ଓଡିଶା

odisha

ETV Bharat / state

କାଳବୈଶାଶୀ ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା

14-15ତାରିଖରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ‌ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 13, 2019, 11:34 AM IST

ଭୁବନେଶ୍ବର: ମାର୍ଚ୍ଚ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କ୍ରମାଗତ ଭାବରେ ବଢିବା ଏବେ ଠାରୁ ଅସହ୍ୟ ହେଲାଣି ତାତି । ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ତାପମାତ୍ରଠାରୁ 2 ରୁ 3 ଡିଗ୍ରୀ ପାରଦ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗର ସୂଚନା ରହିଛି । ଏହାସହ ବୁଧବାର ଠାରୁ ଓ 15ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ‌ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ 37 ଡିଗ୍ରୀ ସହିତ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ରହିଥିବା ବେଳେ ପଛକୁ ରହିଛି ତତଲା ସହର ତାଳଚେର । ଏଠାରେ 38ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ରାଜଧାନୀ ଭୁବନେଶ୍ବର ତାପମାତ୍ରା ହଠାତ ବଦଳିଯାଇଛି । ସ୍ମାର୍ଟ ସିଟି ଭୁବନେଶ୍ବରରେ ବି ଆସନ୍ତା ଦୁଇ ଦିନ ଭିତରେ ତାପମାତ୍ରା ଅହେତୁକ ଭାବରେ ବଢିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବୁଧବାର ଠାରୁ 15 ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯଥା ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, ସମ୍ବଲପୁର, ନୂଆପଡାରେ କାଳବୈଶାଖୀ ଘଡଘଡ଼ି ସହ ବର୍ଷାର ଯଥେଷ୍ଟ ସମ୍ଭାବନା ରହିଛି । ଉତ୍ତର ଓଡିଶାରେ ମଧ୍ୟ କାଳବୈଶାଖୀର ପ୍ରଭାବ ରହିବା ସହ ଆସନ୍ତା 14 ଓ 15 ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details