ଓଡିଶା

odisha

ETV Bharat / state

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର 3 ଗୁରୁତର

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର 3 ଗୁରୁତର । ସମସ୍ତ ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

By

Published : Oct 18, 2020, 9:27 AM IST

Updated : Oct 18, 2020, 9:54 AM IST

Three member of a family hospitalized after taking dinner with mushrooms
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର 3 ଗୁରୁତର

ଖୋର୍ଦ୍ଧା: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର 3 ଗୁରୁତର । ସମସ୍ତ ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ପରିବାର ଟାଙ୍ଗୀ ଥାନା ତାରିମୀ ଗ୍ରାମରେ ବୋଲି ଜଣାପଡିଛି ।

ଛତୁ ତରକାରୀ ଖାଇ ବାପ, ପୁଅ ଓ ମା ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ତାରିମୀ ଗ୍ରାମର ଭଗବାନ ପ୍ରଧାନ, ବାପା ସୁଦାମ ପ୍ରଧାନ ଓ ମାଆ ସବିତା ପ୍ରଧାନ ।

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର 3 ଗୁରୁତର

ଭଗବାନ ପ୍ରଧାନ ନିଜ ବାଡି ପଟୁ ଛତୁ ତୋଳି ଘରକୁ ଆଣିଥିଲେ । ପୁଅ ଆଣିଥିବା ଛତୁ ମା ତରକାରୀ କରିବା ପରେ ପରିବାରର ସମସ୍ତ ସଦସ୍ୟ ଭାତ ସହ ଛତୁ ତରକାରୀ ଖାଇଥିଲେ । ଖାଇବାର ପ୍ରାୟ ୫ ଘଣ୍ଟା ପରେ ପରିବାରର ସଦସ୍ୟ ମାନଙ୍କ ଝାଡା, ବାନ୍ତି ହେବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ସ୍ଥାନୀୟ ଲୋକେ ପରିବାର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ଆକ୍ରାନ୍ତ ବ୍ୟକ୍ତି ମାନଙ୍କର ମେଡିକାଲରେ ଚିକିତ୍ସା ଚାଲିଛି । ଡାକ୍ତର ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଥିବା କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 18, 2020, 9:54 AM IST

ABOUT THE AUTHOR

...view details