ଓଡିଶା

odisha

By

Published : Feb 24, 2023, 8:37 PM IST

Updated : Feb 24, 2023, 8:51 PM IST

ETV Bharat / state

Odisha Budget: ଲୋକଙ୍କ ପାଇଁ ବଜେଟ, ରାଜ୍ୟକୁ ନୂଆ ଉଚ୍ଚତାକୁ ନେଇଯିବ: ମୁଖ୍ୟମନ୍ତ୍ରୀ

ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଲୋକଙ୍କ ବଜେଟ । ଆଗତ ହୋଇଥିବା ବଜେଟ ରାଜ୍ୟକୁ ନୂଆ ଉଚ୍ଚତାକୁ ନେଇଯିବ । ଅଧିକ ପଢନ୍ତୁ

ଲୋକଙ୍କ ପାଇଁ ଲୋକଙ୍କ ଦ୍ବାରା ଲୋକଙ୍କ ବଜେଟ: ମୁଖ୍ୟମନ୍ତ୍ରୀ
ଲୋକଙ୍କ ପାଇଁ ଲୋକଙ୍କ ଦ୍ବାରା ଲୋକଙ୍କ ବଜେଟ: ମୁଖ୍ୟମନ୍ତ୍ରୀ

ଲୋକଙ୍କ ପାଇଁ ବଜେଟ, ରାଜ୍ୟକୁ ନୂଆ ଉଚ୍ଚତାକୁ ନେଇଯିବ

ଭୁବନେଶ୍ବର: ଏହି ବଜେଟ ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଲୋକଙ୍କ ବଜେଟ । ଆଗତ ହୋଇଥିବା ବଜେଟ ରାଜ୍ୟକୁ ନୂଆ ଉଚ୍ଚତାକୁ ନେଇଯିବ । ଆର୍ଥିକ ବର୍ଷ 2023-24 ବର୍ଷ ପାଇଁ ବିଧାନସଭାରେ ସାଧାରଣ ବଜେଟ ଉପସ୍ଥାପନା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଲୋକଙ୍କ ବଜେଟ । ଆଗତ ହୋଇଥିବା ବଜେଟ ରାଜ୍ୟକୁ ନୂଆ ଉଚ୍ଚତାକୁ ନେଇଯିବ ।

ଏହାବି ପଢନ୍ତୁ- Odisha Budget 2023: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି

ସେପଟେ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ଏହି ବଜେଟକୁ କଡା ସମାଲୋଚନା କରିଛନ୍ତି । ଜୟ କହିଛନ୍ତି ଏହା ଏକ ଚିରାଚରିତ ବଜେଟ । ବଜେଟରୁ ଓଡିଶାବାସୀଙ୍କୁ କିଛି ମିଳିବ ନାହିଁ । ବଜେଟ ଲୋକଙ୍କ ଦ୍ବାରା କିନ୍ତୁ ଲୋକଙ୍କୁ କିଛି ମିଳିବ ନାହିଁ । ଜୟ ସମାଲୋଚନା କରି କହିଛନ୍ତି, ବଜେଟର ଆକର ବଢିଲେ କିଛି ହେବ ନାହିଁ । ଆଗତ ଅର୍ଥ କାର୍ଯ୍ୟକାରୀ ହେବା ଜରୁରୀ । କାରଣ ଗତ ବଜେଟର ଏକ ଲକ୍ଷ କୋଟି ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ ହୋଇନାହିଁ । ମାଗଣା ବାଣ୍ଟି ସରକାର କେବଳ ଭୋଟ କିଣିବାକୁ ଯୋଜନା କରିଛନ୍ତି ବୋଲି ଜୟ କହିଛନ୍ତି ।

ସୂଚନାଯୋଗ୍ୟଯେ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି 2023- 24 ଆର୍ଥିକ ବର୍ଷର ସାଧାରଣ ବଜେଟ । ଅର୍ଥମନ୍ତ୍ରୀ 2 ଲକ୍ଷ 30 କୋଟିର ବଜେଟ ଉପସ୍ଥାପନା କରିଛନ୍ତି । କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ସ୍ବତନ୍ତ୍ର ଭାବେ ବଜେଟ ଆଗତ କରିଛନ୍ତି । ପରେ ସାଧାରଣ ବଜେଟ ଆଗତ କରିଛନ୍ତି । ଚଳିତ ବର୍ଷ 2 ଲକ୍ଷ 30 କୋଟିର ବଜେଟ ଉପସ୍ଥାପନା କରି ରାଜ୍ୟ ସରକାର ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଚଳିତ ବଜେଟ ଗତ 2022-23 ବଜେଟ ତୁଳନାରେ 15 ପ୍ରତିଶତ ଅଧିକ । ଏହା ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଥିବାରୁ ବଜେଟରେ 20 ରୁ ଅଧିକ ଯୋଜନା ଓ ଲୋଭନୀୟ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାବି ପଢନ୍ତୁ- Odisha Budget 2023: ବଜେଟରେ ନୂଆ ଯୋଜନା, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି

ଆଗତ ହୋଇଥିବା ମୋଟ 2 ଲକ୍ଷ 30 ହଜାର କୋଟି ବଜେଟରୁ 54 ପ୍ରତିଶତରୁ ଅଧିକ ତଥା 1.25 ଲକ୍ଷ କୋଟି କାର୍ଯ୍ୟକ୍ରମ ପରିଚାଳନା ପାଇଁ, ଅବଶିଷ୍ଟ 40 ପ୍ରତିଶତରୁ ଅଧିକ ତଥା 94 ହଜାର କୋଟି ପ୍ରଶାସନିକ ଖର୍ଚ୍ଚ ପାଇଁ ବ୍ୟୟ କରିବେ ସରକାର । ବଜେଟରେ ଦରମା, ପେନସନ, ରାଜସ୍ବ ବ୍ୟୟ ବାବଦରେ 1 ଲକ୍ଷ 39 ହଜାର କୋଟି ଖର୍ଚ୍ଚ କରିବେ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 24, 2023, 8:51 PM IST

ABOUT THE AUTHOR

...view details