି ମାଓ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ମାଓ ଅଧ୍ୟୁଷିତ ଅଞ୍ଚଳରେ ହିଂସାମୁକ୍ତ ମତଦାନ ପାଇଁ ଆବଶ୍ୟକୀୟତା ଠାରୁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବୁଧବାର କନ୍ଧମାଳର ଦୁଇଟି ମାଓ ହିଂସା ଘଟିବା ପରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ମାଓବାଦୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମତଦାନ ସୁଚାରୂରୁପେ ସମ୍ପାଦିତ କରିବା ପାଇଁ ଅତିରିକ୍ତ ସୁରକ୍ଷା ବାହିନୀକୁ ମୁତୟନ କରାଯାଇଛି ବୋଲି କହିଛନ୍ତି ବିଜୟ କୁମାର ଶର୍ମା । ଏହାସହ ମାଓ ଅଞ୍ଚଳରେ ବରିଷ୍ଠ ଅଧିକାରୀମାନେ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା କଥା କହିଛନ୍ତି ଡିଜିପି ।

ଏଠାରେ ସୂଚନା ଯୋଗ୍ୟ ଯେ ଦିତ୍ବୀୟ ପର୍ଯ୍ୟାୟ ମତଦାନରେ ଓଡିଶାର 5ଟି ଲୋକସଭା ଓ 35ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details