ଓଡିଶା

odisha

ETV Bharat / state

ପ୍ରଶାସନର ଚଢାଉ, 3 ବେଆଇନ ମାଙ୍କଡା ବୋଝେଇ ଗାଡି ଜବତ - Mini truck

ବେଆଇନ ମାଙ୍କଡା ପଥର ଚୋରା ଚାଲାଣକୁ ରୋକିବାକୁ ବେଗୁନିଆ ଜିଲ୍ଲା ପ୍ରଶାସନ ତରଫରୁ ଚଢାଉ କରି 3 ଗାଡି ଜବତ । ଅଧିକ ପଢନ୍ତୁ...

ବେଗୁନିଆ ତହସିଲ ପକ୍ଷରୁ 3 ଟି ବେଆଇନ ମାଙ୍କଡା ବୋଝେଇ ଗାଡି ଜବତ
ବେଗୁନିଆ ତହସିଲ ପକ୍ଷରୁ 3 ଟି ବେଆଇନ ମାଙ୍କଡା ବୋଝେଇ ଗାଡି ଜବତ

By

Published : Jun 8, 2021, 2:51 PM IST

Updated : Jun 8, 2021, 3:41 PM IST

ଖୋର୍ଦ୍ଧା: ଲକଡାଉନରେ ବୃଦ୍ଧି ପାଇଛି ଚୋରା ମାଙ୍କଡ଼ା ଖଣି । ଟାଙ୍ଗରା ଭୂଇଁକୁ ପଥର ମାଫିଆ ମାନେ ବେଆଇନ ଭାବେ ପଥର କାଟି ଲୁଟି ନେଉଛନ୍ତି କୋଟି କୋଟି ଟଙ୍କା ମୂଲ୍ୟର ମାଙ୍କଡ଼ା ପଥର । ଚୋରା ଚାଲାଣ ରୋକିବାକୁ ଓ ପଥର ମାଫିଆଙ୍କୁ ଧରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ ଜାରି ରହିଛି ।

ବେଗୁନିଆ ତହସିଲ ପକ୍ଷରୁ 3 ଟି ବେଆଇନ ମାଙ୍କଡା ବୋଝେଇ ଗାଡି ଜବତ

ବେଆଇନ ଖଣିରେ ରୀତିମତ ଚଢ଼ାଉ କରାଯିବା ସହ ମଙ୍ଗଳବାର ଟାଙ୍ଗି ତହସିଲ ଏବଂ ବେଗୁନିଆ ତହସିଲ ପକ୍ଷରୁ ବିଭିନ୍ନ ଖଣିରେ ଚଢ଼ାଉ କରାଯାଇଛି । ସେପଟେ ତହସିଲ ପକ୍ଷରୁ ଚଢ଼ାଉ କରି ଦୁଇଟି ବେଆଇନ ମାଙ୍କଡ଼ା ବୋଝେଇ ମିନିଟ୍ରକ ଓ ଗୋଟିଏ ଟ୍ରାକ୍ଟରକୁ ଜବତ କରିଛନ୍ତି । ଆଗକୁ ଏହିଭଳି ବେଆଇନ ଖଣିରେ ଚଢ଼ାଉ ଜାରି ରହିବ ବୋଲି ଖୋର୍ଦ୍ଧା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jun 8, 2021, 3:41 PM IST

ABOUT THE AUTHOR

...view details